ପ୍ଲାନ ଚେଞ୍ଜ କଲା ବିଏସଏନଏଲ

ଭୁବନେଶ୍ୱର: ରିଚାର୍ଜ ପ୍ଲାନ ପରିବର୍ତ୍ତନ କଲା ବିଏସଏନଏଲ । ୪୯୯ ଓ ୧୯୮ ଟଙ୍କଆ ପ୍ଲାନରେ ପରିବର୍ତ୍ତନ କରିଛି କମ୍ପାନୀ । ପୂର୍ବରୁ ୪୯୯ ଟଙ୍କାରେ ଗ୍ରାହାକମାନେ ପ୍ରତିଦିନ ୧ ଜିବି ଡାଟା ପାଉଥିଲେ । ଏହାସହ ୮୪ଦିନ ଲାଗି ଅନଲିମିଟେଡ କଲର ଉପଭୋଗ କରିବା ସହ ଦୈନିକ ୧୦୦ଟି ମେସେଜ ପାଉଥିଲେ । କିନ୍ତୁ ଏବେ ଏହା ବଦଳି ଯାଇଛି । ୮୪ ଦିନ ବଦଳରେ ୯୦ କରିଛି କମ୍ପାନୀ । ଏହାସହ ପ୍ରତିଦିନ ୨ଜିବି ଡାଟା ପ୍ୟାକ ଦେବା ସହ ୧୦୦ ମେସେର ସୁବିଧା ମଧ୍ୟ ରଖିଛି କମ୍ପାନୀ ।

ସେପଟେ ୧୯୮ ଟଙ୍କାର ପ୍ଲାନରେ ଗ୍ରାହାକଙ୍କୁ ଦୁଃଖୀ କରିବ କମ୍ପାନୀ । କାରଣ ପୂର୍ବରୁ ୧୯୮ ଟଙ୍କାରେ ୫୪ଦିନ ବୈଧତା ଥିବା ପ୍ରତିଦିନ ମିଳୁଥିଲା ୨ଜିବି ଡାଟା । ତେବେ ଏହି ପ୍ଲାନକୁ ବନ୍ଦ କରି ଏବେ କମ୍ପାନୀ ୫୪ଦିନ ବଦଳରେ ୫୦ ଦିନର ବୈଧତା ରଖିଛି । ତେବେ ଡାଟା ଏବଂ ମେସେଜ ବୈଧତା ଜାରି ରହିବ ।

Share

Leave a Reply

Your email address will not be published. Required fields are marked *

19 − 16 =