ଫେନେଷ୍ଟା ପକ୍ଷରୁ କଟକରେ ନୂତନ ସୋ’ରୁମ୍‌ର ଉଦ୍‌ଘାଟନ ସହ ଖୁଚୁରା ଉପସ୍ଥିତିର ସମ୍ପ୍ରସାରଣ

ଭୁବନେଶ୍ୱର: ଭାରତର ସର୍ବବୃହତ କବାଟ ଓ ଝରକା ବ୍ରାଣ୍ଡ୍ ଫେନେଷ୍ଟା ପକ୍ଷରୁ ଖୁଚୁରା ଉପସ୍ଥିତିରେ ସମ୍ପ୍ରସାରଣ ଜାରି ରଖି କଟକରେ ଏକ ନୂଆ ସୋ’ରୁମ୍ ଖୋଲାଯାଇଛି । ଏହି ସ୍ୱତନ୍ତ୍ର ସୋ’ରୁମ୍ ରୟାଲ୍ ହୋମ୍ ସଲ୍ୟୁସନ୍ସକୁ କଟକର ସିଡିଏ, ସେକ୍ଟର-୯, ୫ ଜିଏଚ୍‌-୬୩୯-ଇ/୭୦ରେ ଖୋଲାଯାଇଛି ଓ ସେଠାରେ ଶ୍ରେଷ୍ଠ ମାନର ଆଲୁମିନିୟମ୍ ଝରକା ଓ କବାଟ, ୟୁପିଭିସି ଝରକା ଏବଂ କବାଟ ଓ ସଲିଡ୍ ପ୍ୟାନେଲ୍ କବାଟ ଆଦି ରହିଛି ।
ଏହାର ଶୁଭାରମ୍ଭ ଅବସରରେ ଫେନେଷ୍ଟାର ବ୍ୟବସାୟ ମୁଖ୍ୟ ଶ୍ରୀ ସାକେତ୍ ଜୈନ କହିଛନ୍ତି ଯେ, “ଉତ୍କର୍ଷତା ହାସଲ କରିବା ପ୍ରତି ଅତୁଟ ପ୍ରତିବଦ୍ଧତାର ପ୍ରତୀକ ସ୍ୱରୂପ ଓଡ଼ିଶାରେ ଆମର ନୂଆ ସୋ’ରୁମ୍ ଉନ୍ମୋଚନ କରି ଆମେ ଅତ୍ୟନ୍ତ ଆନନ୍ଦିତ । ଆମର ମୂଳ ତତ୍ୱ ହେଉଛନ୍ତି ଆମ ସମ୍ମାନଜନକ ଗ୍ରାହକ । ଏହି ଅତ୍ୟାଧୁନିକ ସୋ’ରୁମ୍‌ର ଶୁଭାରମ୍ଭ ସହିତ ସେମାନଙ୍କୁ ଅତୁଳନୀୟ ଓ ଶ୍ରେଷ୍ଠ ଅନୁଭବ ପ୍ରଦାନ କରିବା ଲାଗି ଆମ ପ୍ରତିବଦ୍ଧତାକୁ ଆମେ ତ୍ୱରାନ୍ୱିତ କରିଛୁ । ଆମ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଆମ ଅତୁଟ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଉଲ୍ଲେଖନୀୟ ସମ୍ପ୍ରସାରଣ ହୋଇପାରିଛି । ଗ୍ରାହକମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ଓ ପସନ୍ଦ ପୂରଣ କରିବା ଲାଗି ଯତ୍ନ ସହକାରେ ପ୍ରସ୍ତୁତ ଆମ ଅଭିନବ ଓ ସମସାମୟିକ ଡିଜାଇନ୍‌ରେ ଗ୍ରାହକଙ୍କୁ ଯୋଡ଼ିବା ଆମ ମୂଳ ରଣନୀତିି ହୋଇରହିଛି ଯାହା ସେମାନଙ୍କୁ ସୂଚନା ଆଧାରରେ ନିଷ୍ପତି ନେବାରେ ସହାୟକ ହୋଇପାରିବ ।’’
ଏହି ସୋ’ରୁମ୍ ଜରିଆରେ ଫେନେଷ୍ଟା ପକ୍ଷରୁ ପୁରୁଣା ଓ ନୂଆ ଗ୍ରାହକମାନଙ୍କୁ ଚମତ୍କାର ଓ ସୂଚନା ଆଧାରିତ କିଣାକିଣି ଅନୁଭୂତି ପ୍ରଦାନ କରିବାର ମାଇଲଖୁଂଟ ହାସଲ କରିବ । ଭାରତରେ ଆଲୁମିନିୟମ୍ ଝରକା ଓ କବାଟ, ୟୁପିଭିସି ଝରକା ଓ କବାଟ, ସଲିଡ୍ ପ୍ୟାନେଲ୍ କବାଟ ବର୍ଗ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ କଂପାନି ଏହାର ବଜାର ଅଂଶ ବଢ଼ାଇବାକୁ ଓ ଭବିଷ୍ୟତରେ ନେତୃତ୍ୱ ସ୍ଥିତି ବଜାୟ ରଖିବାକୁ ଉଦ୍ୟମ କରୁଛି ।
ଶ୍ରୀ ଜୈନ କହିଛନ୍ତି ଯେ, “ଆମ ସହଯୋଗୀ ଓ ଅଂଶୀଦାରଙ୍କ ଅତୁଟ ବିଶ୍ୱାସ ଓ ସମର୍ଥନକୁ ନେଇ ଆମେ ଏଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପହଂଚିପାରିଛୁ । ବର୍ତମାନ ପର୍ଯ୍ୟନ୍ତର ଆମର ଯାତ୍ରା ଅସାଧାରଣ ଏବଂ ଆଗାମୀ ବର୍ଷଗୁଡ଼ିକରେ ଆମେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ପ୍ରସ୍ତୁତ ରହିଛୁ । ଦୃଢ଼ ମାର୍କେଟିଂ ରଣନୀତି, ବିବିଧ ପ୍ରକାର ଉତ୍ପାଦ ଓ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ବଜାର ଉପରେ ଗୁରୁତ୍ୱାରୋପ କରିବାର ସଂକଳ୍ପ ଜରିଆରେ ଆମେ ସଫଳତାର ଶୀର୍ଷ ଛୁଇଁପାରିଛୁ । ଯୋଡ଼ିହେବା, ଜ୍ଞାନ ବାଂଟିବା ଏବଂ ଗ୍ରାହକଙ୍କ ମଧ୍ୟରେ ଦୀର୍ଘସ୍ଥାୟୀ ସ୍ମୃତି ସୃଷ୍ଟି କରିବା ଉପରେ ଆମର ଦୃଷ୍ଟିକୋଣର ପ୍ରତିଟି ଦିଗ ପର୍ଯ୍ୟବେସିତ ରହିଛି ।’’
କଟକରେ ଖୋଲିଥିବା ଫେନେଷ୍ଟାର ନୂଆ ସୋ’ରୁମ୍‌ରେ ବ୍ୟାପକ ବର୍ଗର ଝରକା ଓ କବାଟ ଆଦି ବିଭିନ୍ନ ଡିଜାଇନ୍ ଓ ରଙ୍ଗରେ ଉପଲବ୍ଧ ରହିଛି । ଏହି ସୋ’ରୁମ୍ ସହ କଂପାନିର ଉପସ୍ଥିତି ୩୫୦ରୁ ଅଧିକ ସ୍ଥାନକୁ ବୃଦ୍ଧି ପାଇଛି ।

Share

Leave a Reply

Your email address will not be published. Required fields are marked *

one × five =