Business

ଟିଭିଏସ୍ ମୋଟର ପକ୍ଷରୁ ମାର୍ଭେଲ୍ ଡକ୍ଟର ଡୁମ୍‌ରୁ ଅନୁପ୍ରାଣିତ ଟିଭିଏସ୍ ରେଡର୍ ସୁପର୍ ସ୍କ୍ୱାଡ୍ ଏଡିସନ୍ ଉନ୍ମୋଚିତ

ଭୁବନେଶ୍ୱର: ଟିଭିଏସ୍ ବେଣୁର ଅଂଶ ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଏକ ନୂଆ ଡକ୍ଟର ଡୁମ୍ ଭାରିଆଂଟ୍‌ରୁ ଅନୁପ୍ରାଣିତ ଟିଭିଏସ୍ ରେଡର୍ ସୁପର ସ୍କ୍ୱାଡ୍ ଏଡିସନ୍ ଉନ୍ମୋଚନ କରାଯାଇଛି। ମାର୍ଭେଲ୍‌ର ବହୁ ଚର୍ଚ୍ଚିତ ପୋଷ୍ଟ୍ କ୍ରେଡିଟ୍ ପରମ୍ପରାରୁ ଅନୁପ୍ରାଣିତ ହୋଇ ଟିଭିଏସ୍ ରେଡର୍ ଏକ ନୂଆ ଡକ୍ଟର ଡୁମ୍ ଭାରିଆଂଟ୍ ଉନ୍ମୋଚନ କରି ସିନେପ୍ରେମୀଙ୍କୁ ଉଲ୍ଲସିଂତ ଓ ଚକିତ କରିଛି। ନୂତନ ଭାବେ ମୁକ୍ତିଲାଭ କରିଥିବା ସ୍ପାଇଡରମ୍ୟାନ୍‌: ବ୍ରାଣ୍ଡ ନିଉ ଡେର ପୋଷ୍ଟ କ୍ରେଡିଟ୍‌ରୁ ଅନୁପ୍ରାଣିତ ହୋଇ କମ୍ପାନି ଏହି ନୂଆ ଭାରିଆଂଟ୍ ଆଣିଛି।
ଡକ୍ଟର ଡୁମ୍‌ର ପ୍ରଭାବଶାଳୀ ଉପସ୍ଥିତିରୁ ପ୍ରେରଣା ନେଇ ଏହି ସୁପର ସ୍କ୍ୱାଡ୍ ଏଡିସନ୍‌ରେ ରହିଛି; ଏକ ନୂଆ ସବୁଜ ରଙ୍ଗ ଯାହା ସବୁଜରୁ ବାଦାମୀ ଆଡ଼କୁ ରୂପାନ୍ତରିତ ହୋଇଛି। ଆଜିର ଯୁବ ପିଢ଼ି ଷ୍ଟାଇଲ ଓ ଦୈନନ୍ଦିତ ପ୍ରଦର୍ଶନର ମିଶ୍ରଣ ଥିବା ମୋଟରସାଇକଲ୍ ଚାହୁଥିବାରୁ ଏହି ଶକ୍ତିଶାଳୀ ବ୍ୟକ୍ତିତ୍ୱକୁ ତୋଳି ଧରିବା ପାଇଁ ପ୍ରସ୍ତୁତ ଏହି ଏଡିସନ୍ ଯୁବପିଢ଼ିଙ୍କ ମଧ୍ୟରେ ଟିିଭିଏସ୍ ରେଡର୍‌ର ସ୍ୱତନ୍ତ୍ର ପରିଚୟକୁ ସୁଦୃଢ଼ କରିଛି।
ଟିଭିଏସ୍ ରେଡର୍ ସୁପର ସ୍କ୍ୱାଡ୍ ଏଡିସନ୍ ଏଭଳି ପ୍ରଦର୍ଶନ ଓ ପ୍ରଯୁକ୍ତି ଦେବା ଜାରି ରଖିବ ଯାହା ୧୨୫ ସିସି ମୋଟରସାଇକଲ୍ ବର୍ଗରେ ସବୁଠୁ ଲୋକପ୍ରିୟ। ଏଥିରେ ତିନି ଭାଲ୍‌ଭ ବିଶିଷ୍ଟ ଇଞ୍ଜିନ ସହିତ କନେକ୍ଟେଟ୍ ରିଭର୍ସ ଏଲ୍‌ସିଡି କ୍ଲଷ୍ଟର୍ ରହିଛି ଯେଉଁଥିରେ ୮୫ ପ୍ରକାରର କନେକ୍ଟେଡ୍ ସୁବିଧା, ଆଇଗୋ ଆସିଷ୍ଟ୍ ପ୍ରଯୁକ୍ତି ରହିଛି। ଏହାର ଚଉଡ଼ା ଟାୟାର ସଡ଼କରେ ଗାଡ଼ି ଚଳାଇବାର ବିଶ୍ୱାସ ବଢ଼ାଉଛି। ଏହାର ଟପ୍ ଭାରିଆଂଟ୍‌ରେ ଡୁଆଲ୍ ଡିସ୍କ ବ୍ରେକ୍ ସହିତ ସିଙ୍ଗଲ୍ ଚ୍ୟାନେଲ୍ ଏବିଏସ୍ ରହିଛି ଯାହା ଏହାକୁ ଏହି ଶ୍ରେଣୀର ସବୁଠାରୁ ସୁରକ୍ଷିତ ମୋଟରସାଇକଲ୍‌ରେ ପରିଣତ କରିଛି।
୨୦୨୩ରେ ସୁପର ସ୍କ୍ୱାଡ୍ ଏଡିସନ୍‌ର ଉନ୍ମୋଚନ ସହିତ ଟିଭିଏସ୍ ରେଡର୍ ପ୍ରଥମ ଥର ପାଇଁ ଭାରତରେ ଏକ ମାର୍ଭେଲ୍ ବିଷୟ ଆଧାରିତ ମୋଟରସାଇକଲ୍ ଉନ୍ମୋଚନ କରିଥିଲା ଯାହା ଆଇରନ୍ ମ୍ୟାନ୍ ଓ ବ୍ଲାକ୍ ପ୍ୟାନ୍ଥରରୁ ଅନୁପ୍ରାଣିତ ହୋଇଥିଲା। ୨୦୨୫ରେ ଡେଡ୍‌ପୁଲ୍ ଓ ୱଲ୍‌ଭରିନ୍ ବିଷୟ ସହ ସେହି ଏଡିସନ୍ ସମ୍ପ୍ରସାରିତ ହୋଇଥିଲା ଯାହା ରାଇଡର୍‌ମାନଙ୍କୁ ମାର୍ଭେଲ୍‌ର ସୁପର ହିରୋମାନଙ୍କ ସହିତ ମୋଟରସାଇକଲ୍ ଡିଜାଇନ୍‌କୁ ପାଳନ କରିବାର ସୁଯୋଗ ପ୍ରଦାନ କରିଥିଲା। ଏହି ସଫଳ ସହଯୋଗିତାରେ ନୂଆ ଡକ୍ଟର ଡୁମ୍ ଅନୁପ୍ରାଣିତ ଏଡିସନ୍ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଯାହା ଶକ୍ତିଶାଳୀ ଡିଜାଇନ, ଉନ୍ନତ ପ୍ରଯୁକ୍ତି ଓ ବ୍ରାଣ୍ଡ୍ ଅନୁଭୂତି ନୂଆ ପିଢ଼ିର ରାଇଡର୍‌ଙ୍କୁ ପ୍ରଦାନ କରୁଛି।
ଟିଭିଏସ୍ ମୋଟର କମ୍ପାନିର ଡିଲର୍‌ସିପ୍‌ରେ ୯୫,୩୨୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ (ଏକ୍ସ ସୋରୁମ ଦିଲ୍ଲୀ)ରେ ନୂଆ ଟିଭିଏସ୍ ରେଡର୍ ସୁପର ସ୍କ୍ୱାଡ୍ ଏଡିସନ୍ ସମ୍ପୂର୍ଣ୍ଣ ନୂଆ ସ୍ପେକ୍ଟ୍ରାଲ୍ ଗ୍ରିନ୍ ରଙ୍ଗରେ ଉପଲବ୍ଧ ହୋଇଛି।

Share

Leave a Reply

Your email address will not be published. Required fields are marked *

9 + twenty =