ଏବିଏଫ୍‌ଆର୍‌ଏଲ୍ ପକ୍ଷରୁ ଟିସିଏନ୍‌ଏସ୍ କ୍ଲଥିଂକୁ ଅଧିଗ୍ରହଣ କରାଯିବ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଫେସନ୍ ଓ ପୋଷାକ କଂପାନି ଏବିଏଫ୍‌ଆର୍‌ଏଲ୍ ପକ୍ଷରୁ ଟିସିଏନ୍‌ଏସ୍ କ୍ଲଥିଂକୁ ଅଧିଗ୍ରହଣ କରିବା ଲାଗି ଏକ ବୁଝାମଣା ସ୍ୱାକ୍ଷର କରାଯାଇଛି । ଡବ୍ଲୁ, ଅରେଲିଆ, ୱିସ୍‌ଫୁଲ୍‌, ଫକ୍‌ସଂଗ୍ ଓ ଇଲେଭେନ୍ ଭଳି ବ୍ରାଣ୍ଡ୍‌ର ମାଲିକାନା ଟିସିଏନ୍‌ଏସ୍ କ୍ଲଥିଂ ପାଖରେ ରହିଛି । ବୁଝାମଣା ଅନୁସାରେ ପ୍ରତିଷ୍ଠାତାଙ୍କ ଅଂଶଧନକୁ ଅଧିଗ୍ରହଣ କରିବା ପରେ ଏକ ପବ୍ଲିକ୍ ଓପୋନ୍ ଅଫର ଜାରି କରାଯିବ । ଏହା ପରେ ଦୁଇ ସଂସ୍ଥା ମଧ୍ୟରେ ମିଶ୍ରଣ ହେବ । ପ୍ରତିଷ୍ଠାତାଙ୍କ ଅଂଶଧନ ଓ ଓପୋନ୍ ଅଫରର ମୂଲ୍ୟ ୫୧% ଅଂଶଧନ ଅନୁସାରେ ୧୬୫୦ କୋଟି ଟଙ୍କା ରହିଛି । ଏହାକୁ ଭାରତୀୟ ଫେସନ୍ କ୍ଷେତ୍ରରେ ସର୍ବବୃହତ ଡିଲ୍ କୁହାଯାଉଛି ।
ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଳମ୍ ବିର୍ଲା କହିଛନ୍ତି ଯେ, “ଭାରତୀୟ ଉପଭୋକ୍ତା ଅର୍ଥନୀତିର ଚମତ୍କାରିତା ଓ ବ୍ୟାପକତା ଉପରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ରହିଥିବା ବିଶ୍ୱାସର ଆଉ ଏକ ସ୍ୱୀକୃତି ହେଉଛି ଏହି ବୁଝାମଣା । ଭାରତ ଏବେ ବହୁ ଦଶଦ୍ଧିର ଉପଯୋଗିତା ବୃଦ୍ଧି ଭଳି ସ୍ତରରେ ଥିବା ବେଳେ ଏହି ଚମତ୍କାର ଦେଶର ଫେସନ୍ ଦୃଶ୍ୟପଟ୍ଟକୁ ଆକାର ପ୍ରଦାନ କରିବାରେ ଏବିଏଫ୍‌ଆର୍‌ଏଲ୍ ଆଗରେ ରହିଛି । ଭାରତୀୟ ଫେସନ ବ୍ରାଣ୍ଡ୍‌ର ସବୁ କ୍ଷେତ୍ରରେ ରହିଥିବା ପୁରୁଣା ବ୍ରାଣ୍ଡ୍‌ଗୁଡ଼ିକୁ ସହଯୋଗ କରିବାରେ ଏହି ବୁଝାମଣା ମାଇଲଖୁଂଟ ସାବ୍ୟସ୍ତ ହେବ । ଟିସିଏନ୍‌ଏସ୍‌ର ପୋର୍ଟଫୋଲିଓରେ ରହିଥିବା ମହିଳାଙ୍କ ପସନ୍ଦର ଏଥନିକ୍ ବ୍ରାଣ୍ଡ୍‌କୁ ଗ୍ରହଣ କରି ଆମେ ଏଥନିକ୍ ଓୟାର ଉପରେ ପ୍ରତିବଦ୍ଧତାକୁ ଦୋହରାଇଛୁ ଯାହା ହେଉଛି ପୋଷାକ ଶିଳ୍ପର ସର୍ବବୃହତ ବର୍ଗ । ଏହି ସହଯୋଗିତା ଜରିଆରେ ଦ୍ରୁତ ଅଭିବୃଦ୍ଧିଶୀଳ ଏବିଏଫ୍‌ଆର୍‌ଏଲ୍ ଅଭିବୃଦ୍ଧିର ପରବର୍ତୀ ପର୍ଯ୍ୟାୟରେ ପହଂଚିବ ।’’
ଏବିଏଫ୍‌ଆର୍‌ଏଲ୍‌ର ପରିଚାଳନା ନିର୍ଦେଶକ ଆଶିଷ ଦିକ୍ଷୀତ କହିଛନ୍ତି ଯେ, “ଭାରତୀୟ ସଂସ୍କୃତି ଓ ଐତିହ୍ୟକୁ ନେଇ ନିଜ ପରିଚୟରେ ଆଜିର ଯୁବ ଭାରତୀୟମାନେ ନୂଆ ବିଶ୍ୱାସ ପାଇଥିବାରୁ ଭାରତୀୟ ଏଥନିକ୍ ଓୟାର କ୍ଷେତ୍ରରେ ପରବର୍ତୀ ବ୍ରାଣ୍ଡ୍ ସୃଷ୍ଟି ହେବ । ଟିସିଏନ୍‌ଏସ୍ ଏହାର ବ୍ରାଣ୍ଡ୍ ଡବ୍ଲୁ, ଅରେଲିଆ, ୱିସଫୁଲ୍‌, ଫକ୍‌ସଙ୍ଗ ଓ ଇଲେଭେନ୍ ଜରିଆରେ ଭାରତୀୟ ମହିଳାମାନଙ୍କ ଫେସନ୍ ଆବଶ୍ୟକତାକୁ ବିଭିନ୍ନ ବଜାର ଓ ମୂଲ୍ୟ କ୍ଷେତ୍ରରେ ପୂରଣ କରୁଛି । ପ୍ରତିଟି ବ୍ରାଣ୍ଡ୍ ଲମ୍ବା ସମୟରେ ଗଠନ ହୋଇଛି ଏବଂ ଗ୍ରାହକମାନଙ୍କ ବ୍ୟାପକ ଭଲ ପାଇବା ହାସଲ କରିଛି । ଭାରତର ସବୁଠୁ ବ୍ୟାପକ ଏଥନିକ୍ ଓୟାର ପୋର୍ଟଫୋଲିଓ ସୃଷ୍ଟି କରିବା ଲାଗି ଆମ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେଉଛି ଏହି କାର୍ଯ୍ୟକ୍ରମ ।’’
ଟିସିଏନ୍‌ଏସ୍‌ର ପରିଚାଳନା ନିର୍ଦେଶକ ଅନନ୍ତ ଦାଗା କହିଛନ୍ତି ଯେ, “ଦେଶରେ ମହିଳା ଏଥନିକ୍ ଓୟାର କ୍ଷେତ୍ରରେ ଏକ ଅଗ୍ରଦୂତ ବ୍ରାଣ୍ଡ୍ ହେଉଛି ଟିସିଏନ୍‌ଏସ୍ ।ଗତ ୨୦ ବର୍ଷ ଭିତରେ ଏହା ଅଗ୍ରଣୀ ବ୍ରାଣ୍ଡ୍ ଜରିଆରେ ଭାରତର ସବୁଠୁ ସଫଳ ମହିଳା ଫ୍ରାଚାଂଇଜି ଗଠନ କରିଛି । ବଜାରକୁ ଦୀର୍ଘମିଆଦୀ ଅଭିବୃଦ୍ଧି ସୁଯୋଗ ପ୍ରଦାନ କରୁଛି ଏବଂ ଏବିଏଫ୍‌ଆର୍‌ଏଲ୍ ସହିତ ଏହି ସହଯୋଗିତା ସେହି ସୁଯୋଗକୁ ପୂର୍ଣ୍ଣତାର ସହ ହାସଲ କରିବାରେ ସହାୟକ ହେବ । ବ୍ରାଣ୍ଡ୍ ଗଠନରେ ଏବିଏଫ୍‌ଆର୍‌ଏଲ୍‌ର ରହିଥିବା ଦକ୍ଷତା, ବିତରଣ ଦୃଢ଼ତା ଏବଂ ସହଯୋଗୀଙ୍କ ସହ ଦୃଢ଼ ବ୍ୟବସ୍ଥା ଆମ ବ୍ରାଣ୍ଡ୍‌ଗୁଡ଼ିକୁ ଅଭିବୃଦ୍ଧି ଓ ଲାଭର ପରବର୍ତୀ ପର୍ଯ୍ୟାୟରେ ପହଂଚାଇବାରେ ସହାୟକ ହେବ ।’’

Share

Leave a Reply

Your email address will not be published. Required fields are marked *

5 × 1 =