ଆକ୍ସିସ୍ ବ୍ୟାଙ୍କ ଲାଭ ୪୧% ବୃଦ୍ଧି ପାଇ ୫୭୯୭ କୋଟି ଟଙ୍କା

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି । ଏହି ସମୟରେ ବ୍ୟାଙ୍କର ନିଟ୍ ଲାଭ ୫୭୯୭ କୋଟି ଟଙ୍କା ହୋଇଛି ଯାହା ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୪,୧୨୫ କୋଟି ଟଙ୍କା ଥିଲା । ବ୍ୟାଙ୍କର ନିଟ୍ ସୁଧ ଆୟ ଆଲୋଚ୍ୟ ତ୍ରୈମାସିକରେ ବାର୍ଷିକ ଭିତିରେ ୨୭% ଓ ତ୍ରୈମାସିକ ଭିତିରେ ୨% ବୃଦ୍ଧି ପାଇ ୧୧,୯୫୯ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ସେହି ସମୟରେ ୯,୩୮୪ କୋଟି ଟଙ୍କା ଥିଲା । ନିଟ୍ ସୁଧ ମାର୍ଜିନ୍ ୪.୧୦ ପ୍ରତିଶତକୁ ବୃଦ୍ଧି ପାଇଛି । କାସା ଜମା ବାର୍ଷିକ ଭିତିରେ ୨୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ କାସା ଅନୁପାତ ୪୪% ରହିଛି । ବ୍ୟାଙ୍କର ପରିଚାଳନା ରାଜସ୍ୱ ଏହି ସମୟରେ ୩୮% ବୃଦ୍ଧି ପାଇ ୧୨,୩୧୨ କୋଟି ଟଙ୍କାରୁ ୧୭,୦୪୬ କୋଟି ଟଙ୍କା ହୋଇଛି ।
୨୦୨୩ ଜୁନ୍ ୩୦ ସୁଦ୍ଧା ଶେଷ ତ୍ରୈମାସିକରେ ବ୍ୟାଙ୍କର ମୋଟ୍ ଏନ୍‌ପିଏ ଓ ନିଟ୍ ଏନ୍‌ପିଏ ଯଥାକ୍ରମେ ୧.୯୬% ଓ ୦.୪୧% ରହିଛି ଯାହା ଗତବର୍ଷ ଏହି ସମୟରେ ଯଥାକ୍ରମେ ୨.୭୬% ଓ ୦.୬୪% ଥିଲା । ଫି’ରୁ ବ୍ୟାଙ୍କର ଆୟ ୨୮% ବୃଦ୍ଧି ପାଇ ୪,୪୮୮ କୋଟି ଟଙ୍କା ହୋଇଛି । ରିଟେଲ୍ ଫି’ରେ ୩୭% ବୃଦ୍ଧି ପାଇଛି ଯାହା ବ୍ୟାଙ୍କର ମୋଟ ଫି’ ଆୟର ୭୦% । ଲାଭ ସମେତ ବ୍ୟାଙ୍କର ପୁଞ୍ଜି ସ୍ୱଚ୍ଛଳତା ହାର ୧୭.୭୪% ରହିଥିବା ବେଳେ ସିଇଟି ୧ ଅନୁପାତ ୧୪.୩୮% ରହିଛି । ୨୦୨୩ ଜୁନ୍ ୩୦ ସୁଦ୍ଧା ବ୍ୟାଙ୍କର ୪,୯୪୫ ଦେଶ ଭିତରେ ଶାଖା ଥିବା ବେଳେ ୨୭୫୪ ଏକ୍ସଟେନ୍‌ସନ୍ କାଉଂଟର ରହିଛି ।
ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ଆମେ ଏକ ନିର୍ଦ୍ଦିଷ୍ଟ ନୂଆ ପିଢ଼ିର ବ୍ୟାଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରୁଛୁ ଯାହା ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍ ସମାଧାନ ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ୱପ୍ନ ଓ ଅଭିଳାଷକୁ ଆଗକୁ ବଢ଼ାଇବ । ଆମେ ଆମ ସ୍ତରରେ ନିୟମିତ ଉନ୍ନତି ଆଣୁଥିବା ବେଳେ ଆମ ଡିଜିଟାଲ୍ ଦକ୍ଷତାକୁ ସୁଦୃଢ଼ କରୁଛୁ ଏବଂ ଉତ୍ପାଦ ଓ ସେବାର ଏକ ଦୃଢ଼ ପାଇପ୍‌ଲାଇନ୍ ଗଠନ କରି, ଆମ ସମସ୍ତ ଅଭିଯାନର ମୂଳରେ ଗ୍ରାହକଙ୍କୁ ରଖିଛୁ । ଭାରତର ଅର୍ଥନୈତିକ ସ୍ଥିତି ବେଶ ସୁଦୃଢ଼ ଥିବା ବେଳେ ତାହା ବିପୁଳ ସୁଯୋଗ ପ୍ରଦାନ କରୁଥିବାରୁ ଆମ ସମସ୍ତ ଅଗ୍ରାଧିକାର ବ୍ୟବସାୟରେ ନିରନ୍ତର ଅଭିବୃଦ୍ଧି ପ୍ରଦାନ କରିବା ଲାଗି ଆମେ ପ୍ରସ୍ତୁତ ରହିଛୁ ।’’

Share

Leave a Reply

Your email address will not be published. Required fields are marked *

11 + 7 =