ସୋନି ପକ୍ଷରୁ ଅସଲି ଆରଜିବି ଟିଭି ବ୍ରାଜିଆ ୭-୨ ଉନ୍ମୋଚିତ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ବ୍ରାଭିଆ ୭-୨ ଉନ୍ମୋଚନ କରାଯାଇଛି। ଏହା ସହିତ କମ୍ପାନି ଅସଲି ଆରଜିବି ପ୍ରଯୁକ୍ତିର ଶୁଭାରମ୍ଭ କରିଛି ଯାହା ଉନ୍ନତ ରଙ୍ଗ, ଗଭୀରତା ଓ ଦେଖିବା ଅନୁଭବ ସହ ଗୃହ ମନୋରଂଜନକୁ ବଦଳାଦେବ। ଆଜିଠାରୁ ବ୍ରାଭିଆ ୭-୨ ମଡେଲ୍ର ପ୍ରାକ ବୁକିଂ ଆରମ୍ଭ ହୋଇଛି। ଏଥିରେ ଡିସପ୍ଲେ ନବସୃଜନ ଓ ଇଂଟେଲିଜେଂଟ ପ୍ରୋସେସିଂ ପ୍ରଯୁକ୍ତିର ସମନ୍ୱୟ ରହିଛି। ବ୍ରାଭିଆ ୭-୨ ସିନେମା ଅନୁରୂପ ଛବି ପ୍ରଦାନ କରିବ।
ବ୍ରାଭିଆ ୭-୨ର ମୂଳରେ ରହିଛି ଟ୍ରୁ ଆରଜିବି ଯାହା ଆରଜିବି ବ୍ୟାକଲାଇଟ ମାଷ୍ଟର ଡ୍ରାଇଭ ପ୍ରୋ’କୁ ବ୍ୟବହାର କରୁଛି। ରଙ୍ଗରେ ସୂକ୍ଷ୍ମତା ଓ ସଠିକତା ଆଣିବା ପାଇଁ ଏହି ପ୍ରଯୁକ୍ତି ସ୍ୱାଧୀନ ଭାବେ ଲାଲ, ସବୁଜ ଓ ନୀଳ ଆଲୋକକୁ ନିୟନ୍ତ୍ରଣ କରୁଛି। ତା ସହିତ କଗ୍ନିଟିଭ ପ୍ରୋସେସର ଏକ୍ସଆରକୁ ନେଇ ବ୍ରାଭିଆ ୭-୨ ଏଭଳି କଂଟେଂଟ ଉପସ୍ଥାପନ କରିବ ଯାହା ଲୋକମାନେ ପ୍ରାକୃତିକ ଭାବେ ଦେଖିଖାନ୍ତି ଓ ଶୁଣିଥାନ୍ତି।
ଏହି ଟିଭିରେ ରହିଥିବା ପ୍ରମୁଖ ପ୍ରଯୁକ୍ତିଗୁଡ଼ିକ ହେଉଛି ଆରଜିବି ବ୍ୟାକଲାଇଟ ମାଷ୍ଟର ଡ୍ରାଇଭ ପ୍ରୋ, ଆରଜିବି ଟ୍ରିଲୁମିନସ ମ୍ୟାକ୍ସ ସହିତ ଲୁମିନାନ୍ସ ବୁଷ୍ଟର, କଲର ଗ୍ରେଡେସନ ଓ ଏକ୍ସ-ୱାଇଡ ଆଙ୍ଗେଲ ପ୍ରୋ। ୫୫ ଇଂଚ ଆକାରରୁ ଏହି ଟିଭି ଉପଲବ୍ଧ ହେବା ଆରମ୍ଭ ହୋଇଛି ଏବଂ ପରବର୍ତୀ ସମୟରେ ୬୫ ଇଂଚ, ୭୫ ଇଂଚ ଓ ୮୫ ଇଂଚ ଭାରିଆଂଟରେ ଉପଲବ୍ଧ ହେବ। ଆସନ୍ତା ଜୁନରେ ଏହାର ୯୮ ଇଂଚ ମଡେଲ ଆସିବ ଯାହାକୁ ସୋନି ‘ସିନେମା କମିଂ ହୋମ’ ଭାବେ ଅଭିହିତ କରିଛି।
ଏହାର କଗ୍ନିଟିଭ ପ୍ରୋସେସର ଏକ୍ସଆର ଜୀବନ୍ତ ଛବି ଉପସ୍ଥାପନ କରିବ। ଏହାର ଏକ୍ସଆର କଂଟ୍ରାଷ୍ଟ ବୁଷ୍ଟର ଚତୁରତାର ସହ ଆଲୋକ ଓ ଅନ୍ଧକାର ମଧ୍ୟରେ ସନ୍ତୁଳନ ରକ୍ଷା କରିବ। ଏକ୍ସଆର କ୍ଲିୟର ଇମେଜ ଅଦରକାରୀ ଜିନିଷକୁ ହଟାଇ ୪କେ ମାନର ଛବି ଉପସ୍ଥାପନ କରିବ। ସେହିପରି ଏକ୍ସଆର ମୋସନ କ୍ଲାରିଟି ପ୍ରତିଟି ଦ୍ରୁତ ଗତିର ସିନକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରିବ। ଏଥିରେ ରହିଛି ଡଲବି ଭିଜନ, ଏଚଡିଆର୧୦ ଏଚଏଲଜ, ଆଇମ୍ୟାକ୍ସ ଏନହାନ୍ସଡ। ରଙ୍ଗ, କଂଟ୍ରାଷ୍ଟ ଦୃଷ୍ଟିରୁ ବ୍ରାଭିଆ ୭-୨ ସିନେମା ଭଳି ବାସ୍ତବ ଅନୁଭବ ପ୍ରଦାନ କରିବ। ଏହାର ୬୫ ଇଂଚ ଓ ତାଠାରୁ ବଡ଼ ମଡେଲରେ ଆକୋଷ୍ଟିକ ମଲଟି-ଅଡିଓ ଓ ଟ୍ୱିଟର ରହିବ। ଏଆଇ ସାଉଣ୍ଡ ସେପାରେସନ ସହିତ ଭଏସ ଜୁମ ୩ ସଂଳାପଗୁଡ଼ିକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରିବ ଏବଂ ୩ଡି ସରାଉଣ୍ଡ ଅପସ୍କେଲିଂ ସାଉଣ୍ଡରେ ରୂପାନ୍ତରଣ ଆଣିବ।
ପରବର୍ତୀ ପିଢ଼ିର ଗେମିଂ ଅନୁଭବ ପାଇଁ ମଧ୍ୟ ଏହାକୁ ସ୍ୱତନ୍ତ୍ର ଭାବେ ବିକାଶ କରାଯାଇଛି। ଏଥିରେ ୪କେ ୧୨୦ ହର୍ଜ, ଅଟୋ ଲୋ ଲାଟେନ୍ସି ମୋଡ, ଭାରିଏବଲ ରିଫ୍ରେସ ରେଟ ରହିଛି ଯାହା ସ୍କ୍ରିନକୁ ଫାଟିବା ଭଳି ଦେଖାଯିବାରୁ ରୋକିବ। ଏଥିରେ ଥିବା ଗେମ ମେନୁ, ଡଲବି ଭିଜନ ଗେମିଂ ସ୍ୱତନ୍ତ୍ର ଗେମିଂ ଅନୁଭୂତି ପ୍ରଦାନ କରିବ। ଏହାକୁ ପ୍ଲେଷ୍ଟେସନ ୫ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏଥିରେ ଅଟୋ ଏଚଡିଆର ଟୋନ ମ୍ୟାପିଂ ଓ ଅଟୋ ଜିନିୟର ପିକଚର ମୋଡ୍ ରହିଛି।
ବ୍ରାଭିଆ ୭-୨ ଟିଭି ସହିତ ଗୁଗଲ ଟିଭି ଓ ଜେମିନି ସୁବିଧା ରହିଛି ଯାହା ଜରିଆରେ ଗ୍ରାହକମାନେ ୪,୦୦,୦୦୦ରୁ ଅଧିକ ସିନେମା ଓ ଟିଭି ସୋ, ହଜାର ହଜାର ଗେମ ଓ ଆପ ପାଇପାରିବେ। ହାଣ୍ଡସ ଫ୍ରି ଭଏସ ସର୍ଚ ଓ ଗୁଗଲ ଆସିଷ୍ଟାଂଟକୁ ଏହା ସମର୍ଥନ କରୁଛି। ଏହା ଆପଲ ଏୟାରପ୍ଲେ ୨, ଆପଲ ହୋମକିଟ, ଗୁଗଲ କାଷ୍ଟକୁ ସମର୍ଥନ କରୁଥିବା ବେଳେ ଆଲେକ୍ସା ସକ୍ଷମ ଡିଭାଇସରେ ମଧ୍ୟ କାମ କରୁଛି।
ଏହି ଟିଭି ଜରିଆରେ ଗ୍ରାହକମାନେ ୮୦ ଏମବିପିଏସ ମାନର କଂଟେଂଟ ଷ୍ଟ୍ରିମିଂ କରିପାରିବେ ଯାହା ୪କେ ୟୁଏଚଡି ବ୍ଲୁ ରେ ସହ ସମାନ। ଗ୍ରାହକମାନେ ୧୦ ମୁଭି କ୍ରେଡିଭ ମଧ୍ୟ ଯାହା କରିପାରିବେ। ସହଜଲବ୍ଧତା ଓ ଦୀର୍ଘସ୍ଥାୟିତ୍ୱକୁ ନଜରରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ଘରକୁ ସୁହାଇବା ଭଳି ଏହାର ଫ୍ରେମକୁ ଡିଜାଇନ କରାଯାଇଥିବା ବେଳେ ମିରେଜ ଷ୍ଟାଣ୍ଡ ପ୍ରଦାନ କରାଯାଇଛି। ଏକ୍ସ ପ୍ରୋଟେକ୍ସ ପିଆରଓ ସହ ଏହାକୁ ପ୍ରସ୍ତୁତ କରାଯାଇଛି ଯାହା ବଜ୍ରପାତ, ଲାଇଟ୍ରେ ହଠାତ ବୃଦ୍ଧି, ଧୂଳିକଣା ଓ ଆର୍ଦ୍ରତାରୁ ସୁରକ୍ଷା ପ୍ରଦାନ କରିପାରିବ। ଏହାର ଇକୋ ଡ୍ୟାସବୋର୍ଡ ୨ ଓ ଆରଜିବି ଏଲଇଡି କଂଟ୍ରୋଲ ଜରିଆରେ ଗ୍ରାହକମାନେ ଶକ୍ତି ଉପଯୋଗକୁ ଜାଣିପାରିବେ।
୨୦୨୬ ମେ ୨୮ ତାରିଖରୁ ସମସ୍ତ ସୋନି ରିଟେଲ ଷ୍ଟୋର, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଆଉଟଲେଟ, ସପଆଟଏସସି ଡଟ କମ ପୋର୍ଟାଲ, ପ୍ରମୁଖ ଇ-କମର୍ସ ସାଇଟରେ ବ୍ରାଭିଆ ୭-୨ ଉପଲବ୍ଧ ହେବ। ଆଜିଠାରୁ ଏହାର ପ୍ରାକ ବୁକିଂ ଆରମ୍ଭ ହୋଇଛି। ବ୍ରାଜିଆ ୭-୨ର ୫୫ ଇଂଚ ମଡେଲର ଦାମ ୩,୫୯,୯୦୦ ଟଙ୍କା ଓ ୬୨ ଇଂଚର ଦାମ ୪,୩୯,୯୦୦ ଟଙ୍କା ରହିଛି।

