ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଓଡ଼ିଶାର ରାଉରକେଲାରେ ତୃତୀୟ ଦକ୍ଷତା ଉନ୍ନତୀକରଣ କେନ୍ଦ୍ର ଉଦ୍‌ଘାଟିତ

 ରାଉରକେଲାରେ ନୂଆ କେନ୍ଦ୍ର ସହ ୨୦ଟି ରାଜ୍ୟରେ ହୋଣ୍ଡା ଦକ୍ଷତା ଉନ୍ନତୀକରଣ କେନ୍ଦ୍ର ସଂଖ୍ୟା ଏବେ ୫୨
 ଅତ୍ୟାଧୁନିକ ତାଲିମ ସୁବିଧାରେ ପରିପୂର୍ଣ୍ଣ ଏହି କେନ୍ଦ୍ର ଦୁଇଚକିଆ ରକ୍ଷଣାବେକ୍ଷଣ ଓ ମରାମତି ଉପରେ ପ୍ରତ୍ୟକ୍ଷ ତାଲିମ ପ୍ରଦାନ କରିବ
ଭୁବନେଶ୍ୱର: ସ୍କିଲ ଇଣ୍ଡିଆ ମିସନ ପ୍ରତି ପ୍ରତିବଦ୍ଧ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ରାଉରକେଲାର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ସହଯୋଗିତାରେ ସହରରେ ଓଡ଼ିଶାର ତୃତୀୟ ଦକ୍ଷତା ଉନ୍ନତୀକରଣ କେନ୍ଦ୍ରକୁ ଉଦ୍‌ଘାଟନ କରାଯାଇଛି । ଏହି ନୂଆ କେନ୍ଦ୍ର ସହରର ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି କୈନ୍ଦ୍ରୀକ ବୈଷୟିକ ଦକ୍ଷତା ତାଲିମ ଜରିଆରେ ସଶକ୍ତ କରିବ । ଓଡ଼ିଶାର କଟକ ଓ ବାଲେଶ୍ୱରରେ ଏଭଳି କେନ୍ଦ୍ର ପୂର୍ବରୁ ରହିଛି ।
ଓଡ଼ିଶାର ରାଉରକେଲା ଚାମ୍ବର ଅଫ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍‌ର ସଭାପତି ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକ, ରାଉରକେଲାର ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ବିଭାବଞ୍ଜନ ସାମନ୍ତସିଂହରାୟ, ରାଉରକେଲା ଶିଳ୍ପ ତାଲିମ କେନ୍ଦ୍ରର ପ୍ରିନ୍‌ସିପାଲ୍ (ଅଧ୍ୟକ୍ଷ) ଶ୍ରୀ ଧନଞ୍ଜୟ ଖୁରା, ଏଚ୍‌ଏମ୍‌ଏସ୍‌ଆଇର ପ୍ରବନ୍ଧକ-ଆଂଚଳିକ ବ୍ୟବସାୟ-ପୂର୍ବ ଗ୍ରାହକ ସେବା ଶ୍ରୀ ରାଜେନ୍ଦ୍ର ଭୀମରାଓ ସିନ୍ଦେ ଏବଂ ରାଉରକେଲା ସରକାରୀ ଆଇଟିଆଇ ଓ ଏଚ୍‌ଏମ୍‌ଏସ୍‌ଆଇର ଅନ୍ୟ ବରିଷ୍ଠ ଅତିଥିମାନଙ୍କ ଉପସ୍ଥିତିରେ ଏହି କେନ୍ଦ୍ରକୁ ଉଦ୍‌ଘାଟନ କରାଯାଇଛି ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ ଶ୍ରୀ ଆତସୁସି ଓଗାତା କହିଛନ୍ତି ଯେ, “କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧକୁ ପୂରଣ କରି ଭାରତୀୟ ଯୁବବର୍ଗଙ୍କ ସଶକ୍ତ କରିବା ଲାଗି ଏଚ୍‌ଏମ୍‌ଏସ୍‌ଆଇ ସ୍କିଲ୍ ଇଣ୍ଡିଆ ମିସନକୁ ପ୍ରତ୍ୟକ୍ଷ ଭାବେ ସମର୍ଥନ କରୁଛି । ଦ୍ରୁତ ଗତିରେ ଉଦୀୟମାନ ଅଟୋମୋବାଇଲ୍ ଶିଳ୍ପରେ ନିରନ୍ତର ପରିବର୍ତନ ହେଉଥିବାରୁ କୁଶଳୀ ବୈଷୟିକ ଶ୍ରମ ଶକ୍ତିଙ୍କ ଚାହିଦା ବୃଦ୍ଧି ପାଇଛି । ତାହାକୁ ଅଗ୍ରାଧିକାର ଦେଇ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ଓଡ଼ିଶାରେ ତୃତୀୟ ଦକ୍ଷତା ଉନ୍ନତୀକରଣ କେନ୍ଦ୍ରର ଉଦ୍‌ଘାଟନ କରାଯାଇଛି । ରାଉରକେଲାର ନୂତନ ଭାବେ ବିକଶିତ କେନ୍ଦ୍ର ହେଉଛି ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତା ବଢ଼ାଇବା ଏବଂ ନିଯୁକ୍ତି ହାସଲରେ ସେମାନଙ୍କୁ ସକ୍ଷମ କରିବା ଦିଗରେ ଆମ ପ୍ରତିବଦ୍ଧତାର ପ୍ରମାଣ ।’’
ରାଉରକେଲାର ରିଜର୍ଭ ପୋଲିସ ଲାଇନ୍ ନିକଟସ୍ଥ ଜେଲ୍ ରୋଡ୍‌ରେ ଥିବା ଏଚ୍‌ଏମ୍‌ଏସ୍‌ଆଇର ଦକ୍ଷତା ଉନ୍ନତୀକରଣ କେନ୍ଦ୍ରରେ ରହିଛି ଏକ ସମ୍ପୂର୍ଣ୍ଣ ପ୍ରସ୍ତୁତ ୱାର୍କସପ୍ ସହ ଦୁଇ ଚକିଆ ଓ ସର୍ଭିସ୍ ଭିତିଭୂମି ଏବଂ ଦୁଇଚକିଅ ଯରାନର ରକ୍ଷଣାବେକ୍ଷଣ ଓ ମରାମତିର ବିଭିନ୍ନ ବୈଷୟିକ ଦିଗ ଉପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଲାଗି ସଦ୍ୟତମ ଟୁଲ୍‌ସ ଓ ପ୍ରଯୁକ୍ତି ଏବଂ ଏହି କେନ୍ଦ୍ର ସେମାନଙ୍କୁ ସାରା ଭାରତରେ ଥିବା ଦୁଇଚକିଆ ଯାନ ଡିଲରସିପ୍‌ଗୁଡ଼ିକରେ ନିଯୁକ୍ତି ସୁଯୋଗ ପ୍ରଦାନ କରି ସଶକ୍ତ କରିବ ।

Share

Leave a Reply

Your email address will not be published. Required fields are marked *

20 − 9 =