ଉଜାସ ଋତୁସ୍ରାବ ସ୍ୱାସ୍ଥ୍ୟ ଏକ୍ସପ୍ରେସ୍‌ର ୧୮୦୯ କିମି ଯାତ୍ରାର ସମାପନ; ଓଡ଼ିଶାରେ ଋତୁସ୍ରାବ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଏଜୁକେସନ ଟ୍ରଷ୍ଟ ସମର୍ଥନରେ ଆଦଭୈତିଶା ବିର୍ଲାଙ୍କ ନେତୃତ୍ୱରେ ଆୟୋଜତ ଉଜାସ୍ ଋତୁସ୍ରାବ ସ୍ୱାସ୍ଥ୍ୟ ଏକ୍ସପ୍ରେସ୍ ଭୁବନେଶ୍ୱରରେ ପହଂଚିଛି । ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ପ୍ରଭାବଶାଳୀ ଯାତ୍ରା ପରେ ଏହି କାର୍ଯ୍ୟକ୍ରମ ସହରଗୁଡ଼ିକରେ ଋତୁସ୍ରାବ ଜନିତ ସ୍ୱାସ୍ଥ୍ୟ ଓ ପରିମଳ ପରିଚାଳନା କ୍ଷେତ୍ରରେ ସଚେତନତା ବୃଦ୍ଧି କରି ବୈପ୍ଳବିକ ପରିବର୍ତନ ଆଣିପାରିଛି ।
ଓଡ଼ିଶାରେ ଏହି ଅଭିଯାନ ଅଧୀନରେ ସ୍ଥାନୀୟ ସ୍କୁଲ, ଅନାଥାଶ୍ରମ ଓ ସରକାରୀ କଲେଜ, ବାଳିକା ଛାତ୍ରାବାସଗୁଡ଼ିକ ଜରିଆରେ ସଚେତନତା କର୍ମଶାଳା ଆୟୋଜନ କରାଯାଇଥିବା ବେଳେ ରାଜ୍ୟରେ ମାଗଣାରେ ସାନିଟାରି ନାପ୍‌କିନ୍ ବଂଟନ କରାଯାଇଛି । ଉଜାସ୍‌ର ଏନ୍‌ଜିଓ ସହଯୋଗୀ ନିରଭ୍ର ସଷ୍ଟେନେବଲ୍ ଡେଭେଲପ୍‌ମେଂଟ୍ ଫାଉଣ୍ଡେସନ ସ୍ଥାନୀୟ ଅଂଚଳରେ ପହଂଚିବାରେ ସହାୟକ ହୋଇଛି । ଋତୁସ୍ରାବକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଳିତ ଥିବା ସାଂସ୍କୃତିକ ଅଭ୍ୟାସ ଓ ବିଶ୍ୱାସ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ମଧ୍ୟ ଉଜାସ୍‌ରେ ସଂଗ୍ରହ କରାଯାଇଛି । ପ୍ରତ୍ୟକ୍ଷ ହସ୍ତକ୍ଷେପ ଓ ସମାଧାନକୁ ଚିହ୍ନଟ କରିବା ଲାଗି ତଥ୍ୟଗୁଡ଼ିକର ବ୍ୟାପକ ଅନୁଶୀଳନ କରାଯାଉଛି ।
ଏହି ସହଯୋଗିତାପୂର୍ଣ୍ଣ ଅଭିଯାନ ବ୍ୟାପକ ପ୍ରଭାବ ସୃଷ୍ଟି କରିବା ସହ ଓଡ଼ିଶାର ଋତୁସ୍ରାବ ସ୍ୱାସ୍ଥ୍ୟ ଦୃଶ୍ୟପଟ୍ଟରେ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିପାରିବ । ମୁମ୍ବାଇରେ ଉନ୍ମୋଚନ କରାଯାଇଥିବା ଉଜାସ୍ ଋତୁସ୍ର୍ରାବ ଏକ୍ସପ୍ରେସ୍ ଭ୍ୟାନ୍ ସାରା ଦେଶରେ ପ୍ରଭାବଶାଳୀ ଢଙ୍ଗରେ ଏହାର ଯାତ୍ରା କରିଛି ।
ଉଜାସ୍‌ର ପ୍ରତିଷ୍ଠାତା ଆଦଭୈତିଶା ବିର୍ଲା କହିଛନ୍ତି ଯେ, “ବିଭିନ୍ନ ସହରରେ ଶିକ୍ଷଣୀୟ କର୍ମଶାଳା ଆୟୋଜନ କରିବା ପରେ ଋତୁସ୍ରାବକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଦୂର କରିବା ଲାଗି ଆମର ରହିଥିବା ଦୃଢ଼ ପ୍ରତିବଦ୍ଧତାକୁ ହାସଲ କରିବାର ଆମେ ନିକଟତର ହୋଇଛୁ । ଆମର ସର୍ବଦା ଲକ୍ଷ୍ୟ ହେଉଛଇ ଏକ ସଂସ୍କୃତି ସୁଦୃଢ଼ କରିବା ଯାହା ଋତୁସ୍ରାବ ସ୍ୱାସ୍ଥ୍ୟକୁ ବୁଝିବ ଓ ସହଯୋଗ କରିବାକୁ ଗ୍ରହଣ କରିବ । ସାମାଜିକ ଧାରଣାରେ ବିପ୍ଳବ ଆଣିବା ଏବଂ ମାନସିକ ସ୍ୱାସ୍ଥ୍ୟ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବା ପାଇଁ ଆମେ ଆଶା କରୁଛୁ ଯେଉଁ ସ୍ୱପ୍ନ ଆମର ସତ ହୋଇଛି । ଏହି ଅଭିଯାନ ହେଉଛି ସଶକ୍ତୀକରଣ ଓ ପରିବର୍ତନର ଏକ ଦୃଢ଼ ଉପସ୍ଥାପନା ଯାହା ଏକ ଅଧିକ ଅନ୍ତର୍ଭୁକ୍ତୀକରଣ ଓ ଉଜ୍ଜ୍ୱଳ ଭବିଷ୍ୟତର ପଥ ପ୍ରଦର୍ଶନ କରିବ ।”
ଉଜାସ୍ ଋତୁସ୍ରାବ ସ୍ୱାସ୍ଥ୍ୟ ଏକ୍ସପ୍ରେସ୍ ୨୫ଟି ରାଜ୍ୟ ଓ ୧୦୭ ସହରରେ ପହଂଚିବାକୁ ଲକ୍ଷ୍ୟ ରଖିଛି ଯେଉଁଥିରେ ଏହା ୨୫,୦୦୦୦ କିଲୋମିଟର ଯାତ୍ରା କରିବ । ଏହି ଅଭିଯାନର କେନ୍ଦ୍ରରେ ରହିଛି ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ଋତୁସ୍ରାବ ସ୍ୱାସ୍ଥ୍ୟ ଏକ୍ସପ୍ରେସ୍ ଭ୍ୟାନ୍ ଯାହା ବିଭିନ୍ନ ଅଂଚଳ ଓ ସମ୍ପ୍ରଦାୟ ଦେଇ ଗତି କରିବ । ଏହି ଅଭିଯାନ କେବଳ ସାନିଟାରି ନାପ୍‌କିନ୍ ବାଂଟିବାରେ ସୀମିତ ନାହିଁ । ଏହାର ଲକ୍ଷ୍ୟ ବେଶ ବ୍ୟାପକ ।

Share

Leave a Reply

Your email address will not be published. Required fields are marked *

3 × four =