Friday, October 30, 2026
Business

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “ଆରାଇଜ୍ ଓମେନ୍‌ସ” ସଂଚୟ ଖାତାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “ଆରାଇଜ୍ ଓମେନ୍‌ସ” ସଂଚୟ ଖାତାର ଶୁଭାରମ୍ଭ କରାଯାଇଛି। ଏହାକୁ ମହିଳାମାନଙ୍କ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଛି ଯାହା ସେମାନଙ୍କୁ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ। ସେ୍‌ଲସଫୋର୍ସ ଇଣ୍ଡିଆର ଅଧ୍ୟକ୍ଷା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଦ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ଉପସ୍ଥିତିରେ ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଶ୍ରୀ ଅମିତାଭ ଚୌଧୁରୀ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମୁନିଷ ଶାରଦା ଏହାକୁ ଉନ୍ମୋଚନ କରିଛନ୍ତି।
ଏହି ସଂଚୟ ଖାତାରେ ମହିଳାମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମିଳିବ ଯେଭଳି ମହିଳା ଆର୍ଥିକ ଉପଦେଷ୍ଟା ଓ ବିଭିନ୍ନ ପ୍ରକାର ସୁବିଧାସୁଯୋଗ। ଏହା ବ୍ୟତୀତ ଏହି ଖାତାରେ ଫାମିଲି ବ୍ୟାଙ୍କିଙ୍ଗ ସୁବିଧା, ଲକର ସୁବିଧା, ଆରାଇଜ୍ ଡେବିଟ୍ କାର୍ଡ ଓ ମାଗଣା ଏନ୍‌ଇଓ କ୍ରେଡିଟ୍ ମିଳିବ। ବୁକ୍ ମାଇଁ ସୋ, ଜାମୋଟୋ ଓ ଏଜ୍ ରେ ରିୱାର୍ଡର ସୁବିଧା ମଧ୍ୟ ଗ୍ରାହକଙ୍କୁ ମିଳିପାରିବ।
ଜାତୀୟ ପରିସଂଖ୍ୟାନ ସଂଗଠନ ତଥ୍ୟ ଅନୁସାରେ ବ୍ୟାଙ୍କ ଖାତାରେ ମହିଳାମାନଙ୍କ ଅବଦାନ ୩୬.୪ ପ୍ରତିଶତ ଥିବା ବେଳେ ଜମା ରାଶିରେ କିନ୍ତୁ ସେମାନଙ୍କ ଯୋଗଦାନ ମାତ୍ର ୨୦.୮ ପ୍ରତିଶତ ରହିଛି। ମେଟ୍ରୋ ସହରାଂଚଳରେ ଏହି ହାର ମାତ୍ର ୧୬.୫ ପ୍ରତିଶତ ଥିବା ବେଳେ ଗ୍ରାମାଂଚଳରେ ୩୦ ପ୍ରତିଶତ ରହିଛି। ଆର୍ଥିକ ଅସମାନତା ଦୂର କରିବା ଲାଗି ଜରୁରୀକାଳୀନ ପଦକ୍ଷେପର ଆବଶ୍ୟକତା ଉପରେ ଏହି ପରିସଂଖ୍ୟାନ ଗୁରୁତ୍ୱାରୋପ କରୁଛି। ଆରାଇଜ୍ ଓମେନ୍‌ସ ସଂଚୟ ଖାତା ଜରିଆରେ ଆକ୍ସିସ୍ ବ୍ୟାଙ୍କ ଏହି ଅନ୍ତରକୁ ଦୂର କରିବା ଏବଂ ପ୍ରତ୍ୟକ୍ଷ ଆର୍ଥିକ ପରିଚାଳନାର ପ୍ରସାର କରିବାକୁ ଲକ୍ଷ୍ୟ ରଖିଛି।
ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ,“ବର୍ତମାନର ଆର୍ଥିକ ଦୃଶ୍ୟପଟ୍ଟରେ ଆଉ କିଛି ନିର୍ଦ୍ଦିଷ୍ଟଙ୍କ ଲାଗି ସୀମିତ ହୋଇରହିନାହିଁ। ମହିଳାମାନେ ସାମ୍ନା କରୁଥିବା ସମସ୍ୟା ଓ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ଲାଗି ଏହା ହେଉଛି ସଠିକ୍ ସମୟ। ମହିଳାମାନଙ୍କ ଶକ୍ତି ଓ ସମ୍ଭାବନାକୁ ବଢ଼ାଇବାରେ ସାହାଯ୍ୟ କରିବା ଲାଗି ଏରାଇଜ୍‌କୁ ପ୍ରସ୍ତୁତ କରାଯାଇଛି। ଏହା କେବଳ ଏକ ସଂଚୟ ଖାତା ନୁହେଁ, ଏହା ହେଉଛି ମହିଳାମାନେ ପ୍ରତିଦିନ ସାମ୍ନା କରୁଥିବା ବାସ୍ତବ ସମସ୍ୟାଗୁଡ଼ିକର ପ୍ରତିକ୍ରିୟା। ଆମର ବିଶ୍ୱାସ ରହିଛି ଯେ ଆର୍ଥିକ ସ୍ତରରେ ମହିଳାମାନଙ୍କୁ ସଶକ୍ତ କରିବାର ଅନେକ ପ୍ରଭାବ ରହିଛି ଯାହା ପରିବାର ଓ ଗୋଷ୍ଠୀ ଏବଂ ସାମଗ୍ରିକ ଭାବେ ଏକ ଦେଶକୁ ଦୃଢ଼ କରିବ। ଏକ ସମାନତାର ବ୍ୟବସ୍ଥା ଓ ସମାଜ ସୃଷ୍ଟି କରିବା ଲାଗି ଆମର ରହିଥିବା ଲକ୍ଷ୍ୟ ଉପରେ ଏହି ଅଭିଯାନ ଗୁରୁତ୍ୱାରୋପ କରୁଛି ଯେଉଁଠାରେ ମହିଳାମାନଙ୍କ ପାଖରେ ନିଜର ଅଭିଳାଷକୁ ହାସଲ କରିବା ଲାଗି ସମ୍ବଳ ଓ ବିଶ୍ୱାସ ରହିଥିବ।”
ସେଲ୍‌ସଫୋର୍ସ ଇଣ୍ଡିଆର ଅଧ୍ୟକ୍ଷା ଓ ସିଇଓ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ,“ଆରାଇଜ୍ ମହିଳା ସଂଚୟ ଖାତାର ଶୁଭାରମ୍ଭର ଏକ ଅଂଶ ହୋଇଥିବାରୁ ମୁଁ ଆନନ୍ଦିତ। ଆକ୍ସିସ୍ ବ୍ୟାଙ୍କର ଏହି ଉଲ୍ଲେଖନୀୟ ଅଭିଯାନ ଅଧିକରୁ ଅଧିକ ମହିଳାଙ୍କୁ ସେମାନଙ୍କ ଆର୍ଥିକ ଭବିଷ୍ୟତ ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ଅନୁପ୍ରାଣିତ ଓ ଉତ୍ସାହିତ କରିବ, ଯାହା ଫାଳରେ ସେମାନଙ୍କ ପ୍ରଗତି ଓ ଅର୍ଥନୈତିକ ସ୍ୱାଧୀନତା ସୁଦୃଢ଼ ହୋଇପାରିବ। ଆର୍ଥିକ ସେବା ସହିତ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ଲାଭକୁ ସମନ୍ୱିତ କରି ଆକ୍ସିସ୍ ବ୍ୟାଙ୍କ ଏକ ଅଧିକ ଅନ୍ତର୍ଭୁକ୍ତୀକରଣ ଓ ସମାନତାର ବ୍ୟାଙ୍କିଙ୍ଗ ପରିବେଶ ଲାଗି ପଥ ପ୍ରଶସ୍ତ କରିଛି। ମହିଳାଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଅଭିବୃଦ୍ଧି ଓ ସଫଳତା ପାଇଁ ଏକ ସହାୟକ ପରିବେଶ ସୃଷ୍ଟି କରିବାରେ ଆମ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ।”

Share

Leave a Reply

Your email address will not be published. Required fields are marked *

two + 4 =