Business

ଟାଟା ଏଆଇଏ ପକ୍ଷରୁ ଭାଲ୍ୟୁ ୫ଏଇଣ୍ଡେକ୍ସ ଫଣ୍ଡର ଶୁଭାରମ୍ଭ

ଭୁବନେଶ୍ୱର: ଇକ୍ୱିଟି ବଜାର ବେଶ୍ ବ୍ୟାପକ ଯେଉଁଠାରେ ବିଭିନ୍ନ କ୍ଷେତ୍ର, କମ୍ପାନି ଓ ନିବେଶ ବିଷୟ ଭିନ୍ନ ଭିନ୍ନ ସୁଯୋଗ ସୃଷ୍ଟି କରୁଛନ୍ତି। ସେହି ନିବେଶ ଚକ୍ରକୁ ଅତିକ୍ରମ କରିବା ନିବେଶକଙ୍କୁ ଏଭଳି ଆଭିିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ ଯାହା ଦ୍ୱାରା ସେ ଗୋଟିଏ ନିବେଶ ଚକ୍ର ବାହାରେ ଥିବା ସୁଯୋଗକୁ ଅନୁଶୀଳନ କରିପାରିବେ।
ବଜାରର ସେହି ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ୟୁନିଟ୍ ଲିଙ୍କଡ୍ ନିବେଶ ବିକଳ୍ପ “ଟାଟା ଏଆଇଏ ମୋମେଂଟମ୍ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ୍‌”ର ଶୁଭାରମ୍ଭ କରାଯାଇଛି। ସେଥିରେ ଦୁଇ ପ୍ରକାର ନିବେଶ ଆଭିମୁଖ୍ୟ ରହିଛି। ତାହା ହେଉଛି ‘ମୋମେଂଟମ୍ ଇନଭେଷ୍ଟିଂ’ ଓ ‘ଭାଲ୍ୟୁ ଇନଭେଷ୍ଟିଂ’। ଏହା ନିବେଶକମାନଙ୍କୁ ବଜାର ସୁଯୋଗରେ ଭାଗ ନେବା ସହିତ ଜୀବନ ବୀମା ସୁରକ୍ଷାର ଲାଭ ପ୍ରଦାନ କରିବ।
ନିବେଶ ବଜାର ସାଧାରଣତଃ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥାଏ, ଯେଉଁଠାରେ ନେତୃତ୍ୱ ବର୍ଗରେ ସର୍ବଦା କ୍ଷେତ୍ର ଓ କମ୍ପାନିରେ ପରିବର୍ତ୍ତନ ହୋଇଥାଏ। କିଛି କମ୍ପାନି ଦୃଢ଼ ପ୍ରଦର୍ଶନ କରୁଥିବା ବେଳେ ଆଉ କିଛି ମୂଲ୍ୟ ଦୃଷ୍ଟିରୁ ସୁଯୋଗ ସୃଷ୍ଟି କରିଥାନ୍ତି। ‘ଟାଟା ଏଆଇଏ ମୋମେଂଟମ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ’ ସେହି ଦୁଇ ନିବେଶ ଆଭିମୁଖ୍ୟକୁ ଏକତ୍ରୀତ କରିପାରିଛି। ମୋମେଂଟମ ଇନଭେଷ୍ଟିଂରେ ଦୃଢ଼ ପ୍ରଦର୍ଶନ କରୁଥିବା କମ୍ପାନି ଉପରେ ଗୁରୁତ୍ୱାରୋପ କରାଯାଏ। ସେହିପରି ଭାଲ୍ୟୁ ଇନଭେଷ୍ଟିଂରେ ସେହି କମ୍ପାନିଗୁଡ଼ିକୁ ଚିହ୍ନଟ କରାଯାଏ, ଯେଉଁମାନେ ଅପେକ୍ଷାକୃତ ଆକର୍ଷଣୀୟ ମୂଲ୍ୟାଙ୍କନ ପ୍ରଦାନ କରିଥାନ୍ତି।
ଟାଟା ଏଆଇଏ ଲାଇଫ୍ ଇନସ୍ୟୁରାନ୍ସର ମୁଖ୍ୟ ନିବେଶ ଅଧିକାରୀ ହର୍ଷଦ ପାଟିଲ କହିଛନ୍ତି ଯେ, “ଇକ୍ୱିଟି ବଜାରରେ ପରିବର୍ତ୍ତନ ଜାରି ରହିଛି ଯେଉଁଠାରେ ବିଭିନ୍ନ କ୍ଷେତ୍ର ଓ ନିବେଶ ଷ୍ଟାଇଲ ସମଗ୍ର ବଜାର ଚକ୍ରରେ ଗୁରୁତ୍ୱ ହାସଲ କରୁଛନ୍ତି। ଏଭଳି ଏକ ପରିବେଶରେ ଏକ ବହୁବିଧ ଆଭିମୁଖ୍ୟ ଯେଉଁଠାରେ ଉଭୟ ଧାରା ଓ ମୂଲ୍ୟକୁ ଗୁରୁତ୍ୱ ଦିଆଯାଏ ତାହା ନିବେଶକମାନଙ୍କୁ ଏକ ବ୍ୟାପକ ଦୃଷ୍ଟିକୋଣ ପ୍ରଦାନ କରିବ ଏବଂ ଇକ୍ୱିଟି ସୁଯୋଗର ମୂଲ୍ୟାଙ୍କନ କରିବ।
ଏକ ବ୍ୟବସ୍ଥିତ ଓ ସ୍ୱଚ୍ଛ ଫ୍ରେମୱର୍କଜରିଆରେ ଦୁଇ ନିବେଶ ବ୍ୟବସ୍ଥାକୁ ‘ଟାଟା ଏଆଇଏ ମୋମେଂଟମ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ’ ଏକତ୍ରୀତ କରିଛି ଯାହା ଗ୍ରାହକମାନଙ୍କୁ ଏଭି ସୁଯୋଗ ସହ ଇକ୍ୱିଟି ବଜାରରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରୁଛି ଯାହା ଉଭୟ ବଜାର ଧାରା ଓ ମୂଲ୍ୟାଙ୍କନ ଶୃଙ୍ଖଳାକୁ ଏକତ୍ରୀତ କରୁଛି। ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତା ଅନୁସାରେ ଅଭିନବ ନିବେଶ ସମାଧାନ ପ୍ରଦାନ କରିବାର ଆମର ରହିଥିବା ପ୍ରତିବଦ୍ଧତାକୁ ଏହି ଶୁଭାରମ୍ଭ ପ୍ରତିଫଳିତ କରୁଛି।”
ଧାରା ଓ ମୂଲ୍ୟ ଓ ଆଇଆରଡିଏଆଇର ଆବଶ୍ୟକତା ବିଚାରକୁ ନେଇ ଏହି ଫଣ୍ଡରେ ବିଏସ୍‌ଇ ୫୦୦ ୟୁନିଭର୍ସରୁ କମ୍ପାନି ଚୟନ କରାଯାଇ ତାହାକୁ ବିଏସଇ ୫୦୦ ମୋମେଂଟମ ଭାଲ୍ୟୁ ୫୦ ଇଣ୍ଡେକ୍ସ ସହ ବେଂଚମାର୍କ କରାଯାଉଛି। ଏହା ନିବେଶକମାନଙ୍କୁ ବିବିଧ ଇକ୍ୱିଟି ବଜାରରେ ଅଂଶଗ୍ରହଣ କରିବା, ବିଏସ୍‌ଇ ୫୦୦ ୟୁନିଭର୍ସରେ ଭାଗ ନେବା, ଏକ ଶୃଙ୍ଖଳିତ ନିବେଶ ଫ୍ରେମୱର୍କ ଅନୁସରଣ କରିବା ଏବଂ ଦୀର୍ଘକାଳୀନ ସଂପତି ସୃଷ୍ଟି କରିବାରେ ସାହାଯ୍ୟ କରୁଛି।
ଏହାର ଏନଏଫଓ ୨୦୨୬ ସେପ୍ଟେମ୍ବର ୨୩ରୁ ୩୦ ମଧ୍ୟରେ ଖୋଲିବ। ୟୁନିଟ ପିଛା ଏନଏଭି ଇସ୍ୟୁ ଦର ୧୦ ଟଙ୍କା ରହିଛି। ଏଥିରେ ୮୦-୧୦୦% ରାଶିକୁ ଇକ୍ୱିଟି ଓ ଇକ୍ୱିଟି ସମ୍ପର୍କିତ ଓ ୦-୨୦ ପ୍ରତିଶତ ରାଶିକୁ ନଗଦ, ମନି ମାର୍କେଟ ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରାଯିବ।

Share

Leave a Reply

Your email address will not be published. Required fields are marked *

20 + 20 =