ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଲଜିଷ୍ଟିକ୍ସ ପରିଚାଳନାର ସମ୍ପୁର୍ଣ୍ଣ ଡିଜିଟାଲ ସମାଧାନ ‘ଇ ଲଗ୍’ ଆପ୍ର ଶୁଭାରମ୍ଭ

ସୁକିନ୍ଦା: ଖନନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାଧ୍ୟମରେ ଡିଜିଟାଲ ରୂପାନ୍ତରଣକୁ ତ୍ୱରାନ୍ୱିତ କରି ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) ପକ୍ଷରୁ ଖନନ କାର୍ଯ୍ୟକ୍ଷେତ୍ରରେ ସମସ୍ତ ପ୍ରକାର ଲଜିଷ୍ଟିକ୍ ସମ୍ପର୍କିତ ଆବଶ୍ୟକତାର ସମ୍ପୁର୍ଣ୍ଣ ସମାଧାନ ସ୍ୱରୁପ “ଇ-ଲଗ୍” ଆପ୍ର ଶୁଭାରମ୍ଭ କରାଯାଇଛି ।

ଏହା ଗୋଟିଏ ଏକୀକୃତ ଲଜିଷ୍ଟିକ୍ସ ପ୍ଲାଟ୍ଫର୍ମ ଯାହା ପ୍ରକ୍ରିୟାଗୁଡ଼ିକ ଡିଜିଟାଇଜ୍ କରି କାର୍ଯ୍ୟାନୁଷ୍ଠାନ କରିବା ଯୋଗ୍ୟ ଅନ୍ତର୍ଦୃଷ୍ଟି ପ୍ରଦାନ କରିବା ସହିତ ବାସ୍ତବିକ ସମୟର ତଥ୍ୟ ଏବଂ ଟ୍ରକ୍ ଚାଳକଙ୍କ ସ୍ୱାସ୍ଥ୍ୟ ରେକର୍ଡ଼କୁ ମଧ୍ୟ ସଂଗୃହୀତ କରିଥାଏ । ଏହାସହିତ ଏହି ଆପ୍ ଖଣିରେ ଟ୍ରାଫିକ୍ ପରିଚାଳନା, ଦସ୍ତାବିଜ ପରିଚାଳନା ଏବଂ ବହୁ ଦସ୍ତାବିଜକୁ ଏକତ୍ର କରିବାରେ ସହାୟତା ପ୍ରଦାନ କରିବ ।

ଆନୁଷ୍ଠାନିକ ଭାବେ ଏହି ଆପ୍ର ଶୁଭାରମ୍ଭ କରିବା ସମୟରେ ଟାଟା ଷ୍ଟିଲ ମାଇନିଂର ଅଧ୍ୟକ୍ଷ ଶ୍ରୀ ଡି ବି ସୁନ୍ଦରା ରାମମ୍ କହିଛନ୍ତି ଯେ, ଏହି ପ୍ଲାଟ୍ଫର୍ମ ମାନବିକ ହସ୍ତକ୍ଷେପ ଓ ସମ୍ଭାବ୍ୟ ତ୍ରୁଟିକୁ ହ୍ରାସ କରିବା ସହିତ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ଆଣିବ । ପ୍ରଯୁକ୍ତି ବିଦ୍ୟା ଓ ଡିଜିଟାଲ ପଦକ୍ଷେପ ମାଧ୍ୟମରେ ରୂପାନ୍ତରିକରଣର ଯାତ୍ରାକୁ ଆଗେଇ ନେବା ପାଇଁ ଆମେ ନିରନ୍ତର ପ୍ରୟାସ କରିଆସିଛୁ ଏବଂ ‘ଇ ଲଗ୍’ ଆପ୍ ଏହି ଦିଗରେ ଆଉ ଏକ ଅନନ୍ୟ ପଦକ୍ଷେପ । ଏହି ଆପ୍ ଗୋଟିଏ ଏକୀକୃତ ପ୍ଲାଟଫର୍ମରୁ ସମସ୍ତ ପଏଣ୍ଟର ବାସ୍ତବିକ ସ୍ଥିତି ନିରୀକ୍ଷଣ ପାଇଁ ସୁଯୋଗ ପ୍ରଦାନ କରିବା ସହିତ ମାନୁଆଲ ଏଣ୍ଟ୍ରି ଏବଂ ଦସ୍ତାବିଜୀକରଣରେ ଉପଯୋଗ ସମୟ ଓ ଉଦ୍ୟମର ପରିମାଣକୁ ହ୍ରାସ କରିପାରିବ ।

ଟିଏସ୍ଏମ୍ଏଲ୍ ପ୍ରତି ବର୍ଷ ୧.୬ ଲକ୍ଷରୁ ଊଦ୍ଧ୍ୱର୍ ଟ୍ରକ୍ ଓ ୬୦୦୦ରୁ ଊଦ୍ଧ୍ୱର୍ କଣ୍ଟେନର ମାଧ୍ୟମରେ ରପ୍ତାନୀ ପାଇଁ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ୩୫ଟି ଟଚ୍ ପଏଣ୍ଟ ଅନ୍ତର୍ଗତ ୧୯୦ଟି ସ୍ଥାନରେ ମାଲ ପରିବହନ ନେଟୱର୍କର ପରିଚାଳନା କରୁଛି । ଟିଏସ୍ଏମ୍ଏଲ୍ର ସମସ୍ତ ଯୋଗାଣ ଶୃଙ୍ଖଳ ମଧ୍ୟରେ ୩ଟି କ୍ରୋମ ପଥର ଖଣି, ୩ଟି ଡିପୋ, ୩ଟି ବନ୍ଦରରେ ୯ଟି କାର୍ଯ୍ୟକ୍ଷେତ୍ର, ୯ଟି ଫେରୋକ୍ରୋମ୍ କାରଖାନା ଏବଂ ୧୧ଟି ଡୋର ଡେଲିଭରି ପଏଣ୍ଟ ଅନ୍ତର୍ଭୁକ୍ତ ।

ଫେରୋକ୍ରୋମ୍ ଓ ରିଡକ୍ଟାଣ୍ଟସ୍, ସଡ଼କ ପରିବହନ, ଦଳ ପରିଚାଳନା ଓ ଯୋଗାଣ ଶୃଙ୍ଖଳର ଡିଜିଟାଲାଇଜେସନ୍ ପାଇଁ ଏକ ପୂର୍ବ ପଦକ୍ଷେପ, ଫାଷ୍ଟଟ୍ରାକ୍ର ସଫଳ କାର୍ଯ୍ୟନ୍ୱୟନରେ ଉତ୍ସାହିତ ହୋଇ ଟିଏସ୍ଏମ୍ଏଲ୍ ପକ୍ଷରୁ ଏହି ‘ଇ ଲଗ୍’ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି ।


ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିଦେ୍ର୍ଦଶକ ପଙ୍କଜ ସତିଜା କହିଛନ୍ତି ଯେ, ଏହି ନୂତନ ପ୍ରଣାଳୀ ପ୍ରକ୍ରିୟାଗତ ବାଧାଗୁଡ଼ିକୁ ଦୂର କରିବା ସହିତ ପ୍ରତ୍ୟେକ ପରିବହନ ବାହନର ପ୍ରସ୍ତୁତି ସମୟକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରିପାରିବ । ଏକ ଉନ୍ନତମାନର ଦୀର୍ଘସ୍ଥାୟୀ ପ୍ରକ୍ରିୟା ସୃଷ୍ଟି କରିବା ପାଇଁ ଏହି ନୂତନ ଡିଜିଟାଇଜ୍ ପଦକ୍ଷେପ ପରିବହନ ବାହନର ସହଜ ଓ ଦ୍ରୁତ ପରିଚାଳନାକୁ ସୁନିଶ୍ଚିତ କରିବା ସହିତ ଏହା ସମ୍ପର୍କିତ ଟିମ୍କୁ ପ୍ରାସଙ୍ଗିକ ସୂଚନା ପ୍ରଦାନ କରିପାରିବ ।

‘ଇ-ଲଗ୍’ ଆପ୍ରେ ଏଣ୍ଡ ୟୁଜରଙ୍କ ପାଇଁ ଅନେକ ଗୁଡ଼ିଏ ସୁବିଧାମାନ ଉପଲବ୍ଧ ରହିଛି, ଯାହା ସେମାନଙ୍କୁ , ଯେ କୌଣସି ସ୍ଥାନରୁ ଯେ କୌଣସି ଡିଭାଇସ୍ରୁ ବାସ୍ତବିକ ସମୟରେ ଡାସବୋର୍ଡ଼ରେ ଉପଲବ୍ଧ ସୂଚନା ସହିତ ବିକ୍ରୟ ସାମଗ୍ରୀର ପରିଚାଳନା, ସାମଗ୍ରୀ ପରିବହନ ସମୟର ବିସ୍ତୃତ ବିବରଣୀ ଏବଂ ମାଲ ପରିବହନ ପ୍ରସ୍ତୁତି ସମୟ ନିରୀକ୍ଷଣ ଭଳି ସୁବିଧାମାନ ପ୍ରଦାନ କରିପାରିବ । ଏହି ଡିଜିଟାଲ ରୂପାନ୍ତରୀକରଣ ଯାତ୍ରା ଦ୍ୱାରା ଟିଏସ୍ଏମ୍ଏଲ୍ ଭାରତର ଖନନ ଦୃଶ୍ୟପଟକୁ ନୂଆ ରୂପ ଦେବା ସହିତ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

nineteen + 8 =