ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ‘ଅନ୍ତର୍ଜାତୀୟ ଓଜୋନ୍ ସ୍ତର ସଂରକ୍ଷଣ ଦିବସ’ପାଳିତ

କଳିଙ୍ଗନଗର: ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଓଡିଶାର ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ କାରଖାନା ପରିସର ଓ ଏହାର ଆଖପାଖ ଅଂଚଳରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ‘ଅନ୍ତର୍ଜାତୀୟ ଓଜୋନ୍ ସ୍ତର ସଂରକ୍ଷଣ ଦିବସ’ ଶନିବାର ଦିନ ପାଳିତ ହୋଇଯାଇଛି ।

ଅନ୍ତର୍ଜାତୀୟ ଓଜୋନ୍ ସ୍ତର ସଂରକ୍ଷଣ ଦିବସ ୨୦୨୩ ପାଇଁ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଦ୍ୱାରା ଘୋଷଣା କରାଯାଇଥିବା ବିଷୟବସ୍ତୁ ହେଉଛି ‘ଓଜୋନ୍ ସ୍ତରକୁ ସୁଧାରିବା ଏବଂ ଜଳବାୟୁ ପରିବର୍ତନ ହ୍ରାସ କରିବା’ ।

ଟାଟା ଷ୍ଟିଲ୍ କଳିଙ୍ଗନଗରର ପରିବେଶ ବିଭାଗ ପକ୍ଷରୁ ଜଖପୁରା ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଏକ ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବୃକ୍ଷରୋପଣ, ଓଜୋନ ସ୍ତରର ଗୁରୁତ୍ୱ, ୟୁଭି ବିକିରଣ, ଓଜୋନ କ୍ଷୟକାରୀ ପଦାର୍ଥ ଏବଂ ମଣିଷ ଓ ପଶୁମାନଙ୍କ ଉପରେ ଓଜୋନ ସ୍ତର କ୍ଷୟର ପ୍ରଭାବ ସମେତ ସଷ୍ଟେନାବିଲିଟି/ସ୍ଥାୟୀତାର ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଅଧିବେଶନର ଉଦ୍ଦେଶ୍ୟ ଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ପଟ୍ କୁଇଜ୍ ଓ ବିତର୍କ ପ୍ରତିଯୋଗିତାର ଆୟୋଜନ କରାଯିବା ସହ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପ୍ଲାଂଟ୍ ପରିସରରେ କର୍ମଚାରୀ ଓ ଠିକା କର୍ମଚାରୀଙ୍କ ମଧ୍ୟରେ ଏହି ବିଷୟରେ ସଚେତନତା ଅଧିବେଶନ ସହ ଏକ ବୃକ୍ଷରୋପଣ ଡ୍ରାଇଭ୍ ଆୟୋଜିତ ହୋଇଥିଲା ଯେଉଁଥିରେ ୨୦୦ରୁ ଅଧିକ ଚାରା ରୋପଣ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

5 × three =