ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର କେଭିନ୍ କ୍ୱିଂଟାଲ୍ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ୨୦୨୩ର ବିଜୟୀ

ଭୁବନେଶ୍ୱର: ମାଡ୍ରାସ୍ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ୨୦୨୩ ସଂସ୍କରଣ ଶେଷ ହୋଇଛି । ଏହି ସଂସ୍କରଣକୁ ଶ୍ରେଷ୍ଠତାର ସହ ଆରମ୍ଭ କରିଥିବା ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଯୁବ ଚାଳକମାନେ ବହୁ ନୂଆ ଅଭିଜ୍ଞତା ହାସଲ କରିଛନ୍ତି ।
ଚେନ୍ନାଇର ୧୮ ବର୍ଷୀୟ ଯୁବକ କେଭିନ୍ କ୍ୱିଂଟାଲ୍ ହୋଣ୍ଡାର ପ୍ରକୃତ ରେସିଂ ଡିଏନ୍‌ଏକୁ ପ୍ରଦର୍ଶନ କରି ସାରା ସଂସ୍କରଣରେ ଅଗ୍ରଣୀ ସ୍ଥାନରେ ରହିଥିଲେ । ଏହି ସଂସ୍କରଣରେ କେଭିନ୍ ୯ ବିଜୟ ସହ ରେସ୍‌କୁ ଶେଷ କରିଛନ୍ତି ।
ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ୮ ଲ୍ୟାପ୍ ବିଶିଷ୍ଟ ଚୂଡ଼ାନ୍ତ ରେସ୍‌ରେ ଚାଳକମାନେ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କେଭିନ୍ କ୍ୱିଂଟାଲ୍ ଚମତ୍କାର ପ୍ରଦର୍ଶନ କରି ୧୫:୦୯.୩୧୨. ସମୟରେ ରେସ୍ ଶେଷ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ଏହି ସଂସ୍କରଣରେ ସେ ୧୭୫ ପଏଂଟ୍ ହାସଲ କରିଥିଲେ ।
ଦ୍ୱିତୀୟ ସ୍ଥାନ ଲାଗି ଜୋନାସନ ଏମାନୁଏଲ, ମୋହସିନ ପି. ଓ ରକ୍ଷୀତ ଡାଭେଙ୍କ ଭିତରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଜୋନାସନ୍ ଏମାନୁଏଲ ଚମତ୍କାର ସ୍ପିଡ୍ ସହ ୧୫:୧୪.୯୧୨. ସମୟ ନେଇ ରକ୍ଷୀତ ଡାଭେଙ୍କଠାରୁ ଦ୍ୱିତୀୟ ସ୍ଥାନକୁ ହାସଲ କରିଥିଲେ ।
ତୃତୀୟ ସ୍ଥାନ ପାଇଁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ମୋହସିନ ପି. ଓ ରକ୍ଷୀତ ଡାଭେଙ୍କ ଭିତରେ ପ୍ରତିଯୋଗିତା ହୋଇଥିବା ବେଳେ ମୋହସିନ ପି. କୌଣସି ଭୁଲ ନକରିବା ଯୋଗୁଁ ୧୫:୧୪.୯୭୪. ସମୟ ନେଇ ରକ୍ଷୀତ ଡାଭେଙ୍କଠାରୁ ତୃତୀୟ ସ୍ଥାନ ଛଡ଼ାଇ ଆଣିଥିଲେ । ମୋହସିନ ମାତ୍ର ୦.୦୬୨ ସେକେଣ୍ଡ ପାଇଁ ଦ୍ୱିତୀୟ ସ୍ଥାନରୁ ବଂଚିତ ହୋଇଥିଲେ ।
ଏହି ଋତୁର ପ୍ରଦର୍ଶନ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଏହି ସଂସ୍କରଣରେ ଆମ ଯୁବ ଚାଳକମାନଙ୍କ ପ୍ରଦର୍ଶନକୁ ନେଇ ଆମେ ବହୁତ ଖୁସି । ଚଳିତ ବର୍ଷ ନୂଆ ସଫଳତା ସହ ଟିମ୍ ପାଇଁ ମୂଲ୍ୟବାନ ଶିକ୍ଷା ହାସଲ କରିଥିଲେ ଯାହା ଆଗାମୀ ଦିନରେ ଚାଳକଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବ । କେଭିନ୍ କ୍ୱିଂଟାଲ୍ ନୂଆ ରେକର୍ଡ କରିଥିବା ବେଳେ ପ୍ରତି ରେସ୍ ଓ ପର୍ଯ୍ୟାୟରେ ନିରନ୍ତର ପ୍ରଦର୍ଶନ ବଜାୟ ରଖିଛନ୍ତି । ଆମର ଅନ୍ୟ ଚାଳକମାନେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ମୋହସିନ ପି. ଓ ଜୋନାସନ ଏମାନୁଏଲଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଲାଗି ଅତି ଚତୁରତାର ସହ ପଦକ୍ଷେପ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଏହି ଋତୁରୁ ମିିଳିଥିବା ଅଭିଜ୍ଞତାକୁ ନେଇ ଆମ ଚାଳକମାନେ ନୂଆ ଦକ୍ଷତା ଓ ପଦ୍ଧତି ସହ ପ୍ରତ୍ୟାବର୍ତନ କରି ଆସନ୍ତା ବର୍ଷ ନୂଆ ମାଇଲଖୁଂଟ ହାସଲ କରିବେ ।”

Share

Leave a Reply

Your email address will not be published. Required fields are marked *

18 + 19 =