ଡୋମିନୋସ୍‌ ପିଜାର ଶାରଦୀୟ ଉପହାର ମଟନ କଷା, ମଲାଇ ଚିଙ୍ଗୁଡ଼ିି ଓ ଚମ୍ପାରଣ ମଟନ ପିଜା

ଭାରତରେ ପ୍ରଥମ ଥର ପାଇଁ ମଟନ ଓ ଚିଙ୍ଗୁଡ଼ି ପିଜା ଉନ୍ମୋଚିତ

ଭୁବନେଶ୍ୱର: ଚଳିତ ପୂଜା ଋତୁରେ ଡୋମିନୋସ୍‌ ପକ୍ଷରୁ ଉତ୍ସବ ପାଳନର ଅଂଶ ହେବା ଲାଗି ଲକ୍ଷ୍ୟ ରଖାଯାଇଛି । ଗତବର୍ଷର ସଫଳତାକୁ ଚଳିିିତ ବର୍ଷ ଦୋହରାଇବା ଲାଗି କଂପାନି ଉତ୍ସାହିତ ରହିଛି । ପୂଜା ଋତୁରେ ଡୋମିନୋସ୍‌ ଏହାର ୬ ପ୍ରକାର ନୂଆ ପିଜା ଉପସ୍ଥାପନ କରିଛି ଯେଉଁଥିରୁ ୩ଟି ପିଜା ପଶ୍ଚିମବଙ୍ଗ ଓ ପୂର୍ବାଂଚଳର ସୁସ୍ୱାଦୁ ଭୋଜନରୁ ଅନୁପ୍ରାଣିତ ।

ଗତବର୍ଷ ପୂଜାରେ କଂପାନି ପୂର୍ବ ଭାରତର ସ୍ୱତନ୍ତ୍ର ସ୍ୱାଦ ଥିବା ପିଜା ଉନ୍ମୋଚନ କରିଥିଲା । ଚଳିତ ବର୍ଷ ସେହି ପ୍ରକ୍ରିୟାକୁ ସମ୍ପ୍ରସାରଣ କରି କଂପାନି ପକ୍ଷରୁ ଭାରତରେ ପ୍ରଥମ ଥର ପାଇଁ ମଟନ ଓ ଚିଙ୍ଗୁଡ଼ି ପିଜା ଉନ୍ମୋଚନ କରାଯାଇଛି । ସ୍ଥାନୀୟ ଲୋକମାନେ ଏବେ କଷା ମାଂସ, ଚମ୍ପାରଣ ମଟନ ଓ ମଲାଇ ଚିଙ୍ଗୁଡ଼ି ପିଜାର ମଜା ନେଇପାରିବେ । ଶାକାହାରୀ ଲୋକମାନେ କଷା ଭେଜ୍‌, ଚମ୍ପାରଣ ଭେଜ୍ ଓ ମଲାଇ ପନୀରର ମଜା ନେଇପାରିବେ ।

ନୂଆ ପ୍ରକାର ସ୍ୱାଦରେ ଉନ୍ମୋଚନ କରାଯାଇଥିବା ପିଜା ସମ୍ପର୍କରେ ଡୋମିନୋସ୍ ଇଣ୍ଡିଆର ସଭାପତି ଓ ମୁଖ୍ୟ ବ୍ୟବସାୟ ଅଧିକାରୀ ସମୀର ବାତ୍ରା କହିଛନ୍ତି ଯେ, “ପୂର୍ବ ଭାରତର ସମୃଦ୍ଧ ରୋଷେଇ ଇତିହାସ ଡୋମିନୋସ୍‌ରେ ଆମକୁ ନିରନ୍ତର ଅନୁପ୍ରାଣିତ କରୁଛି । ପୁର୍ବାଚଂଳ ଆମ ପାଇଁ ସର୍ବଦା ଏକ ଅଗ୍ରାଧିକାର ବଜାର ହୋଇ ରହିଛି ଓ ଗତବର୍ଷ ପୂର୍ବର ସ୍ୱାଦ ବର୍ଗମାଳାର ପ୍ରଥମ ସଂସ୍କରଣକୁ ଆମେ ଉନ୍ମୋଚନ କରିଥିଲୁ । ଆମେ ସବୁ ବେଳେ ଆମ ବ୍ୟବହାରକାରୀଙ୍କ କଥାକୁ ଗୁରୁତ୍ୱ ଦେଇଥାଉ ଏବଂ ପୂର୍ବର ସ୍ୱାଦର ଦ୍ୱିତୀୟ ସଂସ୍କରଣରେ ୬ ପ୍ରକାର ପାଟିରୁ ଲାଳ ଗଡ଼ିବା ଭଳି ଆମିଷ ଓ ଶାକାହାରୀ ମେନକୁ ଉପସ୍ଥାପନ କରାଯାଇଛି ଯେଉଁଥିରେ ଆଂଚଳିକ ସ୍ୱାଦର ମିଶ୍ରଣ ରହିଛି । ଆମେ ଆଶା କରୁଛୁ ଯେ ଆମ ମେନୁରେ ଯୋଡ଼ି ହୋଇଥିବା ନୂଆ ଭୋଜନ ଚମତ୍କାର ସ୍ମୃତି ସୃଷ୍ଟି କରିବ ଏବଂ ଏହି ଉତ୍ସବ ଋତୁରେ ଆମ ଗ୍ରାହକଙ୍କୁ ଖୁସି ପ୍ରଦାନ କରିବ ।’’

ଆମିଷ ମେନୁରେ କଷା ମାଂସ, ଚମ୍ପାରଣ ମଟନ ଓ ମଲାଇ ଚିଙ୍ଗୁଡ଼ି ପିଜାର ଦାମ୍ ୩୯୯ ଟଙ୍କାରୁ ଆରମ୍ଭ ହୋଇଛି ଏବଂ ଶାକାହାରୀ ଗ୍ରାହକମାନଙ୍କ ଲାଗି କଷା ଭେଜ୍‌, ଚମ୍ପାରଣ ଭେଜ୍ ଓ ପନୀର ମଲାଇ ପିଜାର ଦାମ୍ ୨୯୯ ଟଙ୍କାରୁ ଆରମ୍ଭ କରାଯାଇଛି । ଗ୍ରାହକମାନେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆସାମ, ଓଡ଼ିଶା, ନାଗାଲ୍ୟାଣ୍ଡ, ସିକିମ, ତ୍ରିପୁରା, ମିଜୋରାମ, ମଣିପୁର, ମେଘାଳୟ ଓ ଅରୁଣାଚଳ ପ୍ରଦେଶର ଯେକୌସିି ଡୋମିନୋସ୍ ଷ୍ଟୋରରେ ପହଂଚି ଏହି ନୂଆ ପିଜାଗୁଡ଼ିକର ମଜା ନେଇପାରିବେ । ଡୋମିନୋସ୍ ୱେବସାଇଟ୍ ଓ ଆପ୍ ଜରିଆରେ ମଧ୍ୟ ସେମାନେ ଏହି ପିଜାକୁ ମଗାଇପାରିବେ ।

Share

Leave a Reply

Your email address will not be published. Required fields are marked *

3 × one =