ବିଲ୍ ଆଦାୟ କରୁଥିବା ଠକଙ୍କ ବିରୋଧରେ ଗ୍ରାହକଙ୍କୁ ସତର୍କ କରାଇଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କୁ ନକଲି ବିଲ୍ ସଂଗ୍ରହକାରୀଙ୍କୁ ନେଇ କଡ଼ା ଚେତାବନୀ ଦେଇଛି । ନିକଟରେ ମାଲକାନଗିରି ଡିଭିଜନରେ ଅନିମେଶ ବିଶ୍ୱାସ ନାମକ ଜଣେ ଅନଧୀକୃତ ବ୍ୟକ୍ତି ବିଲ୍ ସଂଗ୍ରହ ପାଇଁ ନକଲି ମେସିନ୍ ବ୍ୟବହାର କରି ରସିଦ ଜାରି କରିଥିବା ଅଭିଯୋଗ ହୋଇଥିଲା । ଏହି ରସିଦଗୁଡ଼ିକରେ ଉପଭେକ୍ତା ସଂଖ୍ୟା ଟିପିଏସ୍ଓଡିଏଲ୍ର ଲୋଗୋ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ନଥିଲା । ଅନିବେଶଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏଫ୍ଆଇଆର୍ ରୁଜୁ କରାଯାଇଛି । ରସିଦର ବୈଧତା ସୁନିଶ୍ଚିତ କରିବା ପାଇଁ ସ୍ୱୀକୃତିପ୍ରାପ୍ତ ଦେୟ ପଦ୍ଧତି ବ୍ୟବହାର କରିବାକୁ ଟିପିଏସ୍ଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କୁ ଆହ୍ୱାନ ଦିଆଯାଇଛି ।

ଗ୍ରାହକ ସଂଖ୍ୟା, ବକେୟା ଦେୟ, ଧାର‌୍ୟ୍ୟ ତାରିଖ ଆଦି ସୂଚନା ପଚାରି ବିଲ୍ ସଂଗ୍ରହକାରରୀଙ୍କ ସତ୍ୟତା ଯାଂଚ କରିବାକୁ ଗ୍ରାହକମାନଙ୍କୁ ଟିପିଏସ୍ଓଡିଏଲ୍ ପକ୍ଷରୁ ପରାମର୍ଶ ଦିଆଯାଇଛି କାରଣ ଏହି ସୂଚନାଗୁଡ଼ିକ ସ୍ୱୀକୃତିପ୍ରାପ୍ତ ବିଲ୍ ସଂଗ୍ରହକାରୀଙ୍କ ପାଖରେ ଉପଲବ୍ଧ ରହିଥାଏ । ଯଦି କିଛି ସନ୍ଦେହଜନକ ଦେଖାଯାଏ ତେବେ ଉପଭୋକ୍ତା ତୁରନ୍ତ ଟିପିଏସ୍ଓଡିଏଲ୍ର ଚବିଶ ଘଂଟିଆ ଦେୟମୁକ୍ତ ହେଲ୍ପଲାଇନ୍ ୧୮୦୦-୩୪୫-୬୭୯୭/ ୧୯୧୨ରେ ଯୋଗାଯୋଗ କରିପାରିବେ ।

ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କହିଛନ୍ତି ଯେ, “ଗ୍ରାହକମାନଙ୍କ ସୁରକ୍ଷା ପାଇଁ ଆମେ ଠକେଇ କାର‌୍ୟ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛୁ । ବିଦ୍ୟୁତ ଦେୟ ପାଇଁ କେବଳ ଅନୁମୋଦିତ ମାଧ୍ୟମ ଓ ପ୍ଲାଟଫର୍ମ ବ୍ୟବହାର କରିବାକୁ ଆମେ ଆମ ଗ୍ରାହକମାନଙ୍କୁ ଅନୁରୋଧ କରୁଛୁ । ଟିପିଏସ୍ଓଡିଏଲ୍ର ବୈଧ ରସିଦ ବିନା ଦେୟ ଦେବାଠାରୁ ଦୂରେଇ ରହିବା ଏବଂ ଏଭଳି ଘଟଣା ବିଷୟରେ ତୁରନ୍ତ ଆମ ଅଧିକାରୀମାନଙ୍କୁ ଜଣାଇବା ଗୁରୁତ୍ୱପୂର୍ଣ୍ଣ ଅଟେ । ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରଖନ୍ତୁ ।’’

Share

Leave a Reply

Your email address will not be published. Required fields are marked *

ten + sixteen =