ବଜାଜ ଫାଇନାନ୍ସ ପକ୍ଷରୁ ସମସ୍ତ ଅବଧି ପାଇଁ ଏଫ୍‌ଡିର ସୁଧ ହାରରେ ୦.୬୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି


ଭୁବନେଶ୍ୱର: ଦେଶର ସର୍ବବୃହତ ଆର୍ଥିକ ସେବା ପ୍ରଦାନକାରୀ ବଜାଜ ଫିନ୍‌ସର୍ଭର ଅଂଶ ବଜାଜ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ସମସ୍ତ ଅବଧିର ଫିକ୍ସଡ୍ ଡିପୋଜିଟ୍ (ଏଫ୍‌ଡି) ଉପରେ ସୁଧ ହାର ବୃଦ୍ଧି କରାଯାଇଛି ଯାହା ୨୦୨୪ ଏପ୍ରିଲ୍ ୩ରୁ ଲାଗୁ ହୋଇଛି । କମ୍ପାନି ପକ୍ଷରୁ ବରିଷ୍ଠ ନାଗରିକଙ୍କ ୨୫-୩୫ ମାସିଆ ଏଫ୍‌ଡି ଉପରେ ସୁଧକୁ ୦.୬୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ୧୮-୨୪ ମାସିଆ ଅବଧିର ଏଫ୍‌ଡି ସୁଧରେ ୦.୪୦ ପ୍ରତିଶତ ବୃଦ୍ଧି କରାଯାଇଛି ।
ସୁଧରେ ବୃଦ୍ଧି କରାଯାଇଥିବାରୁ ବର୍ତମାନ ସମୟରେ ସଂଚୟକାରୀମାନେ ଅଧିକ ସଂଚୟ କରିପାରିବେ ଏବଂ ଉତମ ରିଟର୍ଣ୍ଣ ପାଇପାରିବେ । ଡିଜିଟାଲ୍ ମାଧ୍ୟମରେ ବୁକିଂ କରି ୪୨ ମାସିଆ ଅବଧି ଉପରେ ବରିଷ୍ଠ ନାଗରିକମାନେ ୮.୮୫ ପ୍ରତିଶତ ପର୍ଯ୍ୟନ୍ତ ଏବଂ ଅନ୍ୟମାନେ ୮.୬୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇପାରିବେ ।
ବଜାଜ ଫାଇନାନ୍ସର ଫିକ୍ସଡ ଡିପୋଜିଟ୍ ଆଣ୍ଡ ଇନଭେଷ୍ଟମେଂଟ୍ ମୁଖ୍ୟ ସଚିନ ସିକ୍କା କହିଛନ୍ତି ଯେ, “ଅନେକ ନିବେଶ ଉପରେ ଆମର ବର୍ଦ୍ଧିତ ସୁଧ ହାର ସ୍ଥିରତା ଚାହୁଁଥିବା ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ପ୍ରସ୍ତାବ ଉପସ୍ଥାପନ କରୁଛି । ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଜମାକାରୀ ବଜାଜ ବ୍ରାଣ୍ଡ ଉପରେ ଭରସା ରଖିଛନ୍ତି । ସେମାନଙ୍କୁ ଉନ୍ନତ ଅଭିଜ୍ଞତା, ଅଧିକ ମୂଲ୍ୟ ଏବଂ ସେମାନଙ୍କ ସଂଚୟ ପାଇଁ ଏକ ସୁରକ୍ଷିତ ବିକଳ୍ପ ପ୍ରଦାନ କରିବା ଉପରେ ଆମେ ଧ୍ୟାନ ଦେଉଛୁ ।”
୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ବଜାଜ ଫାଇନାନ୍ସର ଗ୍ରାହକ ସଂଖ୍ୟା ପ୍ରାୟ ୮୩.୬୪ ନିୟୁତ ରହିଥିଲା । ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ୬୦,୦୦୦ କୋଟି ଟଙ୍କାରୁ ଅଧିକ ଜମା ସହ କମ୍ପାନି ଦେଶର ସର୍ବବୃହତ ଜମା ଗ୍ରହଣକାରୀ ଏନବିଏଫସି ଭାବରେ ଉଭା ହୋଇଛି ।
୨୦୨୩ ଡିସେମ୍ବର ୩୧ ସୁଦ୍ଧା ଏହାର ଆପ୍ ପ୍ଲାଟଫର୍ମରେ ଗ୍ରାହକ ସଂଖ୍ୟା ୪୯.୧୯ ନିୟୁତ ଥିଲା । ଡାଟା.ଏଆଇ ରିପୋର୍ଟ ଅନୁଯାୟୀ ବଜାଜ ଫିନସର୍ଭ ଆପ୍ ହେଉଛି ଭାରତର ପ୍ଲେ-ଷ୍ଟୋରରେ ଆର୍ôଥକ କ୍ଷେତ୍ରରେ ଚତୁର୍ଥ ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ।
ବଜାଜ ଫାଇନାନ୍ସ ଫିକ୍ସଡ ଡିପୋଜିଟ ପ୍ରୋଗ୍ରାମରେ କ୍ରିସିଲର ଏଏଏ/ଷ୍ଟେବଲ ଏବଂ ଆଇସିଆରଏର ଏଏଏ(ଷ୍ଟେବଲ) ସହିତ ସର୍ବୋଚ୍ଚ ସ୍ଥିରତା ରେଟିଂ ରହିଛି ଯାହା ନିବେଶକମାନଙ୍କ ପାଇଁ ସବୁଠାରୁ ସୁରକ୍ଷିତ ନିବେଶ ବିକଳ୍ପ ମଧ୍ୟରୁ ଗୋଟିଏ ପ୍ରଦାନ କରୁଛି । କଂପାନିର ଏହି ଆପ୍ ଏକ ଇନଭେଷ୍ଟମେଂଟ୍ ମାର୍କେଟପ୍ଲେସ୍ ମଧ୍ୟ ପ୍ରଦାନ କରୁଛି ଯେଉଁଠାରେ ଗ୍ରାହକମାନେ ବିଭିନ୍ନ ପ୍ରକାରର ମ୍ୟୁଚୁଆଲ୍ ଫଣ୍ଡ୍ ହାସଲ କରିପାରିବେ ।

Share

Leave a Reply

Your email address will not be published. Required fields are marked *

nineteen + seven =