100 ଟଙ୍କା ଦେଲେ ଘରେ ପହଂଚିବା ପଟ୍ଟା

ଭୁବନେଶ୍ୱର () ମାତ୍ର 100 ଟଙ୍କାରେ ଘରେ ପହଞ୍ଚିବ ପଟ୍ଟା । ଜମି କିଣୁଥିବା ବ୍ୟକ୍ତିଙ୍କୁ ବ୍ରୋକରଙ୍କ ବୌରାତ୍ମ୍ୟରୁ ବଞ୍ଚିବାକୁ ରାଜ୍ୟ ସରକାର ଏଭଳି ଏକ ବ୍ୟବସ୍ଥା ଆରମ୍ଭ କରିବେ । ଜମି କିଣି ସରିବା ପରେ ତହସିଲକୁ ଦୌଡ଼ିବାର ଆବଶ୍ୟକତା ନାହିଁ । ମାତ୍ର 100 ଟଙ୍କା ଦେଲେ ସ୍ପୀଡ଼ପୋଷ୍ଟରେ ଘରେ ପହଞ୍ଚିବ ଜମି ପଟ୍ଟା । ଆସନ୍ତା 2019 ଜାନୁଆରୀ ମାସରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ।

ଜମି କିଣିବା ପରେ ପଞ୍ଜିକରଣ ସମୟରେ 100 ଟଙ୍କା ଦାଖଲ କଲେ 90 ଦିନ ମଧ୍ୟରେ ଘରେ ପହଂଚିଯିବା ଆରଓଆର ବା ପଟ୍ଟା । ଏନେଇ ରାଜସ୍ୱ ବିଭାଗ ଜମି କିଣାବିକା ସମୟରେ ଜଳିଆଟିକୁ ରୋକିବା ପାଇଁ ବ୍ୟବସ୍ଥାରେ ସଂଶୋଧନ ଆଣିବାକୁ ଏକ ନିୟମାବଳି ପ୍ରସ୍ତୁତ କରିଛନ୍ତି ।

ନିୟମାବଳି ଅନୁଯାୟୀ ଆଇନଗତ ବିବଦମୁକ୍ତ ଜମି କିଣାବିକା ପରେ ଜମି ମାଲିକଙ୍କ ପାଖକୁ 90 ଦିନରେ ପଟ୍ଟା ପହଞ୍ଚିବ । ଏସଂକ୍ରାନ୍ତରେ ଖୁବଶୀଘ ରାଜସ୍ବ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ ।

Share

Leave a Reply

Your email address will not be published. Required fields are marked *

nineteen + 20 =