Business

ଜେଏସଡବ୍ଲ୍ୟୁ ପେଂଟ୍‌ସର “ଯେକୌଣସି ରଙ୍ଗ, ଗୋଟିଏ ମୂଲ୍ୟ” ଅଭିଯାନ

ଭୁବନେଶ୍ୱର: ଦେଶର ଅଗ୍ରଣୀ ପରିବେଶ ମିତବ୍ୟୟୀ ପେଂଟ୍‌ସ କମ୍ପାନି ଜେଏସ୍‌ଡବ୍ଲ୍ୟୁ ପେଂଟ୍‌ସ ଏହାର ଗ୍ରାହକମାନଙ୍କ ଲାଗି ଉତ୍ସବ ଋତୁକୁ ରଙ୍ଗିନ କରିବାକୁ ପ୍ରସ୍ତୁତି କରାଯାଇଛି। ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଅଂଶ ଥିବା ଏହି କମ୍ପାନି ଏହାର ସାଜସଜ୍ଜା ରଙ୍ଗ ବର୍ଗମାଳା ପାଇଁ ସଦ୍ୟତମ ଉତ୍ସବ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ଯେକୌଣସି ରଙ୍ଗ, ଗୋଟିଏ ମୂଲ୍ୟ ଭଳି ସହଜ ବାର୍ତା ଜରିଆରେ ବ୍ରାଣ୍ଡ୍‌ର ପ୍ରତିଶ୍ରୁତିକୁ ସୁଦୃଢ଼ କରାଯାଇଛି ଯାହା ଗ୍ରାହକଙ୍କ ପାଇଁ ସ୍ୱଚ୍ଛତା ଓ ସଂଚୟ ଆଣିଦେବ। ଏହି ନୂତନ ଅଭିଯାନକୁ ଟିଭି ଚ୍ୟାନେଲ୍‌, ଡିଜିଟାଲ୍ ଓ ଅନ୍ୟାନ୍ୟ ମାଧ୍ୟମରେ ଆରମ୍ଭ କରାଯାଇଛି।
ଏଥିପାଇଁ ଟିବିଡବ୍ଲ୍ୟୁଏ ଏକ ଫିଲ୍ମ ପ୍ରସ୍ତୁତ କରିଛି ଯେଉଁଥିରେ କମ୍ପାନିର ବ୍ରାଣ୍ଡ୍ ଆମ୍ବାସାଡର ଆଲିଆ ଭଟ୍ଟ ଓ ଦୁଲକର୍ ସଲ୍‌ମାନ୍ ଅଭିନୟ କରିଛନ୍ତି। ସେଥିରେ ଚର୍ଚ୍ଚିତ ଚରିତ୍ର ସୱାଲିଆକୁ ମଧ୍ୟ ଦେଖିବାକୁ ମିଳିବ। ନିତିଦିନିଆ ବ୍ୟବହାରଯୋଗ୍ୟ ଜିନିଷର ଲାବେଲ୍‌କୁ ଲୋକମାନେ ପଢ଼ୁଥିବା ବେଳେ ରଙ୍ଗ ପ୍ୟାକେଟ୍‌ରେ ଥିବା ଲାବେଲ୍‌କୁ ଅଣଦେଖା କରିଥାନ୍ତି। ଦୁଲକରଙ୍କ ଧ୍ୟାନକୁ ପେଂଟ୍‌ସ ପ୍ୟାକ୍ ଆଡ଼କୁ ଆକର୍ଷିତ କରି ଜେଏସ୍‌ଡବ୍ଲ୍ୟ ପେଂଟ୍‌ସର ସ୍ୱଚ୍ଛ ମୂଲ୍ୟ ମଡେଲ୍ ଗ୍ରାହକମାନଙ୍କ ପାଇଁ ୧୫% ପର୍ଯ୍ୟନ୍ତ ସଂଚୟକୁ ନିଶ୍ଚିତ କରୁଛି। ଏହି ଅଭିଯାନର ଟ୍ୟାଗ୍‌ଲାଇନ୍ ହେଉଛି ‘ଡବା ପଢ଼ୋ, ବଚତ୍ କରୋ’।
ଜେଏସ୍‌ଡବ୍ଲ୍ୟୁ ଡେକୋରେଟିଭ୍ ପେଂଟ୍‌ସର ସିଇଓ ଆଶିଷ ରାଏ କହିଛନ୍ତି ଯେ, “ଲୋକମାନେ ବ୍ୟବହାର କରୁଥିବା ଉତ୍ପାଦ ଓ ତାହା କିଭଳି ସେମାନଙ୍କୁ ପ୍ରଭାବିତ କରୁଛି, ତାହାକୁ ନେଇ ଆମ ଦେଶର ଗ୍ରାହକମାନେ ବେଶ୍ ସଚେତନ ଅଛନ୍ତି। ସେମାନେ ଖାଦ୍ୟ, ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉତ୍ପାଦର ଲାବେଲ୍ ପଢ଼ିଥାନ୍ତି। କିନ୍ତୁ ପେଂଟ୍‌ସ କିଣିବା ବେଳେ ସେହି ସଚେତନତାର ଅଭାବ ରହିଥାଏ। ଆମ ନୂଆ ଅଭିଯାନ ସହିତ ଆମେ ସେହି ଅଣଦେଖାର ମୁକାବିଲା କରିବା ଏବଂ ପେଂଟ୍‌ସ ବର୍ଗ ପ୍ରତି ଧ୍ୟାନ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖିଛୁ। ଆମ ବ୍ରାଣ୍ଡ୍ ପ୍ରତିଶ୍ରୁତି “ଯେକୌଣସି ରଙ୍ଗ, ଗୋଟିଏ ମୂଲ୍ୟ” ବେଶ୍ ସ୍ପଷ୍ଟ ଏବଂ ଏକ ବୈପ୍ଳବିକ ପଦକ୍ଷେପ ଯାହା ଗ୍ରାହକଙ୍କ ପାଇଁ ସ୍ୱଚ୍ଛତା ଓ ସଂଚୟ ସୁନିଶ୍ଚିତ କରିବ। ଏହା ଆମର ଥିଙ୍କ୍ ବିଉଟିଫୁଲ୍ ଦର୍ଶନକୁ ପ୍ରତିଫଳିତ କରୁଛି ଯେଉଁଠାରେ ପ୍ରତିଟି ନବସୃଜନ ଭାବନା ଓ କରୁଣାରେ ଜଡ଼ିତ ରହିଛି।”
ଟିବିଡବ୍ଲ୍ୟୁଏ ଇଣ୍ଡିଆର ସିଇଓ ଗୋବିନ୍ଦ ପାଣ୍ଡେ କହିଛନ୍ତି ଯେ, “ଏହି ବିଜ୍ଞାପନ ସହଜରେ ଜଣାଉଛି ଯେ ଜେଏସଡବ୍ଲ୍ୟୁ ପେଂଟ୍‌ସ ହେଉଛି ଏକମାତ୍ର ବ୍ରାଣ୍ଡ୍ ଯାହା ସମାନ ମୂଲ୍ୟରେ ସବୁ ପ୍ରକାର ରଙ୍ଗ ପ୍ରଦାନ କରୁଛି। ସୱାଲିଆ ହେଉଛି ଆମର ବୁଦ୍ଧିମାନ ଓ ସଚେତନ ଗ୍ରାହକ ମାସ୍କଟ ଯାହା ଅଣଦେଖା କରୁଥିବା ଗ୍ରାହକମାନଙ୍କୁ ସାମିଲ କରିବା ଏବଂ ଭଲ ଭାବେ ପରଖିବା ଅଭ୍ୟାସ ଜାଗ୍ରତ କରିବ।”
ଟିବିଡବ୍ଲ୍ୟୁଏ ଇଣ୍ଡିଆର ଚିଫ୍ କ୍ରିୟେଟିଭ୍ ଏକ୍ସପିରିଏନ୍ସ ଅଫିସର ରୁଷେଲ ବ୍ୟାରେଟ୍ କହିଛନ୍ତି ଯେ, “ସୱାଲିଆକୁ ଫେରାଇ ଆଣିବା ଏକ ସ୍ମୃତିଠାରୁ ଅଧିକ ହୋଇଥିବା ବେଳେ ଏହା ଗ୍ରାହକମାନଙ୍କୁ ଏଭଳି ଏକ ଚରିତ୍ର ସହିତ ପରିଚିତ କରାଇବା ଯାହା କୌତୁକିଆ ଓ କରୁଣା ସହ ସେମାନଙ୍କ ଭାଷା କହୁଥିବ। ଏକ ଯୁଗ ଯେଉଁଠାରେ ପ୍ୟାକେ୍‌ରେ କ’ଣ ରହିଛି ତାହାକୁ ନେଇ ଆମେ ସମେସ୍ତ ସଚେତନ ଅଛନ୍ତି ଏବଂ ଆମେ ଯେତେବେଳେ ବ୍ରାଣ୍ଡ୍‌କୁ ବହୁ ଉଚ୍ଚରେ ରଖିଛନ୍ତି ଆମର ପ୍ରଶ୍ନ କରୁଥିବା ଏବଂ ସୁନ୍ଦର ସୱାଲିଆ ଗ୍ରାହକମାନଙ୍କୁ ସେହି ପ୍ରଶ୍ନ କରିବା ଭାବନାକୁ ପେଂଟ୍‌ସରେ ମଧ୍ୟ ବ୍ୟବହାର କରିବାକୁ କହୁଛି।”

Share

Leave a Reply

Your email address will not be published. Required fields are marked *

one × one =