ସୁବର୍ଣ୍ଣରେଖା ପୋର୍ଟ ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଉଦ୍‌ଘାଟିତ

– ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହାୟତାରେ ମିଳିବ ସେବା
– ବାଲିଆପାଳ ବ୍ଳକର ୨୮ ଗ୍ରାମକୁ ଯୋଗାଇବ ସେବା
ବାଲିଆପାଳ: ବାଲିଆପାଳ ଅଚଂଳରେ ସ୍ୱାସ୍ଥ୍ୟସେବାକୁ ସହଜରେ ଉପଲବ୍ଧ କରାଇବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହଭାଗିତାରେ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍‌(ଏସ୍‌ପିପିଏଲ୍‌)ପକ୍ଷରୁ ଏକ ଭ୍ରାମ୍ୟମାଣ ଜନସ୍ୱାସ୍ଥ୍ୟ ୟୁନିଟ୍‌(ଏମ୍‌-ପିଏଚୟୁ) ଉଦ୍‌ଘାଟିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଡ. ସନ୍ତୋଷ କୁମାର ତ୍ରିପାଠୀ ଏବଂ ଏସ୍‌ପିପିଏଲର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ଯୋଗ ଦେଇଥିଲେ ।
ବାଲିଆପାଳ ବ୍ଲକର ସମୁୁଦାୟ ୧୦ ଗ୍ରାମପଚଂୟତର ୨୮ ଗ୍ରାମକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରି ବ୍ୟାପକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଏମ୍‌-ପିଏଚୟୁରେ ବ୍ୟବସ୍ଥା କରାଯାଇଛି । ଏହି ୟୁନିଟ୍ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟଗତ ସଚେତନତା ସୃଷ୍ଟି କରିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବ ।
କୌଣସି ଆର୍ଥିକ ଦେୟ ବିନା ଗ୍ରାମବାସୀଙ୍କ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରି ଏହି ୟୁନିଟ୍‌ଟି ମାଗଣା ଔଷଧ ବଣ୍ଟନ କରିବ ।
ବାଲେଶ୍ୱରବାସୀଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଦୀର୍ଘସ୍ଥାୟୀ ପରିବର୍ତ୍ତନ ଆଣି ଏସ୍‌ପିପିଏଲର ଏହି ଭ୍ରାମ୍ୟମାଣ ଜନସ୍ୱାସ୍ଥ୍ୟ ୟୁନିଟ୍ ଏକ ସୁସ୍ଥ ସମ୍ପ୍ରଦାୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛିା

Share

Leave a Reply

Your email address will not be published. Required fields are marked *

three × two =