ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
କଂପାନି ଇକ୍ୱିଟି ସେୟାର ଜାରି କରି ୫୭୫ କୋଟି ଟଙ୍କା ହାସଲ କରିବାକୁ ଯୋଜନା ରଖିଛି । ଅଂଶଧନକାରୀମାନେ ଅଫର ଫର ସେଲ୍‌ରେ ୪,୦୫୧,୫୧୬ ଇକ୍ୱିଟି ସେୟାର ଉପଲବ୍ଧ କରାଇବେ ।
ଅଫର ଫର ସେଲ୍‌ରେ କ୍ଲାଏଂଟ୍ ରୋଜ୍‌ହିଲ୍ ଲିମିଟେଡ୍ ୧,୭୫୭,୭୫୫ ଇକ୍ୱିଟି ସେୟାର, ସିଭିସିଆଇଜିପି ୨ ଏମ୍ପଲଇ ରୋଜହିଲ୍ ଲିମିଟେଡ୍ ୯୨୯, ୬୫୬ ଇକ୍ୱିଟି ସେୟାର, ଗ୍ଲୋବାଲ୍ ଇମ୍ପାକ୍ଟ ଫଣ୍ଡ୍‌, ଏସ୍‌.ସି.ଏ, ସିକାର୍‌, ସବ୍‌-ଫଣ୍ଡ୍ ଗ୍ଲୋବାଲ୍ ଫାଇନାନ୍ସିଆଲ ଇନ୍‌କ୍ଲୁଜନ୍‌ର ୧୪୧,୨୮୫ ଇକ୍ୱିଟି ସେୟାର, ଗ୍ରୋଥ୍ ପାର୍ଟନରସିପ୍ ୨ ଅଜୟ ଟଣ୍ଡନ କୋ-ଇନଭେଷ୍ଟମେଂଟ୍ ଟ୍ରଷ୍ଟ୍‌ର ୮୨୫ ଇକ୍ୱିଟି ସେୟାର, ଗ୍ରୋଥ୍ ପାର୍ଟନରସିପ୍ ୨ ଶିବ ଶଙ୍କର କୋ-ଇନଭେଷ୍ଟ୍‌ମେଂଟ୍ ଟ୍ରଷ୍ଟ୍‌ର ୧୯୯୫ ଇକ୍ୱିଟି ସେୟାର ଓ ହିରୋ ଏଟଂରପ୍ରାଇଜେସ୍ ପର୍ଟନର ଭେଂଚର୍ସର ୧,୨୨୦,୦୦୦ ଇକ୍ୱିଟି ସେୟାରକୁ ଉପଲବ୍ଧ କରାଯିବ ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ତାହାକୁ ବ୍ୟାଙ୍କର ଟାୟାର-୧ ପୁଂଜି ଆବଶ୍ୟକତା ପୂରଣ କରିବା, ଅଭିବୃଦ୍ଧି ଓ ସମ୍ପ୍ରସାରଣ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ ପାଣ୍ଠି ସ୍ତରକୁ ନେଇ ଧାର୍ଯ୍ୟ କରାଯାଉଥିବା ବୈଧାନିକ ନିୟମ ପାଳନ କରିବା ପାଇଁ ବ୍ୟାଙ୍କର ଭବିଷ୍ୟତ ପାଣ୍ଠି ଆବଶ୍ୟକତା ପୂରଣ କରିବାରେ ବ୍ୟବହାର କରାଯିବ ।
ଫିଚ୍ ରିପୋର୍ଟ ଅନୁଯାୟୀ, ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ ହେଉଛି ପରିଚାଳନା ଅଧୀନ ସଂପତି ଦୃଷ୍ଟିରୁ ଚତୁର୍ଥ ବୃହତ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ ଜମା ଦୃଷ୍ଟିରୁ ମଧ୍ୟ ଚତୁର୍ଥ ବୃହତ ସ୍ମଲ ଫାଇନାନ୍ସ ବ୍ୟାଙ୍କ । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୨୨ଟି ରାଜ୍ୟରେ ବ୍ୟାଙ୍କର ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍ ସଂଖ୍ୟା ୭୫୪ ରହିଛି ଯେଉଁଥିରୁ ୨୭୨ ଆଉଟ୍‌ଲେଟ୍ ବ୍ୟାଙ୍କ ସେବା ପହଂଚିନଥିବା ଗ୍ରାମୀଣ କେନ୍ଦ୍ରଗୁଡ଼ିକରେ ରହିଛି । ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କର ଗ୍ରାହକ ସଂଖ୍ୟା ୧୨ ନିୟୁତ ରହିଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟସ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

19 − five =