ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟ୍ ଇନିିସିଆଲ ପବ୍ଲିକ୍ ଅଫର ମଇ ୯ରେ ଖୋଲିବ

ଭୁବନେଶ୍ୱର: ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୩ ମଇ’ ୯ରେ ଖୋଲିବ । କଂପନି ୩୨୦୦ କୋଟି ଟଙ୍କା ହାସଲ କରିବାକୁ ଲକ୍ଷ ରଖିଛି । ୱିନ୍‌ଫୋର୍ଡ ଇନଭେଷ୍ଟମେଂଟ୍ ଲିମିଟେଡ୍ ହେଉଛି ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟ୍‌ର ପ୍ରାୟୋଜକ ଏବଂ ନେକ୍ସସ୍ ସିଲେକ୍ଟ ମଲ୍ ମ୍ୟାନେଜମେଂଟ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ମ୍ୟାନେଜର । ଆକ୍ସିିସ୍ ଟ୍ରଷ୍ଟି ସର୍ଭିସେସ୍ ଲିମିଟେଡ୍ ହେଉଛି ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟ୍‌ର ଟ୍ରଷ୍ଟି ।
ଏହି ପବ୍ଲିକ୍ ଅଫରରେ କଂପାନି ୧୪୦୦ କୋଟି ଟଙ୍କାର ନୂଆ ସେୟାର୍ ଜାରି କରିବ ଏବଂ ୧୮୦୦ କୋଇ ଟଙ୍କାର ଅଫର ଫର ସେଲ୍‌ରେ ଅଂଶଧନକାରୀଙ୍କ ସେୟାର ଉପଲବ୍ଧ କରାଇବ ।
ଏହି ଅଫରରେ ସେୟାର ପିଛା ଦାମ୍ ୯୫ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ରହିଛି । ବିଡ୍‌/ ଅଫର ୨୦୨୩ ମଇ ୧୧ରେ ବନ୍ଦ ହେବ । ଆଙ୍କର ନିବେଶକମାନେ ୨୦୨୩ ମଇ ୮ ତାରିଖ, ସୋମବାର ସୁଦ୍ଧା ବିଡ୍‌/ ଅଫରର ଗୋଟିଏ ଦିନ ପୂର୍ବ କାର୍ଯ୍ୟ ଦିବସରେ ବିଡ୍ ଦାଖଲ କରିପାରିବେ ।
ବ୍ଲାକ୍‌ଷ୍ଟୋନ୍ ଏସିଆ ପାସିଫିକ୍‌ର ଅଧ୍ୟକ୍ଷ ଓ ରିଅଲ ଇଷ୍ଟେଟ୍ ଏସିଆର ମୁଖ୍ୟ କ୍ରିସ୍ ହେଡି କହିଛନ୍ତି ଯେ, “ଭାରତର ପ୍ରଥମ ରିଟେଲ୍ କୈନ୍ଦ୍ରୀକ ଆର୍‌ଇଆଇଟି ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟ୍‌ର ଶୁଭାରମ୍ଭ କରି ଆମେ ରୋମାଂଚିତ । ଭାରତ ପ୍ରତି ଏହା ବ୍ଲାକ୍‌ଷ୍ଟୋନର ପ୍ରତିବଦ୍ଧତାକୁ ଦୋହରାଉଛି ଯେଉଁଠାରେ ଏହା ୧୫ ବର୍ଷରୁ ଅଧିକ ସମୟ ଧରି ରହିଛି ଏବଂ ପ୍ରଥମ ଦୁଇଟି ଆରଇଆଇଟି ଉନ୍ମୋଚନରେ ଅଂଶଗ୍ରହଣ କରିଛି ।
ନେକ୍ସସ୍ ସିଲେକ୍ଟ ମଲ୍ ମ୍ୟାନେଜମେଂଟ୍ ପ୍ରାଇଟେ୍ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦଲିପ୍ ସେହଗଲ୍ କହିଛନ୍ତି ଯେ, “ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟ୍ ହେଉଛି ଭାରତର ସର୍ବବୃହତ ମଲ୍ ପ୍ଲାଟଫର୍ମ ଏବଂ ଭାରତର ସ୍ୱତନ୍ତ୍ର ଉପଯୋଗିତାରୁ ଏହା ଲାଭବାନ ହେବା ଲାଗି ବହୁତ ଭଲ ସ୍ଥିତିରେ ରହିଛି । ଭାରତର ରିଟେଲ୍ ଯାତ୍ରାର ଆଗରେ ରହିଥିବାରୁ ଆମେ ଉତ୍ସାହିତ ।’’
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ବିଓଏଫ୍‌ଏ ସିକ୍ୟୁରିଟିଜ୍ ଇଣ୍ଡିଆ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ସିଟି ଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଏଚ୍‌ଏସ୍‌ବିସିସ ସିକ୍ୟୁରିଟିଜ୍ ଆଣ୍ଡ୍ କ୍ୟାପିଟାଲ୍ ମାର୍କେଟସ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍‌, ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍‌, ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କଂପାନି ଲିମିଟେଡ୍‌, ମୋର୍ଗାନ ଷ୍ଟାନଲି ଇଣ୍ଡିଆ କଂପାନି ପ୍ରାଇଭେଟ୍ ଲିମିଟେଡ୍ ଓ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

2 + twelve =