ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଗ୍ରୀଷ୍ମକାଳୀନ କାର୍ଯ୍ୟସୂଚୀ ପାଇଁ ୨୫% ଅଧିକ ବିମାନର ବ୍ୟବସ୍ଥା

ଭୁବନେଶ୍ୱର: ଆଗାମୀ ଗ୍ରୀଷ୍ମ ଋତୁରେ ଯାତ୍ରା ଚାହିଦାରେ ଆଶାତୀତ ବୃଦ୍ଧିକୁ ପୂରଣ କରିବା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନେଟୱାର୍କ ସମ୍ପ୍ରସାରଣ ଏବଂ ବିମାନ ଚଳାଚଳରେ ବୃଦ୍ଧି ଘୋଷଣା କରିଛି । ୨୦୨୪ରେ ଏହାର ଗ୍ରୀଷ୍ମକାଳୀନ କାର୍ଯ୍ୟସୂଚୀ ଅନୁଯାୟୀ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଦୈନିକ ୩୬୦ରୁ ଅଧିକ ପ୍ରସ୍ଥାନ ପ୍ରଦାନ କରିବ ଯାହା ବିଭିନ୍ନ ବ୍ୟବସାୟ ଏବଂ ଚିତବିନୋଦନ ସ୍ଥଳକୁ ସଂଯୋଗ କରିବ । ଗତ ବର୍ଷର ଗ୍ରୀଷ୍ମକାଳୀନ କାର୍ଯ୍ୟସୂଚୀ ତୁଳନାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହାର ନେଟୱାର୍କକୁ ଯଥେଷ୍ଟ ବୃଦ୍ଧି କରୁଛି, ଘରୋଇ ବିମାନରେ ୨୫% ଏବଂ ଅନ୍ତର୍ଜାତୀୟ ବିମାନରେ ୨୦% ରୁ ଅଧିକ ବୃଦ୍ଧି ପାଇଛି । ଏହା ଦ୍ୱାରା ଅତିରିକ୍ତ ୫୫ଟି ଘରୋଇ ବିମାନ ଏବଂ ୧୯ଟି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେବ ଏବଂ ସମୁଦାୟ ୨୫୯ଟି ଘରୋଇ ଏବଂ ୧୦୯ଟି ଅନ୍ତର୍ଜାତୀୟ ଉଡ଼ାଣ ହେବ ।
ଆବୁଧାବି, ଦମ୍ମାମ, ଜେଦ୍ଦା ଏବଂ ଶାରଜା ଭଳି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳରେ ଏୟାରଲାଇନ୍ସ ଏହାର ଫ୍ରିକ୍ୱେନ୍ସି ବୃଦ୍ଧି କରିବ । ଅଯୋଧ୍ୟା, ବେଙ୍ଗାଲୁରୁ, ହାଇଦ୍ରାବାଦ, କନ୍ନୁର, କୋଲକାତା, କୋଚି, ମାଙ୍ଗାଲୋର, ଥିରୁବନନ୍ତପୁରମ ଏବଂ ବାରଣାସୀରୁ ଘରୋଇ ଏବଂ ଅନ୍ତର୍ଜାତୀୟ ଫ୍ରିକ୍ୱେନ୍ସି ବୃଦ୍ଧି କରି ଏୟାରଲାଇନ୍ସ ଏହାର ଉପସ୍ଥିତି ବଢ଼ାଇବ ଏବଂ ଅତିଥିମାନଙ୍କୁ ଅଧିକ ବ୍ୟାପକ ଏବଂ ଯୋଗାଯୋଗପୂର୍ଣ୍ଣ ଯାତ୍ରା ଅନୁଭୂତି ପ୍ରଦାନ କରିବ ।
‘ଫ୍ଲାଇ ଆଜ୍ ୟୁ ଆର’ର ବ୍ରାଣ୍ଡ୍ ପ୍ରତିଶ୍ରୁତିକୁ ବଜାୟ ରଖି ଏୟାରଲାଇନ୍ସ ବିଭିନ୍ନ ପ୍ରକାର ଭଡ଼ା ପ୍ରଦାନ କରୁଛି ଯାହା ବ୍ୟକ୍ତିଗତ ଭ୍ରମଣ ପସନ୍ଦ ଏବଂ ବଜେଟ୍‌କୁ ପୂରଣ କରୁଛି । ଏୟାରଲାଇନ୍ସ ପାଖରେ ୪ଟି ଭଡ଼ା ବିକଳ୍ପ ରହିଛି । ତାହା ହେଉଛି ଏକ୍ସପ୍ରେସ ଲାଇଟ୍ (କେବିନ୍ ବ୍ୟାଗେଜ୍ କେବଳ ଭଡ଼ା), ଏକ୍ସପ୍ରେସ୍ ଭାଲ୍ୟୁ (୧୫ କିଲୋଗ୍ରାମ ଚେକ୍‌-ଇନ୍ ବ୍ୟାଗ୍ ଭଡ଼ା), ଏକ୍ସପ୍ରେସ ଫ୍ଲେକ୍ସ (ବିନା ପରିବର୍ତନ ଶୁଳ୍କରେ ଅସୀମିତ ପରିବର୍ତନ) ଏବଂ ଏକ୍ସପ୍ରେସ୍ ବିଜ୍ (ମାଗଣା ଗୌରମାଇର୍ ଭୋଜନ ଏବଂ ପ୍ରାଥମିକତା ସେବା ସହିତ ବିଜନେସ୍ କ୍ଲାସ୍ ସିଟ୍‌) ।
ଆଗାମୀ ହୋଲି ଉତ୍ସବର ଏକ ଅଂଶ ଭାବରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହାର ଇନ୍‌-ଫ୍ଲାଇଟ୍ ଡାଇନିଂ ମେନୁ “ଗୌରମାଇର”ରେ ପାରମ୍ପରିକ ଭାରତୀୟ ମିଠା “ଗୁଜିଆ”ର ପରିଚୟ ଦେଇ ଅତିଥିମାନଙ୍କୁ ଏକ ସତେଜ ଅନୁଭୂତି ପ୍ରଦାନ କରିଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ୨୦୨୪ ଫେବ୍ରୁଆରି ପାଇଁ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ନିକଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଭାରତର ସବୁଠାରୁ ସମୟାନୁବର୍ତୀ ଏୟାରଲାଇନ୍ସ ଭାବେ ଆଧିପତ୍ୟ ବଜାୟ ରଖିଛି ।

Share

Leave a Reply

Your email address will not be published. Required fields are marked *

15 + nineteen =