‘ପ୍ରୋଜେକ୍ଟ ସର୍ବ-ଓ-ତମ’ ଜରିଆରେ ସେବାର ଡିଜିଟାଲ୍ ରୂପାନ୍ତରଣ କରୁଛି ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସ

ଭୁବନେଶ୍ୱର: ଗ୍ରାହକ ମାନଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ଲାଗି ରହିଥିବା ପ୍ରତିବଦ୍ଧତା ଅନୁସାରେ ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସ ନିରନ୍ତର ଭାବେ ଏହାର ଡିଜିଟାଲ୍ ଦକ୍ଷତାକୁ ବଢ଼ାଉଛି । କଂପାନି “ପ୍ରୋଜେକ୍ଟ ସର୍ବ-ଓ-ତମ’ର ପ୍ରଥମ ପର୍ଯ୍ୟାୟକୁ ସଫଳତାର ସହ ଶୁଭାରମ୍ଭ କରି ସମାପନ କରିଛି ଯେଉଁଥିରେ ୨୦ଟି ପଲିସିକୁ ପୁନର୍ମାଜିତ କରାଯାଇଛି ଏବଂ ପ୍ରତ୍ୟକ୍ଷ ସେବାରୁ ଡିଜିଟାଲ୍ ସେବା ପର୍ଯ୍ୟନ୍ତ ୩୬୦ ଡିଗ୍ରି ରୂପାନ୍ତରଣ କରାଯାଇଛି, ଫଳରେ ଗ୍ରାହକମାନେ କେବଳ ଗୋଟିଏ କ୍ଲିକ୍‌ରେ ପଲିସି ସେବା ପାଇପାରୁଛନ୍ତି ।

ଭାରତୀୟ ଆକ୍ସା ଲାଇଫ୍‌ର ଗ୍ରାହକମାନେ ସୁବିଧାରେ ସେମାନଙ୍କ ଯୋଗାଯୋଗ ବିବରଣୀ ଅପ୍‌ଡେଟ୍ କରିପାରୁଛନ୍ତି ଏବଂ ଫଣ୍ଡ୍ ସ୍ୱିଚ୍ କରିବା, ପଲିସି ସରେଣ୍ଡର କରିବା ଏବଂ କଂପାନିର ଗ୍ରାହକ କୈନ୍ଦ୍ରୀକ ପୋର୍ଟାଲ୍ ଡିଜିସର୍ଭ ଜରିଆରେ ଋଣ ଲାଗି ଆବେଦନ କରିବା ଭଳି ପଲିସି ସମ୍ପର୍କିତ ଅନ୍ୟାନ୍ୟ କାର୍ଯ୍ୟ କରିପାରୁଛନ୍ତି ।

ଏହି ପ୍ରକ୍ର୍ରିୟାଗୁଡ଼ିକ ଦ୍ୱାରା ସେବା ଦକ୍ଷତାରେ ଉଲ୍ଲେଖନୀୟ ଉନ୍ନତି ହୋଇଥିବାରୁ ୨୪ ଘଂଟା ଭିତରେ ପ୍ରଶ୍ନର ସମାଧାନ ହୋଇପାରୁଛି ଯାହା ଏକ ସହଜ ଓ ଚିନ୍ତାମୁକ୍ତ ସେବା ଉପଭୋଗ କରିବା ଲାଗି ଗ୍ରାହକମାନଙ୍କୁ ସକ୍ଷମ କରିଛି । ଏହି ଡିଜିଟାଲ୍ ସେବାରେ ଡିଆଇୱାଇ ବିକଳ୍ପ, କାଗଜବିହୀନ ପ୍ରକ୍ର୍ରିୟା ଏବଂ ଓଟିପି ଭିତିକ ଅନୁମତି ଭଳି ଡିଜିଟାଲ୍ ସେବା ରହିଛି ଯାହା ଗ୍ରାହକମାନଙ୍କୁ ସେମାନଙ୍କ ପଲିସି ପରିଚାଳନା କରିବା ଏବଂ ସୁରକ୍ଷିତ ଓ ପ୍ରଭାବୀ ଭାବେ କାରବାର ସମ୍ପାଦନ କରିବାରେ ସହାୟକ ହେଉଛି ।

କଂପାନିର ମୁଖ୍ୟ ଗ୍ରାହକ ଅଧିକାରୀ ଓ ଡିଜିଟାଲ୍ ବ୍ୟବସାୟ ମୁଖ୍ୟ ଶ୍ରୀ ନିତୀନ ମେହତା କହିଛନ୍ତି ଯେ, “ଆମ ମୂଲ୍ୟବାନ ଗ୍ରାହକମାନଙ୍କ ଲାଗି ବୀମାକୁ ସହଜ କରିବାରେ ଆମ ମିସନ ସହିତ “ପ୍ରୋଜେକ୍ଟ ସର୍ବ-ଓ-ତମ’ ଉପଯୁକ୍ତ ଭାବେ ଖାପଖାଉଛି । ଆମ ପ୍ରଭାବୀ ସେବା ପାଇଁ ଆମେ ସକାରାତ୍ମକ ମତାମତ ହାସଲ କରିଛୁ ଏବଂ ଆମ ଗ୍ରାହକ ପୋର୍ଟାଲ ପାଇଁ ନେଟ୍ ପ୍ରମୋଟର ସ୍କୋରରେ ୩୦% ଉନ୍ନତି ଆମେ ଗ୍ରାହକମାନଙ୍କୁ ଖୁସି କରିବାରେ ସଫଳ ହୋଇଛି । ଆମେ ଭଲ ଭାବେ ବୁଝୁଛୁ ଯେ ସମୟ ବଦଳିବା ସହ ଗ୍ରାହକମାନଙ୍କ ଆବଶ୍ୟକତାରେ ଏକ ପରିବର୍ତନ ହୋଇଛି ଏବଂ ଡିଜିଟାଇଜେସନ ସେମାନଙ୍କ ପାଇଁ ପ୍ରମୁଖ ସେବା ହାସଲ କରିବା ସହିତ ମାନୁଆଲ ପ୍ରକ୍ର୍ରିୟାକୁ ଦୂର କରିବା ସହଜ କରିଛି । “ପ୍ରୋଜେକ୍ଟ ସର୍ବ-ଓ-ତମ’ ସହିତ ଗ୍ରାହକଙ୍କ ସମୟ ଓ ଉଦ୍ୟମ ସଂଚୟ କରିବା ପ୍ରତି ଆମେ ପ୍ରାଥମିକତା ଦେଉଛୁ । ଏହା ହେଉଛି ଡିଆଇୱାଇ ଯାତ୍ରାର ସମୟ ଏବଂ ଆମେ ଯଥା ସମ୍ଭବ ସହଜରେ ଆମ ଗ୍ରାହକଙ୍କ ପଲିସିକୁ ପରିଚାଳନା କରିବା ଲାଗି ଆମେ ଚାହୁଛୁ ।’’
ଭାରତୀୟ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ଶ୍ରୀ ପଙ୍କଜ ଗୁପ୍ତା କହିଛନ୍ତି ଯେ, “ଭାରତୀ ଆକ୍ସା ଲାଇଫ୍‌ରେ ଆମେ ଆମ ଡିଜିଟାଲ୍ ସେବା ଜରିଆରେ ଗ୍ରାହକଙ୍କ ଅନୁଭୂତିିରେ ଉନ୍ନତି ଆଣିବାକୁ ପ୍ରତିବଦ୍ଧ ରହିଛୁ । ଡିଜିଟାଲ୍ ଦକ୍ଷତାରେ ନିବେଶ କରି ଆମେ ଗ୍ରାହକ ଯାତ୍ରା ଏବଂ ପ୍ରଶ୍ନ ସମାଧାନ ସମୟରେ ଉନ୍ନତି ଆଣିବାରେ ସଫଳ ହୋଇଥିବା ବେଳେ ଠକେଇ ବିପଦର ମୁକାବିଲା କରିପାରିଛୁ । ଗ୍ରାହକମାନଙ୍କ ବ୍ୟସ୍ତବହୁଳ ଜୀବନକୁ ଦୃଷ୍ଟିରେ ରଖି ସେମାନଙ୍କୁ ଦ୍ରୁତ ଓ ଚିନ୍ତାମୁକ୍ତ ଭାବେ ନୋମିନି ବିବରଣୀ ବଦଳାଇବା ଓ ଯେକୌଣସିି ସ୍ଥାନରେ ଯେକୌଣସି ସମୟରେ ବ୍ୟାଙ୍କ ଖାତା ବିବରଣୀ ଅପ୍‌ଡେଟ୍ କରିବା ଭଳି ଆମ ସେବାଗୁଡ଼ିକୁ ହାସଲ କରିବା ପାଇଁ ରହିଥିବା ଚାହିଦା ପୂରଣ କରିବା ଲାଗି ଆମ ଡିଜିଟାଲ୍ ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ପ୍ରସ୍ତୁତ କରାଯାଇଛି । ଭାରତୀ ଆକ୍ସା ଲାଇଫ୍‌ରେ ଆମେ ଗ୍ରାହକମାନଙ୍କୁ ଶ୍ରେଷ୍ଠ ସମ୍ଭବ ସେବା ଅନୁଭୂତି ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ ଏବଂ ସେମାନଙ୍କୁ ଅଭିନବ ସମାଧାନ ସେବା ପ୍ରଦାନ କରିବା ଲାଗି ଆମେ ଉତ୍ସର୍ଗୀକୃତ ।’’

Share

Leave a Reply

Your email address will not be published. Required fields are marked *

12 − eight =