ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଭୁବନେଶ୍ୱର: ରାସ୍ତାରେ ଗାଡ଼ି ଚଲାଇବା ବେଳେ ମହିଳାମାନେ ଯେଭଳି ସ୍ୱାଧୀନତା ଉପଭୋଗ କରିପାରିବେ ସେଥିପାଇଁ ସେମାନଙ୍କୁ ଶିକ୍ଷା ପ୍ରଦାନ କରି ଓ ସଚେତନତାରେ ବୃଦ୍ଧି କରିବା ଲକ୍ଷ୍ୟ ନେଇ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ସାରା ଭାରତରେ ମହିଳା କୈନ୍ଦ୍ରୀକ ସ୍ୱତନ୍ତ୍ର ସଡ଼କ ସୁରକ୍ଷା ଅଭିଯାନ ଆୟୋଜନ କରାଯାଇଛି ।
“ହେଲ୍‌ମେଟ୍ ଅନ୍ ଲାଇଫ୍ ଅନ୍‌’ ବିଷୟବସ୍ତୁ ଉପରେ ଆଧାରିତ ଦୁଇଦିନିଆ ଅଭିଯାନ ସୁରକ୍ଷିତ ସଡ଼କ ପ୍ରଥା ଏବଂ ସଡ଼କରେ ଥିବା ବେଳେ ସେମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ନିଶ୍ଚିତ କରିବା ଲାଗି ଗାଡ଼ିଚାଳନା ଦକ୍ଷତା ସହିତ ୧୩୦୦ରୁ ଅଧିକ ମହିଳାଙ୍କୁ ସଶକ୍ତ କରାଯାଇଛି । ଭାରତରେ ଥିବା ଏଚ୍‌ଏମ୍‌ଏସ୍‌ଆଇର ୧୦ ଟ୍ରାଫିକ୍ ତାଲିମ ପାର୍କ ଓ ୬ ସୁରକ୍ଷିତ ଗାଡ଼ି ଶିକ୍ଷା କେନ୍ଦ୍ରରେ ୧୬ରୁ ଅଧିକ ସହରରେ ଏହି ଉତ୍ସବକୁ ପାଳନ କରାଯାଇଥିଲା ।
ମହିଳା ଦିବସ ସଡ଼କ ସୁରକ୍ଷା ଅଭିଯାନ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ଅପରେଟିଂ ଅଫିସର-ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ ଶ୍ରୀ ପ୍ରଭୁ ନାଗରାଜ କହିଛନ୍ତି ଯେ, “ସଡ଼କରେ ବିଶ୍ୱାସୀ ଓ ସୁରକ୍ଷିତ ମହିଳା ଗାଡ଼ିଚାଳକ ଗଠନ କରିବା ପ୍ରତି ଏହି ଆନ୍ତର୍ଜାତିକ ମହିଳା ଦିବସକୁ ଏଚ୍‌ଏମ୍‌ଏସ୍‌ଆଇ ଉତ୍ସର୍ଗ କରୁଛି । ଆମର ସ୍ୱତନ୍ତ୍ର ହେଲ୍‌ମେଟ୍ ଅନ୍ ଲାଇଫ୍ ଅନ୍ ଅଭିଯାନ ସହିତସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରି ଆମେ ନାରୀତ୍ୱ ଭାବକୁ ପାଳନ କରିବାକୁ ଚାହୁଁଛୁ ଏବଂ ସଡ଼କରେ ବିଶ୍ୱାସ ଏବଂ ସ୍ୱାଧୀନତାର ସହିତ ଗମାନଗମନାର ସ୍ୱାଧୀନତା ଉପଭୋଗ କରିବା ଲାଗି ସେମାନଙ୍କୁ ଆହୁରି ସଶକ୍ତ କରିବାକୁ ଚାହୁଁଛୁ । ସମାଜର ବିଭିନ୍ନ ବର୍ଗର ମହିଳାଙ୍କୁ ନେଇ ଏହି ସ୍ୱତନ୍ତ୍ର ଦିବସ ପାଳନ କରିବାରୁ ଆମେ ଗର୍ବିତ ମନେ କରୁଛୁ ଏବଂ ଆମ ସହିତ ଏହି ଉତ୍ସବ ପାଳନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ ।’’
ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସରେ ପାଳନ କରାଯାଇଥିବା କିଛି ପ୍ରମୁଖ ଅଭିଯାନ ମଧ୍ୟରେ ସାମିଲ ଥିଲା ସଡ଼କ ସୁରକ୍ଷା ସଚେତନତା ଉପରେ ଥିଓରି ଅଧିବେଶନ, ବିପଦ ଆକଳନ ତାଲିମ ବା କିକେନ୍ ୟୋଚି ତାଲିମ (କେୱାଇଟି), ଷ୍ଟାଟିକ୍ ଚେକ୍‌, ମନ୍ଥର ଗାଡ଼ିଚାଳନା ଦକ୍ଷତା ପ୍ରତିଯୋଗିତା ଏବଂ କୌତୁକିଆ କାର୍ଯ୍ୟକ୍ରମ । ମନ୍ଥର ଗାଡ଼ି ଚାଳନା ଦକ୍ଷତା ପ୍ରତିଯୋଗିତାର ୩ ଶ୍ରେଷ୍ଠ ବିଜେତାଙ୍କୁ ହୋଣ୍ଡାର ବ୍ରାଣ୍ଡେଡ୍ ହେଲ୍‌ମେଟ୍ ପ୍ରଦାନ କରଯାଇଥିଲା । କୌତୁକ କାର୍ଯ୍ୟକ୍ରମର ବିଜେତାମାନେ ହୋଣ୍ଡା ମର୍ଚେଣ୍ଡାଇଜ୍ ଓ ହେଲ୍‌ମେଟ୍ ପୁରସ୍କାର ଜିତିଥିଲେ ।

Share

Leave a Reply

Your email address will not be published. Required fields are marked *

four + 9 =