ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲା ଖାରଜ

କଟକ: ଦିନକୁ ଦିନ ନୂଆ ମେଡ ନେବାରେ ଲାଗିଛି ବର୍ଷା-ଅନୁଭବଙ୍କ ବିବାଦ । ଛାଡ଼ପତ୍ରକୁ ନେଇ ଉଭୟଙ୍କ ମଧ୍ୟରେ ଲାଗିଥିବା ବିବାଦ ଦିନକୁ ଦିନ ନୂଆ ରୂପ ନେଉଛି । କଟକ ଫ୍ୟାମିଲ କୋର୍ଟରେ ବର୍ଷାଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାକୁ ଖାରଜ କରିଛନ୍ତି କୋର୍ଟ । ଅନୁଭବଙ୍କ ପକ୍ଷରୁ ଛାଡ଼ପତ୍ର ପାଇଁ ଆବେଦନ କରାଯାଇଥିଲା । ତେବେ ଏହି ମାମଲା ମିଥ୍ୟା ବୋଲି ବର୍ଷା ଅଭିଯୋଗ କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର ପଟିଆଲା ହାଉସ ଅଦାଲତରୁ ସ୍ଥାନାନ୍ତର ହୋଇ କଟକ ପରିବାର ଅଦାଲତକୁ ଶୁଣାଣି ପାଇଁ ଆସିଥିବା ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ବିରୋଧ କରି ବର୍ଷା ଗତ ଅଗଷ୍ଟ ୨୭ରେ ଏହି ପିଟିସନ୍ ଦାଖଲ କରିଥିଲେ । ଛାଡ଼ପତ୍ର ଆବେଦନ ଟାଇପ ସମୟରେ କେତେକ ଅନିଚ୍ଛାକୃତ ତ୍ରୁଟି ରହିଥିବା ଅନୁଭବଙ୍କ ତରଫରୁ ଦର୍ଶାଯାଇଥିଲା। ପରିବାର ଅଦାଲତ ଶୁଣାଣି କରି ବର୍ଷାଙ୍କ ପିଟିସନକୁ ଖାରଜ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven − five =