ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ପ୍ରାଥମିକତା ସହ କାଳବୈଶାଖୀ ଝଡ଼ର ତ୍ୱରିତ ମୁକାବିଲା

କାଳବୈଶାଖୀ ଝଡ଼ରେ ଭୁବନେଶ୍ୱର, ନିମାପଡ଼ା, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ ଢେଙ୍କାନାଳର ବିଭିନ୍ନ ଅଂଚଳ ପ୍ରଭାବିତ

ସଫଳତାର ସହ ୫.୨୬ ଲକ୍ଷ ଗ୍ରାହକଙ୍କ ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି

ଭୁବନେଶ୍ୱର/ ପୁରୀ: ୨୦୨୩ ମେ’ ୨୫ ତାରିଖରେ ଘଟିଥିବା ପ୍ରଳୟଙ୍କାରୀ କାଳବୈଶାଖୀ ଝଡ଼ ପ୍ରଭାବରେ କେନ୍ଦ୍ରୀୟ ଓଡ଼ିଶାର ବିଭିନ୍ନ ଅଂଚଳରେ ହୋଇଥିବା ତୀବ୍ର ବେଗର ଝଡ଼ତୋଫାନ ଓ ପ୍ରବଳ ବର୍ଷାର ମୁକାବିଲା କରିବା ଲାଗି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ କଂପାନି ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଝଡ଼ ପ୍ରଭାବରେ ଗଛ ଉପୁଡ଼ିବା ସହ ବିଦ୍ୟୁତ୍ ଯୋଗାଣ ଭିତିଭୂମିରେ ବିଭ୍ରାଟ ଭଳି ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଯାହା ଏହି ଅଂଚଳର ୬.୩୩ ଲକ୍ଷ ଗ୍ରାହକଙ୍କୁ ପ୍ରଭାବିତ କରିଥିଲା ।
ପ୍ରଭାବିତ ଅଂଚଳରେ ବିଦ୍ୟୁତ୍ ଯୋଗାଣକୁ ସ୍ୱାଭାବିକ କରିବା ଲାଗି ଟିପିସିଓଡିଏଲ୍‌ର ଉତ୍ସର୍ଗୀକୃତ କର୍ମଚାରୀମାନଙ୍କ ଟିମ୍ ଚବିଶ ଘଂଟା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଥିଲେ । ମେ’ ୨୬ ତାରିଖ ସକାଳ ସୁଦ୍ଧା କଂପାନି ପକ୍ଷରୁ ୫.୨୬ ଲକ୍ଷ ଗ୍ରାହକଙ୍କ ପାଇଁ ବିଦ୍ୟୁତ୍ ଯୋଗାଣକୁ ସଫଳତାର ସହ ସ୍ୱାଭାବିକ କରାଯାଇଥିଲା ଏବଂ ପ୍ରତି ମିନିଟ୍‌ରେ ଅଧିକରୁ ଅଧିକ ଗ୍ରାହକଙ୍କ ପାଇଁ ବିଦ୍ୟୁତ୍ ଯୋଗାଣକୁ ସ୍ୱାଭାବିକ କରାଯାଉଛି । ଅବଶିଷ୍ଟ ୧,୦୭,୭୮୭ ଗ୍ରାହକଙ୍କ ପାଇଁ ବିଦ୍ୟୁତ୍ ଯୋଗାଣକୁ ଯଥା ସମ୍ଭବ ସ୍ୱାଭାବିକ କରିବା ଲାଗି ଟିପିସିଓଡିଏଲ୍‌ର ଟିମ୍ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହି କାର୍ଯ୍ୟ କରୁଛି ।
କାଳବୈଶାଖୀ ଝଡ଼ ଦ୍ୱାରା ମୁଖ୍ୟତଃ ଭୁବନେଶ୍ୱର, ନିମାପଡ଼ା, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ ଢେଙ୍କାନାଳର ବିଭିନ୍ନ ଅଂଚଳ ପ୍ରଭାବିତ ହୋଇଥିଲା । ଝଡ଼ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଏବଂ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପ୍ରକ୍ରିୟାରେ ଟିପିସିଓଡିଏଲ୍‌ର ପୁରା ଟିମ୍ ସାମିଲ ହୋଇଥିଲା ।
ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଏମ୍ ସେନବାଗମ କହିଛନ୍ତି ଯେ, “ଏହି ଆହ୍ୱାନପୂର୍ଣ୍ଣ ସମୟରେ ଆମ ଗ୍ରାହକମାନେ ସ୍ଥିତିକୁ ବୁଝି ଧୈର୍ଯ୍ୟ ଓ ସହଯୋଗ ପ୍ରଦର୍ଶନ କରିଥିବାରୁ ଆମେ ସେମାନଙ୍କୁ ଗଭୀର କୃତଜ୍ଞତା ଜଣାଉଛୁ । ଆମେ ଗ୍ରାହକମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଆମ ପାଖରେ ଉପଲବ୍ଧ ଥିବା ସମସ୍ତ ସମ୍ବଳକୁ ଉପଯୋଗ କରି ଅତି ଯତ୍ନର ସହ ଆମେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ପ୍ରାଥମିକତା ଦେଉଛୁ । ଆମ ଲକ୍ଷ୍ୟ ହେଉଛି ଯଥା ସମ୍ଭବ କମ୍ ସମୟ ଭିତରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ପାଇଁ ବିଦ୍ୟୁତ୍ ଯୋଗାଣକୁ ସ୍ୱାଭାବିିକ କରିବା ।’’
ପ୍ରାକୃତିକ ବିପତି ଭଳି ଘଟଣାରେ ମଧ୍ୟ ଏକ ଭରସାଯୋଗ୍ୟ ଓ ଦୀର୍ଘସ୍ଥାୟୀ ବିଦ୍ୟୁତ୍ ବଂଟନ ନେଟ୍‌ୱର୍କ ବଜାୟ ରଖିବା ପାଇଁ ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

five + sixteen =