Business

ଶ୍ୟାମ ମେଟାଲିକ୍ସ ପକ୍ଷରୁ ରକ୍ତଦାନ, ବନ୍ୟା ରିଲିଫ ଓ କଲ୍ୟାଣମୂଳକ ଅଭିଯାନ ଜରିଆରେ ଗୋଷ୍ଠୀ ବିକାଶକୁ ସହାୟତା

ଭୁବନେଶ୍ୱର: ଗୋଷ୍ଠୀ କଲ୍ୟାଣ, ସ୍ୱାସ୍ଥ୍ୟସେବା ଓ କର୍ମଚାରୀ ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ଅଂଶସ୍ୱରୂପ ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି ଲିମିଟେଡ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ୱାସ୍ଥ୍ୟସେବା ଅଭିଯାନ ଅଧୀନରେ କମ୍ପାନି ପକ୍ଷରୁ ଆସାନସୋଲ ରକ୍ତ ଭଣ୍ଡାର ସହଯୋଗରେ ମଙ୍ଗଳପୁର, ଜାମୁରିଆ ଓ ସିଆରଏମ ୟୁନିଟ୍‌ରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ କର୍ମଚାରୀ ଓ ଅଂଶୀଦାରମାନେ ଉତ୍ସାହର ସହିତ ଭାଗ ନେଇଥିଲେ ଓ ତିନିଟି ସ୍ଥାନରୁ ପ୍ରାୟ ୫୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ସାମଗ୍ରିକ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ରକ୍ତ ସମ୍ବଳର ଉପଲବ୍ଧତାକୁ ସୁଦୃଢ଼ କରିବା ଓ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବାରେ ସହଯୋଗ କରିଥିଲା।
ଜାମୁରିଆ ୟୁନିଟ୍‌ରେ ପ୍ରାୟ ୩୦୦ ୟୁନିଟ୍‌, ମଙ୍ଗଳପୁରରେ ୫୦ ୟୁନିଟ୍ ଓ ସିଆରଏମର ରକ୍ତଦାନ ଶିବିର ଆୟୋଜନରେ ୧୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ମିିଳିତ ଭାବେ ଏହି ଅଭିଯାନଗୁଡ଼ିକ ସ୍ୱେଚ୍ଛାକୃତ ରକ୍ତଦାନ ଓ ଗୋଷ୍ଠୀ ସମ୍ପୃକ୍ତିର ଗୁରୁତ୍ୱକୁ ସୁଦୃଢ଼ କରିଥିଲା।
ଗୋଷ୍ଠୀ ସମ୍ପୃକ୍ତିକୁ ସମ୍ପ୍ରସାରଣ କରି ଶ୍ୟାମ ମେଟାଲିକ୍ସ ପକ୍ଷରୁ ଆନ୍ଦଲସ୍ଥିତ ଅନାଥାଶ୍ରମରେ ଏକ କଲ୍ୟାଣକାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଠାରେ ପ୍ରାୟ ୩୫ ଜଣ ହିତାଧିକାରୀଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା ଓ ୨୫ ଜଣ ପିଲାଙ୍କୁ ବ୍ୟାଗ୍ ବଂଟନ କରାଯାଇଥିଲା। ଏହି ଅଭିଯାନରେ ପିଲାମାନଙ୍କ କଳ୍ୟାଣ ଓ ଶିକ୍ଷାଗତ ଆବଶ୍ୟକତା ପାଇଁ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଗୋଷ୍ଠୀ କଲ୍ୟାଣ ଅଭିଯାନର ଅଂଶ ଭାବେ ଶ୍ୟାମ ମେଟାଲିକ୍ସ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ସହାୟତା ପ୍ରଦାନ କରାଯାଇଥିଲା। କମ୍ପାନି ତରଫରୁ ଓଡ଼ିଶାର କେନ୍ଦ୍ରାପଡ଼ା, ସନ୍ଥପଡ଼ା ଓ ଫିରିକିଦାଣ୍ଡି ଭଳି ବନ୍ୟା ପ୍ରଭାବିତ ଅଂଚଳରେ ୪୦୦ ପ୍ୟାକେଟ୍ ରିଲିଫ୍ କିଟ୍ ବଂଟନ କରାଯାଇଥିଲା ଯାହା ଫଳରେ ଏହି କଠିନ ସମୟରେ ପ୍ରଭାବିତ ପରିବାରଗୁଡ଼ିକ ପାଖରେ ସହାୟତା ପହଂଚିପାରିଥିଲା। ମୋଟ ଉପରେ ବନ୍ୟା ପ୍ରଭାବିତ ଅଂଚଳଗୁଡ଼ିକରେ ୫୦୦ ପ୍ୟାକେଟ୍ ରିଲିଫ୍ ଉପକରଣ ବଂଟନ କରାଯାଇଥିଲା।
କର୍ମଚାରୀ ସ୍ୱାସ୍ଥ୍ୟ ଓ କାର୍ଯ୍ୟକ୍ଷେତ୍ର୍ର ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନିର କାରଖାନାରେ ଏକ ବୃତିଗତ ସ୍ୱାସ୍ଥ୍ୟ କେନ୍ଦ୍ର (ଓଏଚ୍‌ସି) ଖୋଲାଯାଇଥିଲା। ଏହି ବ୍ୟବସ୍ଥାର ଲକ୍ଷ୍ୟ ହେଉଛି, କର୍ମଚାରୀ ସ୍ୱାସ୍ଥ୍ୟସେବା, ପ୍ରତିଷେଧମୂଳକ ମେଡିକାଲ୍ ସହାୟତା, ଜରୁରୀକାଳୀନ ପ୍ରସ୍ତୁତି ଓ କାର୍ଯ୍ୟକ୍ଷେତ୍ର ସୁରକ୍ଷା ପ୍ରୋଟୋକଲ୍‌କୁ ସୁଦୃଢ଼ କରିବା। ଏହି ଓଏଚ୍‌ସି ସମୟୋପଯୋଗୀ ମେଡିକାଲ୍ ସହାୟତା ପ୍ରଦାନ କରିବ, ବୃତିଗତ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବ ଓ ଏକ ସୁସ୍ଥକର ଓ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିପାରିବ। ମିଳିତ ଭାବେ ଏହି ଅଭିଯାନଗୁଡ଼ିକ ଜରିଆରେ ଶ୍ୟାମ ମେଟାଲିକ୍ସ ଗୋଷ୍ଠୀ କଲ୍ୟାଣ, ସ୍ୱାସ୍ଥ୍ୟସେବା, କର୍ମଚାରୀ କଲ୍ୟାଣ ଓ ପ୍ରତିକ୍ରିୟାଶୀଳ ସାମାଜିକ ସହାୟତା ପ୍ରତି ଗୁରୁତ୍ୱ ଜାରି ରଖିଛି।

Share

Leave a Reply

Your email address will not be published. Required fields are marked *

three × 1 =