ଆଜି ରାଜ୍ୟରେ ୮୬୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷକୁ ମୁହାଁଇଲାଣି । ୨୪ ଘଣ୍ଟା ମଧ୍ୟରେ ୮୮୬ ଆକ୍ରାନ୍ତ ବାହାରିଛନ୍ତି । ଖୋର୍ଦ୍ଧା ଓ କଟକ ଜିଲ୍ଲା ସଂକ୍ରମଣ ଆଦୌ ନିୟନ୍ତ୍ରଣକୁ ଆସୁନି ।ଅନ୍ୟପଟେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୨ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୭୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୯୫୬ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଓଡ଼ିଶାରେ କରୋନା ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଛି। ୨୪ ଘଣ୍ଟା ମଧ୍ୟରେ ୨୮ଟି ଜିଲ୍ଲାରୁ ୮୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୫୩ ଜଣ, କଟକରୁ ୮୧ ଜଣ,ଯାଜପୁରରୁ ୬୦ ଜଣ, ବାଲେଶ୍ବରରୁ ୬୨ ଜଣ, ଜଗତସିଂହପୁରରୁ ୫୪ ଜଣ, ପୁରୀରୁ ୫୩ ଜଣ,କେନ୍ଦ୍ରାପଡ଼ାରୁ ୩୩ ଜଣ, ଅନୁଗୁଳରୁ ୩୨ ଜଣ, ଭଦ୍ରକରୁ ୩୧ ଜଣ, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରୁ ୨୫ ଜଣ ଲେଖାଏଁ,କେନ୍ଦୁଝରରୁ ୧୮ ଜଣ, ସମ୍ବଲପୁରର ୧୫ ଜଣ, ସୁନ୍ଦରଗଡ଼ରୁ ୧୨ ଜଣ, ଢ଼େଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାରୁ ୧୧ ଜଣ ଲେଖାଏଁ,ମାଲକାନଗିରିରୁ ୯ ଜଣ, ଗଞ୍ଜାମରୁ ୮ ଜଣ, କୋରାପୁଟରୁ ୭ ଜଣ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ,ଗଜପତି ଓ ନବରଙ୍ଗପୁର ଜିଳ୍ଲାରୁ ୪ ଜଣ ଲେଖାଏଁ ,ଝାରସୁଗୁଡ଼ାରୁ ୩ ଜଣ, ବୌଦ୍ଧ, ଦେବଗଡ଼ ଓ ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

9 − 4 =