ଟାଟା ଟ୍ରଷ୍ଟସ୍ ଓ ଟାଟା ଷ୍ଟିଲ୍ ଦ୍ୱାରା ପରିଚାଳିତ ହକି ଏସ୍ ଫାଉଣ୍ଡେସନର ୭ ପ୍ରଶିକ୍ଷାଣାର୍ଥୀ ସବ୍‌-ଜୁନିୟର ଭାରତ ଶିବିର ପାଇଁ ମନୋନୀତ

ଭୁବନେଶ୍ୱରର ଓଡ଼ିଶା ନାଭାଲ ଟାଟା ହକି ହାଇପରଫରମାନ୍ସ ସେଂଟର (ଓଏନ୍‌ଟିଏଚ୍‌ଏଚ୍‌ପିସି)ର ୪ ଜଣ ଖେଳାଳି ସାମିଲ
ସବ୍‌-ଜୁନିୟର ଭାରତ ଶିବିର ରାଉରକେଲାରେ ୨୦୨୩ ଅଗଷ୍ଟ ୨୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ
ଭୁବନେଶ୍ୱର: ରାଉରକେଲାଠାରେ ୨୦୨୩ ଅଗଷ୍ଟ ୨୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସମ୍ମାନଜନକ ସବ୍‌-ଜୁନିୟର (ଉପ-କନିଷ୍ଠ) ଭାରତୀୟ ଶିବିର ପାଇଁ ହକି ଏସ୍ ଫାଉଣ୍ଡେସନ ଅଧୀନରେ ପରିଚାଳିତ ହେଉଥିବା ଏକାଡେମିଗୁଡ଼ିକରୁ ୭ ଜଣ ପ୍ରତିଭାବାନ କ୍ୟାଡେଟ୍ ମନୋନୀତ ହୋଇଛନ୍ତି ।
ଟାଟା ଏସ୍ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଦୁଇ ଭୁବନେଶ୍ୱରର ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଂଟର (ଓଏନ୍‌ଟିଏଚ୍‌ଏଚ୍‌ପିସି) ଓ ଏକାଡେମି-ଜାମସେଦପୁରର ନାଭାଲ ଟାଟା ହକି ଏକାଡେମି (ଏନ୍‌ଟିଏଚ୍‌ଏ) ରେ ଏହି ଖେଳାଳିମାନେ ପ୍ରଶିକ୍ଷଣ ହାସଲ କରିଛନ୍ତି । ସାମିଲ ଖେଳାଳିଙ୍କ ଭୁବନେଶ୍ୱରର ଓଏନ୍‌ଟିଏଚ୍‌ଏଚ୍‌ପିସିର ଚାରି ଜଣ ଖେଳାଳି ରହିଛନ୍ତି । ସେମାନେ ହେଉଛନ୍ତି ପ୍ରଦୀପ ମଣ୍ଡଳ, ୟୋଜିନ୍ ମିଞ୍ଜ୍‌, ରୋହିତ କୁଲୁ ଓ ସୁରେଶ ଶର୍ମା ।
ହକି ଏସ୍ ଫାଉଣ୍ଡେସନ ମିଳିତ ଭାବେ ଟାଟା ଟ୍ରଷ୍ଟସ୍ ଓ ଟାଟା ଷ୍ଟିଲ୍ ଦ୍ୱାରା ପରିଚାଳିତ ହେଉଛି ।
ହକି ଏସ୍ ଫାଉଣ୍ଡେସନର ଅଧ୍ୟକ୍ଷ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “ସବ୍ ଜୁନିୟର ଭାରତ ଶିବିର ପାଇଁ ଆମର ସାତ ଜଣ ପ୍ରତିଭାବାନ୍ କ୍ୟାଡେଟ୍ ମନୋନୀତ ହୋଇଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ । ଏହି ସଫଳତା ଆମେ ପ୍ରଶିକ୍ଷକ ଓ କ୍ୟାଡେଟ୍‌ମାନଙ୍କ କଠିନ ପରିଶ୍ରମ ଓ ସମର୍ପଣ ଭାବକୁ ପ୍ରତିଫଳିତ କରୁଛି । ଆଗାମୀ ଶିବିର ପାଇଁ ଆମେ ସେମାନଙ୍କୁ ଶୁଭକାମନା ଜଣାଉଛୁ । ନିଜ ଦକ୍ଷତା ପ୍ରଦର୍ଶନ କରିବା ଏବଂ ଜାତୀୟ ଚୟନକର୍ତାଙ୍କୁ ପ୍ରଭାବିତ କରିବା ପାଇଁ ଏହି ଯୁବ ଖେଳାଳିମାନଙ୍କ ପାଇଁ ସବ୍ ଜୁନିୟର ଭାରତ ଶିବିର ଏକ ସୁବର୍ଣ୍ଣ ସୁଯୋଗ ଦେବ । ଦେଶର ପ୍ରତିଭାବାନ ଖେଳାଳିଙ୍କ ସହ ତାଲିମ ଗ୍ରହଣ କରିବା ଓ ଶ୍ରେଷ୍ଠ ମାନର ପ୍ରଶିକ୍ଷକଙ୍କଠାରୁ ଶିଖିବାର ସୌଭାଗ୍ୟ ସେମାନଙ୍କୁ ମିଳିବ ।’’
ଓଡ଼ିଶା ନାଭାଲ ଟାଟା ହକି ହାଇପରଫରମାନ୍ସ ସେଂଟର (ଓଏନ୍‌ଟିଏଚ୍‌ଏଚ୍‌ପିସି) ହେଉଛି ଏକ ଅତ୍ୟାଧୁନିକ ହାଇପରଫରମାନ୍ସ ୟୁନିଟ୍ ଯାହା ହକି ପ୍ରତିଭାମାନଙ୍କୁ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ମାଧ୍ୟମରେ ସମୃଦ୍ଧ କରୁଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଅବସ୍ଥିତ ଏହି ଏକାଡେମିକୁ ଓଡ଼ିଶା ସରକାର, ଟାଟା ଷ୍ଟିଲ୍ ଓ ଟାଟା ଟ୍ରଷ୍ଟସ୍ (ହକି ଏସ୍ ସେଂଟର)ର ମିଳିତ ସହଯୋଗରେ ୨୦୧୯ ଅଗଷ୍ଟରେ ଗଠନ କରାଯାଇଥିଲା । ଏକ ଆବାସିକ କାର୍ଯ୍ୟକ୍ରମ ଅଧୀନ ଉଭୟ ବାଳକ ଓ ବାଳିକା କ୍ୟାଡେଟ୍‌ଙ୍କ ଆବଶ୍ୟକତାକୁ ଏହି ଏଚ୍‌ପିସି ପୂରଣ କରୁଥିବା ବେଳେ ୬ ଜଣ କନିଷ୍ଠ ଆନ୍ତର୍ଜାତିକ ମହିଳା ହକି ଖେଳାଳି ସୃଷ୍ଟି କରିପାରିଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜ୍ୟୋତି ଛତ୍ରି ଯିଏ ଏବେ ଭାରତୀୟ ବରିଷ୍ଠ ମହିଳା ହକି ଟିମ୍‌ର ସଦସ୍ୟ ରହିଛନ୍ତି ।
ଓଏନ୍‌ଟିଏଚ୍‌ଏଚ୍‌ପିସି ରାଜ୍ୟରେ ବିଶ୍ୱସ୍ତରୀୟ ହକି ଭିତିଭୂମି ସୃଷ୍ଟି କରୁଛି ଏବଂ ଶ୍ରେଷ୍ଠ ସମ୍ମାନ ହାସଲ କରିବା ଲାଗି ଅନ୍ୟମାନଙ୍କ ତୁଳନାରେ ଏହା ଖେଳାଳିଙ୍କୁ ଆଗରେ ରହିବା ପାଇଁ ସୁଯୋଗ ପ୍ରଦାନ କରୁଛି ।
ଜାମସେଦପୁରର ନାଭାଲ ଟାଟା ହକି ଏକାଡେମିକୁ ଟାଟା ଷ୍ଟିଲ୍ ଓ ଟାଟା ଟ୍ରଷ୍ଟସ୍‌ର ସହଯୋଗିତାରେ ୨୦୧୭ରେ ସ୍ଥାପନ କରାଯାଇଥିଲା, ଯେଉଁଠାରେ ୧୩ରୁ ୧୮ ବର୍ଷ ବୟସର ୫୨ ଜଣ କ୍ୟାଡେଟ୍ ରହି ପ୍ରଶିକ୍ଷଣ ନେବା ପାଇଁ ସୁବିଧା ରହିଛି । ଏହା, ପ୍ରତି କ୍ୟାଡେଟ୍‌ଙ୍କୁ ବୈଦେଶିକ ବୈଷୟିକ ସହଯୋଗ ମାଧ୍ୟମର ବ୍ୟାପକ ବିକାଶ ପ୍ରଦାନ କରୁଛି ଏବଂ ଟାଟା ଷ୍ଟିଲ୍ କ୍ରୀଡ଼ା ବିଭାଗର କ୍ରୀଡ଼ା ବିଜ୍ଞାନ ମାର୍ଗଦର୍ଶନ ସହାୟତାରେ ଉପକୃତ ହେଉଛନ୍ତି ।
ଭାରତ ଶିବିର ପାଇଁ ସ୍ଥାନ ସୁରକ୍ଷିତ କରିଥିବା କ୍ୟାଡେଟ୍‌ମାନେ ହେଉଛନ୍ତି:
୧. ରୋହିତ ତିର୍କୀ: ଖୁଂଟିର ଫରୱାଡର ଖେଳାଳି ରୋହିତ ଜାତୀୟ ଉତ୍କର୍ଷ କେନ୍ଦ୍ର ଲକ୍ଷ୍ନୌ ସ୍କଲାରସିପ (ବୃତି) ପାଇଁ ମନୋନୀତ ହୋଇଛନ୍ତି ।
୨. ରୋହିତ ପ୍ରଧାନ: ସିମ୍‌ଡେଗାର ମିଡ୍‌ଫିଲଡର ଖେଳାଳି ରୋହିତ ଗତମାସ ରାଉରକେଲାରେ ଅନୁଷ୍ଠିତ ସବ୍‌-ଜୁନିୟର ଜାତୀୟ କ୍ରୀଡ଼ାରେ “ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି’ ମୁକୁଟ ହାସଲ କରିଥିଲେ ।
୩. ଘୁରନ ଲୋହରା: ସିମ୍‌ଡେଗାର ମିଡ୍‌ଫିଲ୍‌ଡର ଘୁରନ ଟାଟା ଟ୍ରଷ୍ଟସ୍‌-ସିନି ରିଜିଓନାଲ୍ ଡେଭେଲପ୍‌ମେଂଟ୍ ସେଂଟର ଜରିଆରେ ଏନ୍‌ଟିଏଚ୍‌ଏରେ ଯୋଗ ଦେଇଥିଲେ ।
୪. ପ୍ରଦୀପ ମଣ୍ଡଳ: ଆସାମର ଡିଫେଣ୍ଡର ପ୍ରଦୀପ ସବ୍‌-ଜୁନିୟର ଜାତୀୟ ସେମିଫାଇନାଲ୍‌ରେ “ଶ୍ରେଷ୍ଠ ଖେଳାଳି ପୁରସ୍କାର’ ହାସଲ କରିଥିଲେ ।
୫. ୟୋଜିନ୍ ମିଞ୍ଜ: ସୁନ୍ଦରଗଡ଼ର ଆଟାକ୍‌ର ସବ ଜୁନିୟର ଜାତୀୟ ଚମ୍ପିଆନ୍‌ସିପ୍‌ରେ ଦୁଇ ଥର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ ।
୬. ରୋହିତ କୁଲୁ: ସୁନ୍ଦରଗଡ଼ର ଡିଫେଣ୍ଡର ନିଜର ‘ଡ୍ରାଗ୍ ଫ୍ଲିକିଂ’ କୌଶଳ ପାଇଁ ପରିଚିତ ।
୭. ସୁରେଶ ଶର୍ମା: ମଣିପୁରର ମିଡ୍‌ଫିଲଡର ସୁରେଶଙ୍କ ସ୍ୱତନ୍ତ୍ରତା ହେଉଛି ‘ଡ୍ରାଗ୍ ଫ୍ଲିକିଂ’ ।

Share

Leave a Reply

Your email address will not be published. Required fields are marked *

2 × three =