୩-ଇନ୍-୧ ନିବେଶ ପ୍ଲାଟଫର୍ମର ଶୁଭାରମ୍ଭ ପାଇଁ ବନ୍ଧନ ବ୍ୟାଙ୍କ ଓ ସେଂଟ୍ରମ୍ ଫିନଭର୍ସ ମଧ୍ୟରେ ସହଯୋଗିତା
ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ, ଡିମାଟ୍ ଓ ଟ୍ରେଡିଂ ସେବାର ସମନ୍ୱୟ ଥିବା ୩-ଇନ୍-୧ ନିବେଶ ପ୍ଲାଟଫର୍ମର ଶୁଭାରମ୍ଭ ପାଇଁ ବ୍ରୋକ୍ରେଜ୍ ସଂସ୍ଥା ସେଂଟ୍ରମ୍ ଗ୍ରୁପ୍ର ସେଂଟ୍ରମ୍ ଫିନଭର୍ସ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କ ନିବେଶ ଯାତ୍ରାର ସରଳୀକରଣ କରିବା ଏବଂ ଭାରତର ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଆର୍ଥିକ ବଜାରରେ ଅଂଶଗ୍ରହଣକୁ ସହଜ କରିବା।
ବନ୍ଧନ ବ୍ୟାଙ୍କର ବ୍ୟାପକ ଶାଖା ନେଟୱର୍କ ଓ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏହି ସେବା ଗ୍ରାହକମାନଙ୍କୁ ସେମାନଙ୍କ ବ୍ୟାଙ୍କ, ଡିମାଟ୍ ଓ ଟ୍ରେଡିଂ ଆକାଉଂଟ୍କୁ ସୁବିଧାରେ, କାଗଜବିହୀନ ଭାବେ ଖୋଲିବା ଓ ପରିଚାଳନା କରିବାରେ ସହାୟକ ହେବ। ଗ୍ରାହମାନେ ଇକ୍ୱିଟି, ଆଇପିଓ, ଡେରିଭେଟିଭ୍, ଇଟିଏଫ୍ ଓ ଇଣ୍ଡିସେସ୍ ଆଦିରେ ନିବେଶ ସୁଯୋଗ ପାଇପାରିବେ ଏବଂ ଚାର୍ଟ ଭିତ୍ତିକ କାର୍ଯ୍ୟ ସମ୍ପାଦନ, ଆଲଗୋରିଦମ୍ ରଣନୀତି ଓ ମାର୍ଜିନ ଲାଭ ଆଦି ଅତ୍ୟାଧୁନିକ ଟ୍ରେଡିଂ କ୍ଷମତା ହାସଲ କରିପାରିବେ। ସେଂଟ୍ରମ୍ର ପ୍ରଯୁକ୍ତି ଆଧାରିତ ନିବେଶ ପ୍ଲାଟଫର୍ମ ସହ ବନ୍ଧନ ବ୍ୟାଙ୍କ ଦୃଢ଼ ଗ୍ରାହକ ଫ୍ରାଂଚାଇଜିକୁ ନେଇ ଏହି ସହଯୋଗିତା ଏକ ସୁରକ୍ଷିତ ଓ ଗ୍ରାହକ କୈନ୍ଦ୍ରୀକ ଅନୁଭୂତି ପ୍ରଦାନ କରିବ।
ଭାରତର ନିବେଶ ବ୍ୟବସ୍ଥାରେ ଉଲ୍ଲେଖନୀୟ ଧାରା ଦେଖିବାକୁ ମିଳିଛି ଯେଉଁଠାରେ ଖୁଚୁରା ଅଂଶଗ୍ରହଣ ଓ ଡିଜିଟାଲ ଗ୍ରହଣୀୟତା ଦ୍ରୁତ ଗତିରେ ବଢ଼ୁଛି। ଗ୍ରାହକମାନଙ୍କୁ ସେମାନଙ୍କ ବ୍ୟାଙ୍କିଂ ଓ ନିବେଶ ଆବଶ୍ୟକତା ପୂରଣ ପାଇଁ ଏକ ୟୁନିଫାଏଡ୍ ଓ ପ୍ରଭାବଶାଳୀ ଉପାୟ ପ୍ରଦାନ କରିବା ପାଇଁ ଏହି ୩-ଇନ୍-୧ ପ୍ଲାଟଫର୍ମକୁ ପ୍ରସ୍ତୁତ କରାଯାଇଛି।
ଏହି ସହଯୋଗିତା ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଏମ୍ଡି ଓ ସିଇଓ ପାର୍ଥ ପ୍ରତିମ ସେନଗୁପ୍ତା କହିଛନ୍ତି ଯେ, “ବନ୍ଧନ ବ୍ୟାଙ୍କରେ ଆମେ ସର୍ବଦା ଗ୍ରାହକମାନଙ୍କ ପାଇଁ ଆର୍ଥିକ ସେବାକୁ ଅଧିକ ସହଜଲବ୍ଧ, ଅନ୍ତର୍ଭୁକ୍ତୀକରଣ ଓ ସୁବିଧାଜନକ କରିବାକୁ ପ୍ରୟାସ କରିଥାଉ। ସେଂଟ୍ରମ୍ ଫିନ୍ସର୍ଭ ସହିତ ଏହି ସହଯୋଗିତା ହେଉଛି ସେ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଯାହା ବିଶ୍ୱସନୀୟ ବ୍ୟାଙ୍କିଂ ସହିତ ସୁବିଧାଜନକ ନିବେଶକୁ ଗୋଟିଏ ପ୍ଳାଟଫର୍ମରେ ସୁବିଧାରେ ପ୍ରଦାନ କରୁଛି। ସମ୍ପଦ ସୃଷ୍ଟି ଯାତ୍ରାରେ ଅଧିକ ଭାରତୀୟ ଯୋଡ଼ି ହେଉଥିବା ବେଳେ ଆମର ବିଶ୍ୱାସ ରହିଛି ଯେ ଏଭଳି ସମନ୍ୱିତ ସମାଧାନଗୁଡ଼ିକ ବିଭିନ୍ନ ଅଂଚଳର ଗ୍ରାହକମାନଙ୍କୁ ନିବେଶ କରିବା ଓ ନିଜ ସଂଚୟକୁ ବଢ଼ାଇବା ପାଇଁ ଆତ୍ମବିଶ୍ୱାସ ଓ ଆବଶ୍ୟକ ଉପକରଣ ପ୍ରଦାନ କରି ସଶକ୍ତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ।’’
ସେଂଟ୍ରମ୍ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ଯଶପାଲ ବିନ୍ଦ୍ରା କହିଛନ୍ତି ଯେ,“ନିବେଶ ସୁଯୋଗର ଗଣତାନ୍ତ୍ରିକୀକରଣ କରିବାରେ ଆମ ପ୍ରତିବଦ୍ଧତାକୁ ଏହି ସହଯୋଗିତା ପ୍ରତିଫଳିତ କରୁଛି। ବନ୍ଧନ ବ୍ୟାଙ୍କର ଗ୍ରାହକ-ପ୍ରଥମ ଦୃଷ୍ଟିଭଙ୍ଗୀ ସହ ଆମର ଦକ୍ଷତାକୁ ଏକତ୍ର କରି, ଆମେ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ଗଢ଼ି ତୋଳୁଛୁ, ଯାହା ବିନିଯୋଗ ପ୍ରକ୍ରିୟାକୁ ଅଧିକ ସରଳ କରିବା ସହ ସୁରକ୍ଷା ଓ ଉତ୍କୃଷ୍ଟ ସେବା ପ୍ରଦାନକୁ ସୁନିଶ୍ଚିତ କରୁଛିି।’’

