ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନା ଅପଡେଟ୍‌

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୩୫,୪୯୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗୋଟିଏ ଦିନରେ ୩୯,୬୮୬ ଜଣ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୭.୪୦% ରହିଛି। ଏପର‌୍ୟ୍ୟନ୍ତ ଦେଶରେ ମୋଟ ୩,୧୧,୩୯,୪୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଥିବାବେଳେ ସଂପ୍ରତି ୪,୦୨,୧୮୮ ଜଣ ସକ୍ରିୟ ରୋଗୀ ରହିଛନ୍ତି।
ଦେଶରେ ଦୈନିକ ସଂକ୍ରମଣ ହାର ୨.୫୯% ଏବଂ ସାପ୍ତାହିକ ହାର ୨.୩୫% ରହିଛି। ରବିବାର ସଂଧ୍ୟା ସୁଦ୍ଧା ମୋଟ ୪୮.୧୭ କୋଟି ନମୁନା ପରୀକ୍ଷା କରାଯାଇସାରିଛି ଏବଂ ସେହି ସମୟ ମଧ୍ୟରେ ୫୦.୮୬ କୋଟି ପାନ ଟିକା ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

1 × two =