ଜାତୀୟ

ଖାନ୍ ସାରଙ୍କୁ ମିଳିଲା ବଡ଼ ଆଶ୍ବସ୍ତି

ଖାନ୍ ସାରଙ୍କୁ ମିଳିଲା ବଡ଼ ଆଶ୍ବସ୍ତି । ଶନିବାର ମାମଲାର ଶୁଣାଣି କରି କୋର୍ଟ ଖାନ୍ ସାରଙ୍କୁ ମିଳିଥିବା ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପାଟନା କୋଚିଂ ସେଣ୍ଟର ଗୁଳିକାଣ୍ଡ ଓ ଭଙ୍ଗାରୁଜା ଘଟଣାକୁ ନେଇ ଚାଲିଥିବା ବିବାଦରେ କୋର୍ଟ ତାଙ୍କର ଗିରଫଦାରୀ ଉପରେ ରୋକ ଅବଧିକୁ ବଢ଼ାଇ ଦେଇଛନ୍ତି । ଫଳରେ ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ପୋଲିସ ତାଙ୍କୁ ଗିରଫ କରିପାରିବ ନାହିଁ ।

ଏହି ମାମଲାର ଶୁଣାଣି ସମୟରେ ପାଟନା ପୋଲିସ ପକ୍ଷରୁ ଅଦାଲତରେ ଘଟଣାର ସମ୍ପୂର୍ଣ୍ଣ କେସ୍ ଡାଏରୀ ଦାଖଲ କରାଯାଇଥିଲା । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାନ୍ୟବର କୋର୍ଟ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଅବଧିକୁ ଆସନ୍ତା ଶୁଣାଣି ତାରିଖ ଯାଏଁ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ କୋର୍ଟଙ୍କ ଏହି ବଡ଼ ନିଷ୍ପତ୍ତି ପରେ ଖାନ ସାର୍ଙ୍କ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସମର୍ଥକଙ୍କ ମଧ୍ୟରେ ସାମୟିକ ଆଶ୍ୱସ୍ତି ଦେଖାଦେଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୨୫ ତାରିଖରେ ହେବ ।

ସୂଚନାଯୋଗ୍ୟ, ଏହି ସମ୍ପୂର୍ଣ୍ଣ ବିବାଦ ଖାନ୍ ଗ୍ଲୋବାଲ୍ ଷ୍ଟଡିଜର ସଞ୍ଚାଳକ ଫୈଜଲ୍ ଖାନ୍ ଏବେ ଜ୍ଞାନ ବିନ୍ଦୁ କୋଚିଂର ନିର୍ଦ୍ଦେଶକ ରୌଶନ ଆନନ୍ଦଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା । ଜୁନ୍ ୨ ତାରିଖ ବିଳମ୍ବିତ ରାତିରେ ୧୫ ରୁ ୨୦ ଜଣ ସଶସ୍ତ୍ର ଯୁବକ ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍ ପରିସରରେ ପଶି ପ୍ରବଳ ଭଙ୍ଗାରୁଜା କରିବା ସହ ପଥରମାଡ଼ କରିଥିଲେ । ହିଂସାତ୍ମକ ସଂଘର୍ଷ ସମୟରେ ଖାନ୍ ସାର୍ଙ୍କ ବଡିଗାର୍ଡମାନେ ସର୍ବସାଧାରଣରେ ଖୋଲାଖୋଲି ଭାବେ ହାତରେ ବନ୍ଧୁକ ଧରି ଫାୟାରିଂ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଏହି ଘଟଣା ପରେ ଖାନ୍ ସାର୍ ପ୍ରଥମେ ଦାବି କରିଥିଲେ ଯେ, ତାଙ୍କ କୋଚିଂର ସୁରକ୍ଷାକର୍ମୀଙ୍କ ମାରପିଟ୍ କରାଯିବା ପରେ ଗୁଳିମାଡ଼ ହୋଇଥିଲା । ପୋଲିସ ଖାନ୍ ସାରଙ୍କ ଦୁଇ ବଡିଗାର୍ଡ ପ୍ରଦୀପ ଏବଂ ତାଲେଶ୍ୱରଙ୍କୁ ପ୍ରଥମେ ଅଟକ ରଖି ପଚରାଉଚରା କରିବା ସେମାନେ ସତ କହିଥିଲେ । ସେମାନଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ ଖାନ୍ ସାର୍ ଦେଇଥିଲେ । କୋଚିଂ ସେଣ୍ଟର ବାହାରେ ହୋଇଥିବା ଗୁଳିକାଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଏହାର ତଦନ୍ତ କରିଥିଲା । ଏହାପରେ ଖାନ୍ ସାରଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

17 + 20 =