ବିଦ୍ୟୁତ ଚୋରି କେବଳ ବେଆଇନ ନୁହେଁ, ତାହା ନିଷ୍ଠାପର ଗ୍ରାହକଙ୍କ ଅଧିକାର ଉପରେ ହସ୍ତକ୍ଷେପ କରୁଥିବା ଏକ ସାମାଜିକ ବ୍ୟାଧି

 ୭ ଦିନରେ ୮.୫ ମେଗାୱାଟ୍ ଲୋଡ୍ ବିରୋଧରେ ମାମଲା
ଭୁବନେଶ୍ୱର: ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣର ସନ୍ଧାନରେ ଟିପିସିଓଡିଏଲ୍ ପକ୍ଷରୁ ଭିତିଭୂମି ବିକାଶ, ପ୍ରଯୁକ୍ତିରେ ଉନ୍ନତି ଓ ଗାହକ ସେବା କେନ୍ଦ୍ରରେ ଉନ୍ନତି ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଟିପିସିଓଡିଏଲ୍ ପକ୍ଷରୁ ଭିତିଭୂମି ବିକାଶରେ ଉଲ୍ଲେଖନୀୟ ନିବେଶ କରାଯାଉଥିବା ବେଳେ ବିଦ୍ୟୁତ ଚୋରିର ଅନୈତିକ ପ୍ରଥା ଯୋଗୁଁ ଏହାକୁ ବ୍ୟାପକ କ୍ଷତି ସହିବାକୁ ପଡ଼ୁଛି ।
ବେଆଇନ ହୁକ ପକାଇବା ହେଉଛି ଏକ ବିପଦଜ୍ଜନକ ପ୍ରଥା ଯାହା ଉଭୟ ଗ୍ରାହକ ଓ ୟୁଟିଲିଟି ପ୍ରଦାନକାରୀଙ୍କ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ । ଏଥିରେ ୟୁଟିଲିଟି କଂପାନିର ମିଟରକୁ ବାଇପାସ୍ କରାଯାଉଛି ଏବଂ ପାୱାର ଗ୍ରିଡ୍ ସହ ସିଧାସଳଖ ସଂଯୋଗ କରାଯାଉଥିବାରୁ ଗ୍ରାହକ ବ୍ୟବହାର କରୁଥିବା ବିଦ୍ୟୁତ ପାଇଁ ପେମେଂଟ୍ କରିବାକୁ ଏଡ଼ାଇ ଦେଇଥାନ୍ତି । ଏହି ପ୍ରଥା କେବଳ ଅନୈତିକ ନୁହେଁ ବରଂ ଅସୁରକ୍ଷିତ ଓ ଏହା ଦ୍ୱାରା ବିଦ୍ୟୁତ ବିଭ୍ରାଟ, ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ବିପଦଜ୍ଜନକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ପୁନଶ୍ଚ, ଏହା ନିଷ୍ଠାପର ବିଦ୍ୟୁତ ବିଲ୍ ପ୍ରଦାନକାରୀଙ୍କ ଉପରେ ବୋଝ କାରଣ ବେଆଇନ ହୁକ ଜରିଆରେ ବିଦ୍ୟୁତ ଚୋରି କରୁଥିବା ଲୋକଙ୍କ ପାଇଁ ମଧ୍ୟ ସେମାନେ ପେମେଂଟ୍ କରିବାକୁ ବାଧ୍ୟ ହେଉଛନ୍ତି । ବେଆଇନ ହୁକ ପକାଇବା ଯୋଗୁଁ ନିଷ୍ଠାପର ଗ୍ରାହକଙ୍କ ବିଦ୍ୟୁତ ବିଲ୍ ବୃଦ୍ଧି ପାଉଛି, କାରଣ ୟୁଟିଲିଟି କଂପାନିକୁ ହରାଇଥିବା ରାଜସ୍ୱ ନିଶ୍ଚିତ ରୂପେ ଭରଣା କରିବାକୁ ପଡ଼ିଥାଏ । ଗ୍ରାହକମାନେ ଏଭଳି ବେଆଇନ କାର୍ଯ୍ୟକଳାପ ବିଷୟରେ ଆମର ହ୍ୱାଟସ୍‌ଆପ୍ ନମ୍ବର ୯୪୩୭୧୫୮୬୭୦ରେ ବାର୍ତା ପଠାଇ କିମ୍ବା ୧୯୧୨/୧୮୦୦-୩୪୫-୭୧୨୨କୁ କଲ୍ କରି ଜଣାଇପାରିବେ ।
ନିଷ୍ଠାପର ଗ୍ରାହକଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ବିଦ୍ୟୁତର ବେଆଇନ ହୁକକୁ ଯାଂଚ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଏହାର ସମସ୍ତ କାର୍ଯ୍ୟକ୍ଷେତ୍ରରେ ବ୍ୟାପକ ଗଣ ଅଭିଯାନ ଆୟୋଜନ କରାଯାଉଛି । ବେଆଇନ ବିଦ୍ୟୁତ ସଂଯୋଗକୁ ଚିହ୍ନଟ କରିବା ଏବଂ ସଂଯୋଗକୁ ବିଜ୍ଝିନ୍ନ କରିବା ଏବଂ ଯେଉଁମାନେ ବିଦ୍ୟୁତ ବିଲ୍ ପ୍ରଦାନ କରୁଛନ୍ତି ଯେଭଳି କେବଳ ସେମାନେ ବିୁଦ୍ୟତ ଯୋଗାଣ ପାଇବେ ତାହାକୁ ନିଶ୍ଚିତ କରିବା ଲାଗି ଏହି ଅଭିଯାନ ଆୟୋଜନ କରାଯାଉଛି । ଏହି ଅଭିଯାନରେ ବିଦ୍ୟୁତ ମିଟରର ଯାଂଚ, ଓୟାରିଂର ଯାଂଚ ଏବଂ ଅନ୍ୟାନ୍ୟ ବିଦ୍ୟୁତ ଉପକରଣ ସ୍ଥାପନର ଯାଂଚ କରାଯାଉଛି । ଏଭଳି ଚୋରିର ଯାଂଚକୁ ନିଶ୍ଚିତ କରିବା ଲାଗି ବିଦ୍ୟୁତର ବେଆଇନ ହୁକ ପାଇଁ ଯେଉଁମାନେ ଦୋଷୀ ଚିହ୍ନଟ ହେଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ଅଭିଯାନ ନିଷ୍ଠାପର ଗ୍ରାହକଙ୍କ ଉପରେ ବିଦ୍ୟୁତ ବିଲ୍ ଉପରେ ବୋଝ ହ୍ରାସ କରିବାରେ ସହାୟକ ହେଉଛି ଏବଂ ଏଟିଆଣ୍ଡ୍‌ସି କ୍ଷତିକୁ ହ୍ରାସ କରିବାରେ ସହାୟକ ହେଉଛି ।
ନିକଟରେ ଟିପିସିଓଡିଏଲ୍ ପକ୍ଷରୁ ଏହାର ଲାଇସେନ୍ସପ୍ରାପ୍ତ ଅଂଚଳରେ ଚୋରି ମାମଲାକୁ ଧରିବା ଲାଗି ବ୍ୟାପକ ଅଭିଯାନ ଆୟୋଜନ କରାଯାଇଥିଲା । ସାତ ଦିନ ଭିତରେ ପ୍ରାୟ ୧୪,୬୫୮ ଘର ବିରୋଧରେ ବିଦ୍ୟୁତ ଚୋରି ମାମଲା ରୁଜୁ କରାଯାଇଛି । ୨,୫୩୯ ମାମଲାରେ ଗ୍ରାହକଙ୍କ ଉପରେ ପଡ଼ିଥିବା ପ୍ରାୟ ୮,୫୦୦ କିଲୋୱାଟ୍‌ର ସଂଯୋଗ ଲୋଡ୍ ଠାବ କରାଯାଇଥିଲା । ଚୋରିର ଏହି ସବୁ ସୂଚନା ସାଧାରଣ ଜନତା ଓ ଅଜଣା ସୂତ୍ରରୁ ମିଳିଥିଲା । ଏଭଳି ଏକ ଅଭିଯାନରେ ପ୍ରାୟ ୮,୫୦୦ ଘରର ଯାଂଚ କରାଯାଇଥିଲା ଏବଂ ୨୦୨୩ ମେ’ ୨୦ରେ ୧୫୨୦ଟି ମାମଲାରେ ପ୍ରାୟ ୫୦୦୦ କିଲୋୱାଟ୍ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ଏହି ଅଭିଯାନରେ ୩୫୦ ଟିମ୍ ଅଂଶଗ୍ରହଣ କରିଥିଲେ । ବିଦ୍ୟୁତ ଚୋରିକୁ ରୋକିବା ଏବଂ ନିଷ୍ଠାପର ଗ୍ରାହକଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରିବା ଲାଗି ଏହି ଅଭିଯାନକୁ ଆଗାମୀ ମାସରେ ମଧ୍ୟ ଜାରି ରଖାଯିବ ।
ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏମ୍ ସେନବାଗମ୍ କହିଛନ୍ତି ଯେ, “ବିଦ୍ୟୁତ ଚୋରିକୁ ରୋକିବା ସହ ନିଷ୍ଠାପର ଗ୍ରାହକମାନଙ୍କ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ହେଉଛି ବିଦ୍ୟୁତ ବଂଟନ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଲୋକମାନେ ଜାଣୁଥିବା ବିଦ୍ୟୁତ ଚୋରି ଭଳି ମାମମଲା କିମ୍ବା ଯେକୌଣସି ସନ୍ଦେହଜନକ କାର୍ଯ୍ୟ ବିଷୟରେ ଜଣାଇବା ଲାଗି ଲୋକମାନଙ୍କୁ ଉତ୍ସାହିତ କରାଯାଉଛି । ବିଦ୍ୟୁତ ଚୋରିର ପରିଣାମ ଓ ଦାୟିତ୍ୱବାନ ଭାବେ ବିଦ୍ୟୁତ ବ୍ୟବହାରର ଗୁରୁତ୍ୱ ବିଷୟରେ ଲୋକମାନଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି । ଦୀର୍ଘମିଆଦୀ ଭିତିରେ କମ୍ ତାରିଫ୍ ଭିତିଭୂମି ବିକାଶ କିମ୍ବା ସମାଜର ସମସ୍ତଙ୍କୁ ସେବା ପ୍ରଦାନ କରିବାରେ ଏହା ଲାଭଦାୟକ ହେବ ।’’

Share

Leave a Reply

Your email address will not be published. Required fields are marked *

7 − five =