ଭୁବନେଶ୍ୱରରେ ଆୟୋଜିତ ମେଗା ଡେଲିଭରି କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ୨୦୦ ଟିଭିଏସ ଆଇକ୍ୟୁବ୍ ଇଲେକ୍ଟ୍ରିକ୍ ସ୍କୁଟର ଗ୍ରାହକଙ୍କୁ ହସ୍ତାନ୍ତର

୨,୦୦,୦୦୦ ବିକ୍ରି ମାଇଲଖୁଂଟ ହାସଲ; ଗତ ୬ ମାସରେ ୧,୦୦,୦୦୦ ୟୁନିଟ୍ ବିକ୍ରି
ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଗ୍ରାହକଙ୍କୁ ୨୦୦ ଟିଭିଏସ୍ ଆଇକ୍ୟୁବ୍ ଇଲେକ୍ଟ୍ରିକ୍ ସ୍କୁଟର ହସ୍ତାନ୍ତର
ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ଦୁଇଚକିଆ ଓ ତିନି ଚକିଆ ଯାନ କଂପାନି ଟିଭିଏସ୍ ମୋଟର କଂପାନି ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ମେଗା ଡେଲିଭରି କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ୨୦୦ ଟିଭିଏସ୍ ଆଇକ୍ୟୁବ୍ ଇଲେକ୍ଟ୍ରିକ୍ ସ୍କୁଟର ଗ୍ରାହକମାନଙ୍କୁ ହସ୍ତାନ୍ତର କରାଯାଇଛି । ପ୍ରଗତିଶୀଳ ସରକାରୀ ନୀତି ପାଇଁ ରାଜ୍ୟରେ ଇଭି ଗ୍ରହଣୀୟତା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ କଂପାନି ଓଡ଼ିଶାରେ ଉଲ୍ଲେଖନୀୟ ସମର୍ଥନ ହାସଲ କରିଛି ।
୨୦୨୦ରେ ଟିଭିଏସ୍ ଆଇକ୍ୟୁବ୍ ଜରିଆରେ ଟିଭିଏସ୍ ମୋଟର କଂପାନି ଇଲେକ୍ଟ୍ରିକ୍ ଗମନାଗମନ କ୍ଷେତ୍ରରେ ପ୍ରବେଶ କରିଥିଲା । ସେହିଦିନଠାରୁ ଏହା ଗ୍ରାହକମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି । ପ୍ରତି ମାସରେ ଅଭିବୃଦ୍ଧି ସହ ଟିଭିଏସ୍ ଆଇକ୍ୟୁବ୍‌ର ଦୁଇ ଲକ୍ଷରୁ ଅଧିକ ଗ୍ରାହକ ସୃଷ୍ଟି ହୋଇଛନ୍ତି । ସେଥିରୁ ଏକ ଲକ୍ଷ ଗ୍ରାହକ ଗତ ଛଅ ମାସରେ ଯୋଡ଼ି ହୋଇଛନ୍ତି । ଦେଶରେ ଲୋକମାନେ ଇଲେକ୍ଟ୍ରିକ୍ ଗମନାଗମନ ଆଡ଼କୁ ଆକର୍ଷିତ ହୋଇଥିବା ଏବଂ ଏହି କ୍ଷେତ୍ରରେ ଟିଭିଏସ୍ ଆଇକ୍ୟୁବ୍ ହେଉଛି ଅନ୍ୟତମ ଅଗ୍ରଣୀ ଯାନ ।
ଏହି ଆକର୍ଷଣୀୟ ଯାତ୍ରାରେ ଟିଭିଏସ୍ ମୋଟର କଂପାନି ତିିନିଟି ମୌଳିକ ନୀତି ଦ୍ୱାରା ଅନୁପ୍ରାଣିତ ହୋଇଛି । ଏହା ଗ୍ରାହକମାନଙ୍କୁ ଗାଡ଼ି ଗତି କରୁଥିବା ଦୂରତା, କନେକ୍ଟଡ୍ ଦକ୍ଷତା ଓ ରଙ୍ଗ ଉପରେ ପସନ୍ଦର ଶକ୍ତି ପ୍ରଦାନ କରିଥିବା ବେଳେ ସୁରକ୍ଷା ମାନଦଣ୍ଡଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରି ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରୁଛି ଏବଂ ଟିଭିଏସ୍ ଆଇକ୍ୟୁବ୍ ପ୍ରଭାବଶାଳୀ ହୋଇଥିବା ବେଳେ ଚିନ୍ତାମୁକ୍ତ ହେବା କାରଣରୁ ପରିଚାଳନା ସହଜତା ପ୍ରଦାନ କରୁଛି । ବର୍ତମାନ ସାରା ଭାରତରେ ଥିବା ୨୧୭ଟି ସହରର ୩୫୮ଟି ଡିଲରସିପ୍‌ରେ ଏହା ଉପଲବ୍ଧ ହୋଇଛି ।
ଦୁଇ ଲକ୍ଷ ବିକ୍ରି ମାଇଲଖୁଂଟକୁ ପାଳନ କରିବା ଲାଗି ଟିଭିଏସ୍ ଆଇକ୍ୟୁବ୍ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତର ଆକର୍ଷଣୀୟ ଉତ୍ସବ ଲାଭ ଘୋଷଣା କରାଯାଇଥିବା ବେଳେ କାରଖାନାରୁ ମିଳୁଥିବା ୩ ବର୍ଷ/ ୫୦,୦୦୦ କିମି ସହିତ ୨ ବର୍ଷ/ ୨୦,୦୦୦ କିମିର ବର୍ଦ୍ଧିତ ୱାରେଂଟି ସାମିଲ ରହିଛି ।
ଓଡ଼ିଶାରେ ଟିଭିଏସ୍ ଆଇକ୍ୟୁବ୍ ଓ ଟିଭିଏସ୍ ଆଇକ୍ୟୁବ୍ ଏସ୍‌ର ମୂଲ୍ୟ ଯଥାକ୍ରମେ ୧,୨୪,୩୪୯ ଟଙ୍କା ଓ ୧,୩୯,୪୫୫ ଟଙ୍କା (ଫେମ୍‌-୨ ସବ୍‌ସିଡି ଓ ରାଜ୍ୟ ସବ୍‌ସିଡି ସହିତ) ରହିଛି ।

Share

Leave a Reply

Your email address will not be published. Required fields are marked *

5 − three =