ମଦ ଦୋକାନ ଖୋଲୁଛ ମନ୍ଦିର କାହିଁକି ନୁହେଁ: ଆନ୍ନା ହଜାରେ

ମୁମ୍ବାଇ: ମହାରାଷ୍ଟ୍ରରେ ମନ୍ଦିର ନ ଖୋଲିବାକୁ ନେଇ ମୁହଁ ଖୋଲିଛନ୍ତି ଗାନ୍ଧୀବାଦୀ ଆନ୍ନା ହଜାରେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପ୍ରଶ୍ନ କରିଛନ୍ତି ଆନ୍ନା । ସେ କହିଛନ୍ତି କି, ରାଜ୍ୟରେ ଯଦି ମଦ ଦୋକାନ ଖୋଲା ହେଉଛି ତେବେ ମନ୍ଦର କାହିଁକି ନୁହେଁ । ମଦ ଦୋକାନ ସମ୍ମୁଖରେ ଲୋକେ ଲମ୍ବା ଧାଡିରେ ରହି କିଣୁଛନ୍ତି । ଯଦି ସେତେବେଳେ କରୋନା ହେଉନାହିଁ ତେବେ ମନ୍ଦିର ଖୋଲିବାକୁ ବିଳମ୍ବ କାହିଁକି କରାଯାଉଛି । ଶନିବାର ଅହମ୍ମଦନଗର ଜିଲ୍ଲାର ରାଲେଗାନ୍ ସିଦ୍ଧ ଗ୍ରାମର ଏକ ପ୍ରତିନିଧି ମଣ୍ଡଳୀ ଆନ୍ନାଙ୍କୁ ଭେଟିଥିଲେ । ରାଜ୍ୟରେ ମନ୍ଦିର ଖୋଲାଯିବା ପ୍ରସଙ୍ଗରେ ସେମାନେ ଆନ୍ନାଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମନ୍ଦିର ଖୋଲିବା ନେଇ ଯୁକ୍ତି ବାଢ଼ିଛନ୍ତି ଆନ୍ନା ।

 

Share

Leave a Reply

Your email address will not be published. Required fields are marked *

9 + fourteen =