ଲିଡ୍ ସୁପର୍‌ର ୧୦୦ ଛାତ୍ରଛାତ୍ରୀମାନଙ୍କର ସଫଳତା

ଯାଜପୁର ରୋଡ୍‌: ଭାରତର ସର୍ବବୃହତ ସ୍କୁଲ୍ ଏଡ୍‌ଟେକ୍ କଂପାନି ଲିଡ୍‌ର ଦଶମ ଶ୍ରେଣୀର ୨୦୨୩ ବ୍ୟାଚ୍ ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ଉଚ୍ଚ ସ୍ତରର ଶିକ୍ଷାଗତ ଉତ୍କର୍ଷ ହାସଲ କରି ନିଜ ସ୍କୁଲରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଭାରତର ଛୋଟ ସହରର ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କୋଚିଂ ଓ ମେଂଟରିଂ କାର୍ଯ୍ୟକ୍ରମ ଲିଡ୍ ସୁପର ୧୦୦ କାର୍ଯ୍ୟକ୍ରମର ୨୦%ରୁ ଅଧିକ ଛାତ୍ରଛାତ୍ରୀମାନେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ସାରା ସିବିଏସ୍‌ଇ ସ୍କୁଲଗୁଡ଼ିକରେ ମାତ୍ର ୨% ଛାତ୍ରଛାତ୍ରୀ ସେଭଳି ସଫଳତା ପାଇଛନ୍ତି ।
ଲିଡ୍ ପାର୍ଟନର ସ୍କୁଲରେ ଶ୍ରେଷ୍ଠ ମାର୍କ ରଖିଥିବା କିଛି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର କେନ୍ଦୁଝରର ଶ୍ରୀ ଗୁରୁକୂଳ ଇଂଲିଶ ମିଡିଅମ୍ ସ୍କୁଲରେ ପଢ଼ୁଥିବା ବିଦ୍ୟା ପ୍ରିୟଦର୍ଶିନୀ ଶାନ୍ତି, ସିଏ ୯୮.୨% ମାର୍କ ରଖିଛନ୍ତି । ସେହିପରି ମହାରାଷ୍ଟ୍ରର କଟଫାଲ୍‌ରେ ଥିବା ଜୈନାବିଆ ଇଂଲିଶ ମିଡିଅମ୍ ସ୍କୁଲରେ ପଢ଼ୁଥିବା ସଂସ୍କୃତି ଯୁବରାଜ ସିନ୍ଦେ ୯୮.୬ ପ୍ରତିଶତ ମାର୍କ ରଖିଛନ୍ତି । ପୁନଶ୍ଚ, ମହାରାଷ୍ଟ୍ରର ଆକାଲକୋଟ ଓ କରମାଲାରେ ଥିବା ଲିଡ୍ ସ୍କୁଲ୍‌ର ବିଦ୍ୟାର୍ଥୀ ନିଜଗୁନ ମଲ୍ଲିକାର୍ଜୁନ ଗାଗଡ୍ ଓ ସ୍ପର୍ଶ ମୁକେଶ ଗରିୟା ଉଭୟ ୯୬.୪ ପ୍ରତିଶତ ମାର୍କ ରଖିଛନ୍ତି ।
ଏଭଳିକି ବ୍ୟାପକ ଭାବେ ଦେଖିଲେ ଲିଡ୍ ସହଯୋଗିତାର ସ୍କୁଲଗୁଡ଼ିକ ମଧ୍ୟରୁ ୯୨% ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି ଯାହା ହେଉଛି, ଛୋଟ ସହର ଓ ଲିଡ୍ ସୁବିଧା ପ୍ରଦାନ କରୁଥିବା ସୁଲଭ ଫି’ ସ୍କୁଲର ଛାତ୍ରଛାତ୍ରୀଙ୍କ ଦକ୍ଷତାର ପ୍ରମାଣ । ଯେତେବେଳେ ଉତ୍କୃଷ୍ଟ ଶିକ୍ଷାର ସୁଯୋଗ ପ୍ରଦାନ କରାଗଲା, ଏହି ଛାତ୍ରଛାତ୍ରୀମାନେ ଭାରତର ମେଟ୍ରୋ ଓ ଅଧିକ ଫି’ ସ୍କୁଲର ପ୍ରତିଦ୍ୱନ୍ଦ୍ୱୀ ପିଲାମାନଙ୍କ ସହିତ ସମାନ ସ୍ତରରେ ପ୍ରଦର୍ଶନ କରିଛନ୍ତି ।
ଲିଡ୍‌ର ସହ ପ୍ରତିଷ୍ଠାତା ଓ ସିଇଓ ସୁମିତ ମେହ୍‌ତା କହିଛନ୍ତି ଯେ, “୨୦୨୩ରେ ଗ୍ରାଜୁଏଟ ହୋଇଥିବା ଲିଡ୍ ସିବିଏସ୍‌ଇ ୧୦ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଏହି ଛାତ୍ରଛାତ୍ରୀମାନେ ହାସଲ କରିଥିବା ପାଠପଢ଼ାରେ ବୃଦ୍ଧି ଓ ଶିକ୍ଷାଗତ ସଫଳତା ଏହା ଦୋହରାଉଛି ଯେ ସଠିକ୍ ସ୍କୁଲ୍ ଏଡ୍‌ଟେକ୍ ବ୍ୟବସ୍ଥା ସହ ଭାରତର ଛୋଟ ସହରର ଛାତ୍ରଛାତ୍ରୀମାନେ ମେଟ୍ରୋ ଓ ବଡ଼ ସହରର ପ୍ରତିଦ୍ୱନ୍ଦ୍ୱୀ ଛାତ୍ରଛାତ୍ରୀଙ୍କ ଭଳି ଶିକ୍ଷାଗତ ଉତ୍କର୍ଷ ହାସଲ କରିପାରିବେ । ସେମାନଙ୍କ ଅତୁଲ୍ୟ ସଫଳତାରେ ଏକ ଭୂମିକା ନିର୍ବାହ କରିିଥିବାରୁ ଆମେ ବହୁତଖୁସି ଏବଂ ସଫଳତାର ଉଚ୍ଚ ସୋପାନରେ ପହଂଚାଇ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ପ୍ରତି ଆମେ ସମର୍ପିତ ରହିଛୁ ।’’
ଏହି ଅସାଧାରଣ ଶିକ୍ଷାଗତ ସଫଳତା ହେଉଛି ଲିଡ୍‌ର ସମନ୍ୱିତ ଏଡ୍‌ଟେକ୍ ବ୍ୟବସ୍ଥା ପ୍ରଭାବର ପ୍ରମାଣ ଯେଉଁଥିରେ ବିଷୟକୁ ଭଲ ଭାବେ ବୁଝିବ ଓ ଗୁରୁତ୍ୱପୂର୍ଣ୍ଣ ଏକବିଂଶ ଶତାବ୍ଦୀ ଦକ୍ଷତା ଯଥା ଯୋଗାଯୋଗ, ସହଯୋଗିତା ଓ ଗୁରୁତ୍ୱପୂର୍ଣ୍ଣ ଭାବନା ଆଦି ଗଠନ କରିବା ପ୍ରତି ଗୁୁରୁତ୍ୱାରୋପ କରାଯାଇଛି । ଏନ୍‌ଇପି ଅନୁସାରେ ପ୍ରସ୍ତୁତ ଲିଡ୍‌ର ବହୁବିଧ ପାଠ୍ୟକ୍ରମକୁ ଆନ୍ତର୍ଜାତିକ ଶ୍ରେଷ୍ଠ ପ୍ରଥା ଓ ଗବେଷଣା ଆଧାରରେ ପ୍ରସ୍ତୁତ କରାଯାଇଛି ଏବଂ ଛାତ୍ରଛାତ୍ରୀମାନଙ୍କ ଲାଗି ଉପଷମ ପ୍ରଦାନକାରୀ ଆବଶ୍ୟକତା ଓ ବ୍ୟକ୍ତିଗତ ସୁହାଇବା ଭଳି ଶିକ୍ଷାଦାନ ଚିହ୍ନଟ କରିବା ଲାଗି ଅଭିନବ ପ୍ରଯୁକ୍ତି ବ୍ୟବହାର କରାଯାଉଛି, ଫଳରେ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ଓ ପ୍ରଦର୍ଶନ ସୁଦୃଢ଼ ହୋଇପାରିଛି ।
ଓଡ଼ିଶାର କେନ୍ଦୁଝର ସ୍ଥିତ ଶ୍ରୀ ଗୁରୁକୂଳ ଇଂଲିଶ ମିଡିଅମ୍ ସ୍କୁଲର ଛାତ୍ରୀ ବିଦ୍ୟା ପ୍ରିୟଦର୍ଶିନୀ ଶାନ୍ତି କହିଛନ୍ତି ଯେ, “ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ବହୁତ ଭଲ ମାର୍କ ହାସଲ କରିଥିବାରୁ ମୁଁ ବହୁତ ଖୁସି ଯାହା ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ଏକ ବହୁତ ବଡ଼ ମାଇଲଖୁଂଟ । ମୋ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ମୋ ଅଭିଭାବକ ଓ ଲିଡ୍‌ର ସମର୍ଥନ ବିନା ଏହି ସଫଳତା ସମ୍ଭବ ହୋଇନଥାନ୍ତା । ଲିଡ୍‌ର ପାଠ୍ୟକ୍ରମ ଓ ଶ୍ରେଣୀ ଗୃହ ପାଠପଢ଼ା ବିଷୟକୁ ଭଲ ଭାବେ ବୁଝିବାରେ ମୋତେ ସହାୟକ ହୋଇଥିଲା ଏବଂ ମୋ ଶିକ୍ଷାର ଯାତ୍ରାକୁ ରୂପାନ୍ତରୀତ କରିଥିଲା ।’’
ଓଡ଼ିଶାର କେନ୍ଦୁଝର ସ୍ଥିତ ଶ୍ରୀ ଗୁରୁକୂଳ ଇଂଲିଶ ମିଡିଅମ୍ ସ୍କୁଲର ଅଧ୍ୟକ୍ଷା କୀରଣବାଳା ସାହୁ କହିଛନ୍ତି ଯେ, “ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆମେ ବେଶ ଗବିତ । ବିଦ୍ୟାଙ୍କ ଉଲ୍ଲେଖନୀୟ ଫଳାଫଳ ତାଙ୍କ କଠିନ ପରିଶ୍ରମ ଓ ସଂକଳ୍ପ ଏବଂ ଲିଡ୍ ଦ୍ୱାରା ପ୍ରଦାନ କରାଯାଇଥିବା ବ୍ୟାପକ ଶିକ୍ଷା ସହାୟତାର ପ୍ରମାଣ । ଲିଡ୍‌ର କଠୋର ଦଶମ ଶେଅଣୀ ବ୍ୟବସ୍ଥାରେ ରହିଛି ଗଭୀର ଅଭ୍ୟାସ ଓ ସମୟୋପଯୋଗୀ ଉପଷମ ଯାହା ପିଲାମାନଙ୍କୁ ବିଭିନ୍ନ ବିଷୟୁ ଭଲ ଭାବେ ବୁଝିବାରେ ସହାୟକ ହେଉଛି ।’’
ସାରା ଭାରତର ସ୍କୁଲ ସମେତ କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନର ରାଜ୍ୟ ବୋର୍ଡ ପାଇଁ ଲିଡ୍ ଉନ୍ନତ ସିବିଏସଇ ପାଠ୍ୟକ୍ରମ ପ୍ରଦାନ କରୁଛି । ବିଭିନ୍ନ ବୋର୍ଡ ଦ୍ୱାରା ଉପସ୍ଥାପନ କରାଯାଇଥିବା ସଦ୍ୟତମ ଗାଇଡ୍‌ଲାଇନ୍ ଅନୁସାରେ ଲିଡ୍ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି ଏବଂ ସବୁ ଶିଶୁଙ୍କ ଶିକ୍ଷା ସମ୍ପୂର୍ଣ୍ଣ ସାମଗ୍ରିକ ରହିବା ଏବଂ ଜାତୀୟ ସ୍ତରର ସୁଯୋଗକୁ ସାମିଲ କରିବାକୁ ଏଥିରେ ସୁନିଶ୍ଚିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

7 − six =