କଳାହାଣ୍ଡି ପ୍ରକଳ୍ପ ସ୍ମୃତି ବଖାଣିଲେ ଅନୀଲ ଅଗ୍ରୱାଲ୍‌

ଭୁବନେଶ୍ୱର: ଏକ ସମୟ ଥିଲା ଯେତେବେଳେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା କ୍ୱଚିତ କିଏ ଜାଣିଥିଲା । ମୋର ମନେ ଅଛି ୧୯୮୫ରେ ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ କଳାହାଣ୍ଡି ପରିଦର୍ଶନ କରିଥିଲେ ବାସ୍ତବ ସ୍ଥିତି ଦେଖି ସେ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଥିଲେ ଏବଂ ତାଙ୍କର ମନ୍ତବ୍ୟ ଦେଇଥିଲେ ଯେ ଦିଲ୍ଲୀରୁ ଯାଉଥିବା ପ୍ରତିଟି ଟଙ୍କାରୁ ଯିଏ ତାହା ପାଇବାକୁ ଯୋଗ୍ୟ ସେମାନଙ୍କ ପାଖରେ ୧୫ ପଇସା ପହଂଚୁଛି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ଯେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ସେ କଳାହାଣ୍ଡିର ଦୃଶ୍ୟପଟ୍ଟ ପରିବର୍ତନ କରିବାକୁ ଚାହୁଥିଲେ । ସେ ମୋତେ ଡାକିଥିଲେ ଓ କିଛି କରିବା ଲାଗି କହିଥିଲେ । ସେହି ଅଂଚଳରେ ବକ୍ସାଇଟ୍ ବିପୁଳ ପରିମାଣରେ ଉପଲବ୍ଧ ଥିବାରୁ ସେଠାରେ ଏକ ଆଲୁମିନିୟମ କାରଖାନା ସ୍ଥାପନ କରିବା ତାଙ୍କର ଲକ୍ଷ୍ୟ ଥିଲା ।
ସତ କହିବାକୁ ଗଲେ କଳାହାଣ୍ଡିରେ ଏକ ଶିଳ୍ପ କରିବା ଲାଗି ମୋର ଏତେଟା ବିଶ୍ୱାସ ନଥିଲା । ମାତ୍ର ମୁଁ ଓହରିପାରିନଥିଲି । ମୁଁ କଳାହାଣ୍ଡି ପରିଦର୍ଶନ କରିବାକୁ ନିଷ୍ପତି ନେଇଥିଲି । ଯେତେବେଳେ ମୁଁ ସେଠାରେ ପହଂଚିଲି ଯାହା ଦେଖିଲି ମୋର ବିଶ୍ୱାସ ହେଲାଣି । ନିଜ ଶରୀର ଢାଙ୍କିବାକୁ ଲୋକମାନଙ୍କ ପାଖରେ ଯଥେଷ୍ଟ ପୋଷାକ ନଥିଲା । ସେମାନେ ପତ୍ର ଓ ଜଙ୍ଗଲଜାତ ସାମଗ୍ରୀ ଖାଇ ବଂଚୁଥିଲେ । ବାହ୍ୟ ଦୁନିଆ ସହ ସେମାନଙ୍କ କୌଣସି ସମ୍ପର୍କ ନଥିଲା ।
ତାହା ମୋର ସଂକଳ୍ପକୁ ଆହୁରୀ ଦୃଢ଼ୀଭୂତ କରିଥିଲା । ଦୁର୍ଭାଗ୍ୟବସତଃ ଭାରତୀୟ ନିବେଶକମାନେ ଦୁର୍ଗମ ଏବଂ ନକ୍ସଲ ପ୍ରଭାବିତ ଅଂଚଳରେ ନିବେଶ କରିବାକୁ ପ୍ରତିବଦ୍ଧ ନଥିଲେ । ମୁଁ ଭାରତ ବାହାରେ କିଛି ନିବେଶକଙ୍କୁ ଭେଟିଥିଲି ଏବଂ ୧୦୦ କୋଟି ଡଲାର ଯୋଗାଡ଼ କରିବାକୁ ସକ୍ଷମ ହୋଇଥିଲା ।
କେବଳ କାରଖାନା ନୁହେଁ ଆମକୁ ରେଳ, ସଡ଼କ ଓ ବିମାନବନ୍ଦର ଆଦି ସବୁ କିଛି ମୂଳରୁ ଆରମ୍ଭ କରିବାର ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ବିଶ୍ୱର ସର୍ବବୃହତ ଆଲୁମିନିୟମ ରିଫାଇନାରିର ଶିଳାନ୍ୟାସ କରିଥିଲେ । ଆମେ ବିଶ୍ୱର ଶ୍ରେଷ୍ଠ ପ୍ରଯୁକ୍ତି ଓ ପ୍ରତିଭା ଆଣିଥିଲୁ । ଆମେ ୨୧,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଥିଲୁ । ସ୍ଥାନୀୟ ଲୋକଙ୍କୁ ଅଧିକ କର୍ମନିଯୁକ୍ତି ଦେବା ପାଇଁ ଆମେ ତିନିଟି ସିପ୍ଟରେ କାମ ଯୋଗାଇଥିଲୁ । ଆପଣମାନେ ବିଶ୍ୱାସ କରିପାରିବେନି ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ନିଜ ଜୀବନର ପ୍ରଥମ ନୋଟ୍ ଦେଖିଥିଲେ । ସେମାନଙ୍କ ମୁହଁର ଖୁସି ଆମକୁ ସେହିଦିନ ବେଶ ଉତ୍ସାହିତ କରିଥିଲା ।
ଏହି ପ୍ରକଳ୍ପ ସଫଳ ହେଉ ବୋଲି ସମସ୍ତେ ଚାହୁନଥିଲେ । ଚର୍ଚ ଅଫ୍ ଇଂଲଣ୍ଡ ସମର୍ଥିତ କିଛି ଏନ୍‌ଜିଓ ପ୍ରକଳ୍ପରେ ବିଭ୍ରାଟ ସୃଷ୍ଟି କରିବାକୁ ଚାହୁଥିଲେ । ସେମାନେ ନିଜ ସହିତ ଯୋଡ଼ି ହେବା ଲାଗି ରାଜନୈତିକ ଦଳଗୁଡ଼ିକୁ ପ୍ରଭାବିତ କରିପାରିଥିଲେ । ଭାରତ ଏକ ଉତ୍ପାଦକ ହେଉ ଦୁନିଆ ଚାହୁନଥିଲା । ରିଫାଇନାରିରର ସମ୍ପ୍ରସାରଣ ବଦଳରେ ଆମେ ଏହି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ସହ ମୁକାବିଲା କରିବାରେ ସମୟ ବିତାଇଥିଲୁ । ସେତେବେଳେ ଆମ ଉଦ୍ୟମର ଫଳ ମିଳିଥିଲା । କଳାହାଣ୍ଡି ତଥ୍ୟରୁ ଜଣାପଡ଼ିଛି ଯେ ଶ୍ରମିକଙ୍କ ପାରିଶ୍ରମିକ ୫୦୦% ବଢ଼ିଥିବା ବେଳେ ଶିଳ୍ପ ଉତ୍ପାଦନ ୪୦୦% ବଢ଼ିଛି ଓ ୧୦୦ରୁ ଅଧିକ କଳ କାରଖାନା ସ୍ଥାପିତ ହୋଇଛି ।
ଆମେ କେବେବି ନଇଁ ନଥିଲୁ । ଆମକୁ ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଠାରୁ ଉତ୍ସାହ ମିଳିଥିଲା । ଯେତେବେଳେ ସେ ଆମ କାରଖାନା ବିଷୟରେ ଶୁଣିଲେ ସେ ଲାଞ୍ଜିଗଡ଼ ପରିଦର୍ଶନ କରିଥିଲେ । ସେ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ ଏବଂ କଳାହାଣ୍ଡିରେ ଶିଳ୍ପ ବିପ୍ଳବର ଘୋଷଣା କରିଥିଲେ ।
କଳାହାଣ୍ଡିରେ ମୁଁ ଯାହା ଆରମ୍ଭ କରିଛି ତାହା ଶେଷ କରିବାକୁ ପ୍ରତିବଦ୍ଧ । ଅର୍ନ୍ତଭୁକ୍ତୀକରଣ ଅଭିବୃଦ୍ଧି ଓ ଗୋଟିଏ ପିଢ଼ିର ଏକ ସ୍ଥାନର ରୂପାନ୍ତରଣ ପାଇଁ ତାହାର ଶକ୍ତି ଉପରେ ମୋର ବିଶ୍ୱାସ ରହିଛି । ଆମ ସହ ଏହି ଯାତ୍ରାରେ ଯୋଡ଼ି ହେବାକୁ ମୁଁ ନିବେଶକଙ୍କୁ ଆମନ୍ତ୍ରଣ କରୁଛି । ଆମ ସ୍ୱପ୍ନ ନିଶ୍ଚିତ ପୂରଣ ହେବ । କଳାହାଣ୍ଡି ଏକ ବିକଶିତ ଓ ସବୁଠୁ ଶ୍ରେଷ୍ଠ ଜିଲ୍ଲା ଭାବେ ଉଭା ହେବ ।

Share

Leave a Reply

Your email address will not be published. Required fields are marked *

fourteen − ten =