ଭିଝିଞ୍ଜାମ୍‌ରେ ମହିଳାମାନଙ୍କୁ ସଶକ୍ତ କରୁଛି ଆଦାନି ଫାଉଣ୍ଡେସନ୍‌

ଭୁବନେଶ୍ୱର: ଆଦାନି ଫାଉଣ୍ଡେସନ୍ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅଭିଯାନ ଜରିଆରେ କେରଳର ଭିଝିଞ୍ଜାମ୍‌ରେ ଗୋଷ୍ଠୀ ସ୍ୱେଚ୍ଛାସେବୀ କାର୍ଯ୍ୟକୁ କୋଭିଡ୍ ମହାମାରୀ ସମୟରେ ଶୁଭାରମ୍ଭ କରାଯାଇଥିଲା । ବର୍ତମାନ ତାହା ପ୍ରଯୁକ୍ତି ଜରିଆରେ ସରକାର ଓ ଊପେକ୍ଷୀତ ବର୍ଗର ଲୋକଙ୍କ ଭିତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, ଫଳରେ ଲୋକମାନେ ସରକାରୀ ସ୍କିମ୍‌ର ସିଧାସଳଖ ଲାଭ ପାଇପାରୁଛନ୍ତି ।
ଚଳିତ ବର୍ଷ ଆଦାନି ଫାଉଣ୍ଡେସନ୍ ପକ୍ଷରୁ ୪୬ ଜଣ ମହିଳା ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା କାର୍ଯ୍ୟ ହାତକୁ ନିଆଯାଇଛି । ସେମାନଙ୍କ ଜରିଆରେ ପ୍ରାୟ ୧୦୦୦ ଲୋକଙ୍କୁ ସରକାରୀ ସ୍କିମ୍ ସହ ଯୋଡ଼ିବାକୁ ଫାଉଣ୍ଡେସନ୍ ଲକ୍ଷ୍ୟ ରଖିଛି । ଯଦିଓ ଏହି କାମ କଷ୍ଟକର, ତଥାପି ଫାଉଣ୍ଡେସନର ଟିମ୍ ସେହି ଆହ୍ୱାନକୁ ଗ୍ରହଣ କରି କାମ ଆରମ୍ଭ କରିଛନ୍ତି । ଅଟଳ ପେନ୍‌ସନ୍ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ସହ ଯୋଡ଼ି ହୋଇଥିବା ଲୋକମାନେ ସେମାନଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି ।
ପିଲାମାନଙ୍କ ଉତ୍‌ଥାନ ବିନା ଅନଗ୍ରସର ସମାଜର ଉତ୍‌ଥାନ ଅସମ୍ପୂର୍ଣ୍ଣ । ପିଲାମାନଙ୍କ ସମ୍ପର୍କିତ ସରକାରୀ ସ୍କିମ୍ ଲାଗି ଶାଲଭଙ୍ଗାଲ ଓ ଫୋନିକ୍ସ ଭଳି ହ୍ୱାଟସ୍‌ଆପ୍ ଗ୍ରୁପ୍ ସୃଷ୍ଟି କରାଯାଇଛି । ଅନିତା ଓ ତାଙ୍କ ଭଳି ଗୋଷ୍ଠୀ ସ୍ୱେଚ୍ଛାସେବୀମାନେ ନିଜ ଗ୍ରାମ ପରିଦର୍ଶନ କରି ଗରିବ ଲୋକମାନଙ୍କୁ ସରକାରୀ ସ୍କିମ୍‌ର ଲାଭ ବିଷୟରେ ବୁଝାଇବା ସହ ସେଥିରେ କିଭଳି ଯୋଡ଼ିହେବ ତାହା ଜଣାଉଛନ୍ତି । ଫାଉଣ୍ଡେସନରୁ ପ୍ରଶିକ୍ଷଣ ହାସଲ କରି ତାଙ୍କ ଭଳି ମହିଳା ଏବେ ଆଶାର ନୂଆ ଆଲୋକ ବାଂଟୁଛନ୍ତି ।
ଏହି ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ୫୮ ଜଣ ଗରିବ ପିଲା ସରକାରୀ ସ୍କିମ୍ ଜରିଆରେ ୩୦୦୦ ଟଙ୍କାରୁ ୭୫୦୦ ଟଙ୍କା ପର୍ଯ୍ୟନ୍ତର ଶିକ୍ଷାବୃତି ପାଇଛନ୍ତି । ବର୍ତମାନ ସୁଦ୍ଧା ବହୁ ଲୋକ ବିଧବା ଭତା, ଲାଇଫ୍ ହାଉସ୍ ସ୍କିମ୍‌, ଇ-ଲେବର କାର୍ଡ, କିଚେନ୍ ଗାର୍ଡେନ୍ ଭଳି ସରକାରୀ ସ୍କିମ୍‌ର ଲାଭ ପାଇପାରିଛନ୍ତି । ଏହା ବ୍ୟତୀତ ଆଦାନି ଫାଉଣ୍ଡେସନର ଅଧିକାରୀମାନେ ମଧ୍ୟ ହିତାଧୀକାରୀମାନଙ୍କୁ ସଂପୃକ୍ତ ସରକାରୀ କାର୍ଯ୍ୟାଳୟରେ ପହଂଚାଉଛନ୍ତି ।
ଅନଲାଇନ୍ ଅଭିଯାନ ଜରିଆରେ ଲୋକମାନେ ବିଭିନ୍ନ କଲ୍ୟାଣମୂଳକ ସ୍କିମ୍ ଓ ଅଧିକାରୀମାନଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଉଛନ୍ତି । ମହିଳାମାନଙ୍କୁ ଫାଉଣ୍ଡେସନ ପକ୍ଷରୁ କୃଷି, ବ୍ୟାଙ୍କିଙ୍ଗ, ବୀମା, ହାଉସିଂ, ଶିକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ ପେନ୍‌ସନ୍ ଉପରେ ପ୍ରଶିକ୍ଷିତ କରାଯାଉଛି । ମହିଳମ।।ନଙ୍କ ଭିତରେ ନେତୃତ୍ୱ ଦକ୍ଷତା ମଧ୍ୟ ସୃଷ୍ଟି କରାଯାଉଛି ଯଦ୍ୱାରା ସେମାନେ ନୂଆ ସଦସ୍ୟଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି ଉଦ୍ୟମ ଲୋକମାନଙ୍କ ଜୀବନରେ ହେଉଥିବା ପରିବର୍ତନକୁ ନୂଆ ଦିଗ ପ୍ରଦାନ କରିବ ।

Share

Leave a Reply

Your email address will not be published. Required fields are marked *

seventeen − 14 =