Business

ଗୌତମ ଆଦାନୀଙ୍କ ଦେଶବ୍ୟାପୀ ନବସୃଜନ ଅଭିଯାନ ‘ବନ୍ଦେ ଭାରତମ’ର ଅଗଷ୍ଟ ୨୯ରୁ ଏନଡିଟିଭି ଚ୍ୟାନେଲରେ ପ୍ରସାରିତ ହୋଇଛି

ଭୁବନେଶ୍ୱର: ଭାରତର ତୃଣମୂଳ ନବସୃଜନକାରୀ ଓ ଉଦ୍ୟୋଗୀମାନଙ୍କୁ ଅନ୍ୱେଷଣ ପାଇଁ ଆରମ୍ଭ ହୋଇଥିବା ଗୌତମ ଆଦାନୀଙ୍କ ଦେଶବ୍ୟାପୀ ଅଭିଯାନ ‘ବନ୍ଦେ ଭାରତମ’ ଅଗଷ୍ଟ ୨୯ରୁ ଟିଭି ପରଦାରେ ପ୍ରସାରଣ ଆରମ୍ଭ ହୋଇଛି। ଏନଟିଭିର ତିନିଟି ଚ୍ୟାନେଲ ଏନଟିଡିଭି ପ୍ରଫିଟ, ଏନଟିଭି (ଇଂରାଜୀ) ଓ ଏନଡିଟିଭି ଇଣ୍ଡିଆରେ ଏହାର ପ୍ରସାରଣ କରାଯିବ। ଫଳରେ ଭାରତର ସବୁଠୁ ପ୍ରେରଣାଦାୟୀ ଉଦ୍ୟମିତା କାହାଣୀ ଲୋକଙ୍କ ଘରେ ଘରେ ପହଂଚିପାରିବ।
ଏହି ଅଭିଯାନର ୪୫ ମିନିଟ ଅବଧିର ପ୍ରାରମ୍ଭିକ ଅଧ୍ୟାୟ ଅଗଷ୍ଟ ୨୯ରେ ସନ୍ଧ୍ୟା ୭ଟା ୩୦ ମିନିଟରେ ଏନଡିଟିଭି ପ୍ରଫିଟ, ସନ୍ଧ୍ୟା ୭ଟାରେ ଏନଡିଟିଭି (ଇଂରାଜୀ) ଓ ରାତି ୧୦ଟାରେ ଏନଡିଟିଭି ଇଣ୍ଡିଆରେ ପ୍ରସାରଣ ଆରମ୍ଭ ହୋଇଛି ଏବଂ ସେହିଦିନର ରାତିରେ ଓ ପରଦିନ ତାହା ସେହି ସମସ୍ତ ତିନି ଚ୍ୟାନେଲରେ ପୁନଃ ପ୍ରସାରିତ ହେବ। ପରବର୍ତ୍ତୀ ଅଧ୍ୟାୟଗୁଡ଼ିକର ଅବଧି ୨୫ ମିନିଟ ଲେଖାଏଁ ରହିବ। ଗ୍ରାଣ୍ଡ ଫିନାଲେ ସ୍ୱତନ୍ତ୍ର ଅଧ୍ୟାୟକୁ ସେପ୍ଟମ୍ବେର ୧୭ରେ ପ୍ରସାରଣ କରାଯିବ।
ଏହି ସୋ’କୁ ପରିଚାଳନାରେ ବିଶିଷ୍ଟ ଟେଲିଭିଜନ ଉପସ୍ଥାପକ ତଥା ଆମ୍ବାସଡର ରାଜୀବ ଖଣ୍ଡେଲୱାଲ ରହିଛନ୍ତି । ଟେଲିଭିଜନ, ସିନେମା ଓ ଡିଜିଟାଲ ପ୍ଲାଟଫର୍ମରେ କାମ ପାଇଁ ପରିଚିତ ଶ୍ରୀ ଖଣ୍ଡେଲୱାଲଙ୍କ ସୋ’ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ିହେବା ଓ ତାହାକୁ ଉପସ୍ଥାପନ କରିବାର ଅଭିଜ୍ଞତା ରହିଛି। ଏହି ସୋ’ରେ ସେ ଦେଶର କୋଣଅନୁକୋଣ ଯଥା ଗ୍ରାମାଂଚଳ, ଛୋଟ ସହର, ଉଦୀୟମାନ ସହର ଓ ମେଟ୍ରୋ ସହରଗୁଡ଼ିକର ନବସୃଜନକାରୀଙ୍କ ବିଷୟରେ ଜଣାଇବେ।
ଟେଲିଭଜନରେ ପ୍ରସାରଣ ହେବା ଦ୍ୱାରା ବନ୍ଦେ ଭାରତମ ବ୍ୟାପକ ଭାବେ ଲୋକମାନଙ୍କ ପାଖରେ ପହଂଚିପାରିବ। ୨୦୨୬ ଜୁନ ୨୪ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଭାରତର ସସମ୍‌ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ, ୮୦୦ ଜିଲ୍ଲା ଓ ୩୭ଟି ଦେଶରେ ବାସ କରୁଥିବା ଭାରତୀୟଙ୍କଠାରୁ ଆବେଦନ ହାସଲ କରିଥିଲା। ବିବିଧ ପର୍ଯ୍ୟାୟ ଦେଇ ଚୟନ କରାଯାଇଥିବା ଫାଇନାଲିଷ୍ଟମାନଙ୍କୁ ଅହମଦାବାଦ ଆମନ୍ତ୍ରଣ କରାଯାଇଥିଲା ଯେଉଁଠାରେ ସେମାନେ ମେଂଟରସିପ ଓ ଶିଳ୍ପ ସହ ଭାବବିନିମୟର ସୁଯୋଗ ପାଇଥିଲେ ଏବଂ ଗ୍ରାଣ୍ଡ ଫିନାଲେରେ ଗୌତମ ଆଦାନୀଙ୍କ ସହ ମଂଚରେ ରହିଥିଲେ।
ଏହି ଅବସରରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀ କହିଛନ୍ତି ଯେ, “ଆମେ ଯେତେବେଳେ ବନ୍ଦେ ଭାରତମ ଆରମ୍ଭ କରିଥିଲୁ ଭାରତରେ କେହି ଜାଣିନଥିବା ନବସୃଜନକାରୀ ଓ ଉଦ୍ୟୋଗୀଙ୍କୁ ସନ୍ଧାନ କରିବାକୁ ବାହାରିଥିଲୁ। ଏବେ ଟେଲିଭିଜନ ସେହି କାହାଣୀଗୁଡ଼ିକୁ ଦେଶର ପ୍ରତିଟି ଘରେ ପହଂଚାଇବା ପାଇଁ ଆମକୁ ସୁଯୋଗ ଦେଇଛି। ଏହା ସଫଳତାର ଏକ ସୋ’ ନୁହେଁ, ଏହା ହେଉଛି ଏକ ସୋ’ ଯାହା ଆରମ୍ଭ କରିବାର ସାହସକୁ ଦେଖାଇବ। ମୁଁ ଆଶା କରୁଛି ଯେ, ଲୋକମାନେ ଯେଉଁମାନଙ୍କୁ ଟିଭି ପରଦାରେ ଦେଖିବେ ସେମାନେ ସେମାନଙ୍କଠାରେ କିଛି ସ୍ୱତନ୍ତ୍ର ପାଇବେ ଏବଂ ମୁଁ ଆଶା କରୁଛି ଯେ, ଛୋଟ ସହର କିମ୍ବା ଗ୍ରାମାଚଂଳର ପ୍ରତି ଦର୍ଶକ ଜାଣିପାରିବେ ଯେ, ଭାରତକୁ ବଦଳାଇବାର ପରବର୍ତ୍ତୀ ଚିନ୍ତାଧାରା ସେମାନଙ୍କଠାରୁ ଆସିବ।”
ଗତ ଜୁନ ୨୪ରେ ନିଜ ଜନ୍ମଦିନରେ ଗୌତମ ଆଦାନୀ ବନ୍ଦେ ଭାରତମ ବିଷୟରେ ଘୋଷଣା କରିଥିଲେ। ସ୍ୱୀକୃତି, ସହାୟତା ଓ ବଡ଼ ମଂଚ ପାଇବାକୁ ହକଦାର ଥିବା ଉଦ୍ୟୋଗୀ ଓ ସମସ୍ୟା ସମାଧାନକାରୀଙ୍କୁ ଖୋଜିବା ଏହାର ଲକ୍ଷ୍ୟ ଥିଲା।

Share

Leave a Reply

Your email address will not be published. Required fields are marked *

3 + seven =