ଟିପିଏନ୍‌ଓଡିଏଲ୍ ପକ୍ଷରୁ ଟ୍ରାନ୍ସମିସନ୍ ଟାୱାର ସହ ନଦୀ ଉପରେ ଦ୍ୱିତୀୟ ୩୩ କେଭି ବିଦ୍ୟୁତ୍ ଲାଇନ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଲାଗି ଆଉ ଏକ ପଦକ୍ଷେପ ଗ୍ରହଣ କରି ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ବୁଢ଼ାବଳଙ୍ଗ ନଦୀ ଉପରେ ଏକ ୩୩ କେଭି ବଂଟନ ଲାଇନ୍‌କୁ କାର୍ଯ୍ୟକ୍ଷମ କରାଯାଇଛି ।
ଏହି ୩୩ କେଭି ବଂଟନ ଲାଇନ୍‌ର ଉଦ୍‌ଘାଟନ ମେ’ ୨୦ରେ ଅନୁଷ୍ଠିତ ହୋଇଥିବା ବେଳେ ସେହି କାର୍ଯ୍ୟକ୍ରମରେ ଟିପିଏନ୍‌ଓଡିଏଲ୍‌ର ଚିଫ୍ ଅଫ୍ ଅପରେନ୍ସ (ସିଓଓ) ଶ୍ରୀ ନୀଲେଶ୍ ପଟଫୋଡେ, ଏଚ୍‌ଓଡି-ଏସ୍‌ଟିଏସ୍ ଶ୍ରୀ ମଣି ଭୂଷଣ ପ୍ରସାଦ, ସହକାରୀ ପ୍ରବନ୍ଧକ-ଏସ୍‌ଟିଏସ୍ ଶ୍ରୀ ଭୂପେନ୍ଦ୍ର ନାଥ ସାହୁ, ଏସ୍‌ଇ ବାରିପଦା ଶ୍ରୀ ହରିଷ ପଣ୍ଡା, ଟିମ୍ ଲିଡ୍‌-ଏସ୍‌ଟିଏସ୍ ଓ ଇଆଇସି ଶ୍ରୀ ପ୍ରଜ୍ୱଳ ତ୍ୟାଗି, ଟିଏଲ୍ ଶ୍ରୀ ସୁଜୟ, ଏଲ୍‌ଇ ଶ୍ରୀ ରଶ୍ମୀରଞ୍ଜନ, ଏଲ୍‌ଇ ଶ୍ରୀ ଯୋଗେନ୍ଦ୍ର, ଏସ୍‌ଡିଓ-ଖୁଂଟା, ଜେଇ-ମାଣିତ୍ରୀ ଓ କଂପାନିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବେତନଟୀ ପିଏସ୍‌ଏସ୍‌ରୁ ମାଣିତ୍ରୀ ପିଏସ୍‌ଏସ୍‌କୁ ୩୩ କେଭି ଲାଇନ୍‌ରେ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଲାଗି ଟିପିଏନ୍‌ଓଡିଏଲ୍ ପକ୍ଷରୁ ବୁଢ଼ାବଳଙ୍ଗ ନଦୀର ଉଭୟ ପାଶ୍ୱର୍ରେ ଦୁଇଟି ଇଟଂରପୋଜିଂ ପିସି+୩ ଟାୱାର ନିର୍ମାଣ କରାଯାଇଛି ।
ବଂଟନ ଲାଇନ୍‌କୁ କାର୍ଯ୍ୟକ୍ଷମ କରାଯାଇଥିବାରୁ ୧୫,୦୦୦ରୁ ଅଧିକ ଲୋକ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଦ୍ୱାରା ଉପକୃତ ହେବେ ଏବଂ ପ୍ରତିବର୍ଷ ବନ୍ୟା ଭଳି ସ୍ଥିତିରେ ବୁଢାବଳଙ୍ଗ ନଦୀର ଜଳ ସ୍ତରରେ ହେଉଥିବା ବୃଦ୍ଧି ଯୋଗୁଁ ମାଣିତ୍ରୀ ବାସୀ ସାମ୍ନା କରୁଥିବା ଆହ୍ୱାନର ମୁକାବିଲା ହୋଇପାରିବ । ଅତୀତରେ ଲୋକମାନେ ଅନୁଭବ କରିଥିବା ବିଦ୍ୟୁତ୍ ଯୋଗାଣ ବିଭ୍ରାଟ ଏହି ଅଭିଯାନ ଜରିଆରେ ଦୂର ହେବ ।
ଏହି ଅବସରରେ ଟିପିଏନ୍‌ଓଡିଏଲ୍‌ର ପରିଚାଳନା ମୁଖ୍ୟ ଶ୍ରୀ ନୀଲେଶ ପଟଫୋଡେ କିଂଛନ୍ତି ଯେ, “ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣର ଉଲ୍ଲେଖନୀୟ ମୂଲ୍ୟକୁ ଆମେ ଭଲ ଭାବେ ବୁଝିଛୁ । ଅତୁଟ ସମର୍ପଣ ଓ ନିରବଚ୍ଛିନ୍ନ ନବସୃଜନ ସହିତ ଟିପିଏନ୍‌ଓଡିଏଲ୍ ଟିମ୍ ସାରା ଉତର ଓଡ଼ିଶାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ସଂକଳ୍ପବଦ୍ଧ ରହିଛି ।’’
ସମାନ ଢଙ୍ଗରେ ଚଳିତ ବର୍ଷ ଜାନୁଆରିରେ ଜଳେଶ୍ୱର ଗ୍ରିଡ୍‌ରୁ ରାଜଘାଟ ପିଏସ୍‌ଏସ୍ ପ୍ରକଳ୍ପର ଅଂଶ ଭାବେ ସୁବର୍ଣ୍ଣରେଖା ନଦୀର ଉଭୟ ପାଶ୍ୱର୍ରେ ଟିପିଏନ୍‌ଓଡିଏଲ୍ ପକ୍ଷରୁ ସଫଳତାର ସହ ଦୁଇଟି ଇଟଂରମେଡିଏଟ୍ ପିସି+୬ ଟାୱାର ନିର୍ମାଣ କରାଯାଇଥିଲା । ଏହି ଅଭିଯାନ ଦ୍ୱାରା ପ୍ରଭାବୀ ଭାବେ ବସ୍ତା ଗ୍ରାମର ବିଦ୍ୟୁତ୍ ଯୋଗାଣ ବିଭ୍ରାଟର ସମାଧାନ କରାଯାଇପାରିଥିଲା ।
“ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣର ଗୁରୁତ୍ୱକୁ ଆମେ ବୁଝୁଛୁ । ଟିପିଏନ୍‌ଓଡିଏଲ୍ ଟିମ୍ ଏହାର ଉତ୍ସର୍ଗୀକୃତ ମନୋଭାବ ଓ ନିରନ୍ତର ଅଭିଯାନ ଜରିଆରେ ସାରା ଉତର ଓଡ଼ିଶାକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପ୍ରଦାନ କରିବା ଲାଗି ପ୍ରତିବଦ୍ଧ ରହିଛି ବୋଲି ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭାସ୍କର ସରକାର କହିଛନ୍ତି ।’’

Share

Leave a Reply

Your email address will not be published. Required fields are marked *

eighteen + 7 =