Friday, October 30, 2026
Uncategorized

ଟାଟା ଷ୍ଟିଲ୍ କର୍ମଚାରୀଙ୍କ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍ୱେଟର ବଂଟନ

ବ୍ରାହ୍ମଣୀପାଳ, ୧୧ ଡିସେମ୍ବର ୨୦୨୩: ଟାଟା ଷ୍ଟିଲ୍ ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍‌ସ ଡିଭିଜନ (ଏଫ୍‌ଏଏମ୍‌ଡି) ପକ୍ଷରୁ ସ୍କୁଲ ପିଲାମାନଙ୍କୁ ଶୀତରୁ ସୁରକ୍ଷା ପାଇଁ ସୋମବାର ଶୀତ ପୋଷାକ ବଂଟନ କରାଯାଇଛି । କର୍ମଚାରୀ ସ୍ୱେଚ୍ଛାସେବୀତା କାର୍ଯ୍ୟକ୍ରମ ଅଂଶ ସ୍ୱରୂପ କଂପାନିର କର୍ମଚାରୀମାନେ ରେସିଡେଂଟ୍ ବ୍ରିଜ୍ କୋର୍ସ (ଆର୍‌ବିସି) କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ସ୍ୱେଟର ପ୍ରଦାନ କରିଛନ୍ତି ।

ପିଲାମାନଙ୍କ ଉପରେ ସକରାତ୍ମକ ପ୍ରଭାବ ସୃଷ୍ଟି କରିବା ତଥା ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଯୋଡ଼ିହେବା ଲକ୍ଷ୍ୟରେ ଟାଟା ଷ୍ଟିଲର କର୍ମଚାରୀମାନେ ସବୁବେଳେ ପ୍ରୟାସ କରି ଆସିଛନ୍ତି। ଏହି କ୍ରମରେ ସ୍ଥାନୀୟ ସ୍କୁଲ୍ ପିଲାଙ୍କ ଆବଶ୍ୟକତା ପୂରଣ କରିବା ଲାଗି କର୍ମଚାରୀମାନେ ଏକ ସ୍ୱେଟର ବଂଟନ କାର୍ଯ୍ୟକ୍ରମ ଆୟୋଜନ କରି ସାମାଜିକ କଲ୍ୟାଣ ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି।

ସ୍ୱେଟର ପ୍ରଦାନ ଅବସରରେ ଖୁସି ବ୍ୟକ୍ତ କରି ଟାଟା ଷ୍ଟିଲ୍‌ର ଏକ୍‌ଜିକ୍ୟୁଟିଭ୍ ଇନ୍‌-ଚାର୍ଜ (ଏଫ୍‌ଏଏମ୍‌ଡି) ପଙ୍କଜ ସତିଜା କହିଛନ୍ତି ଯେ, “ସମାଜକୁ ସମୃଦ୍ଧ କରିବା ପାଇଁ କିଛି ପ୍ରତିଦାନ କରିବା ଉପରେ ଆମେ ବିଶ୍ୱାସ କରୁ ଏବଂ କର୍ମକ୍ଷେତ୍ର ବାହାରେ ସକରାତ୍ମକ ପ୍ରଭାବ ସୃଷ୍ଟି କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ଏହି କାର୍ଯ୍ୟକ୍ରମ ଦ୍ଵାରା ପିଲାମାନଙ୍କୁ ଆମେ ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ସେମାନଙ୍କ ସ୍ବପ୍ନ ପୂରଣ ପାଇଁ ସବୁବେଳେ ସହାୟତାର ହାତ ରହିଛି।’’

ଏହି କାର୍ଯ୍ୟକ୍ରମ ଶୀତ ଋତୁରେ ଉଷ୍ମତାର ପ୍ରତୀକ ହୋଇଥିବା ବେଳେ ଟାଟା ଷ୍ଟିଲର କର୍ପୋରେଟ ସଂସ୍କୃତିକୁ ନିର୍ଧାରିତ କରୁଥିବା ଏକତା ଓ ଦୟାର ଭାବ ଉପରେ ମଧ୍ୟ ଗୁରୁତ୍ୱାରୋପ କରୁଛି।

ସ୍ଥାୟୀ ଓ ଦାୟିତ୍ୱବାନ ବ୍ୟବସାୟ ପାଇଁ କଂପାନିର ବ୍ୟାପକ ପ୍ରତିବଦ୍ଧତା ସହିତ ଏହି କାର୍ଯ୍ୟକ୍ରମ ଜଡ଼ିତ। ସ୍ୱେଚ୍ଛାସେବାର ଏକ ସଂସ୍କୃତିକୁ ସୁଦୃଢ଼ କରି କଂପାନି କେବଳ ସମାଜର ବିକାଶ ପ୍ରତି ଯୋଗଦାନ କରୁନାହିଁ, ବରଂ ଏହାର କର୍ମଚାରୀ ଓ ସେହି ଅଂଚଳ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରୁଛି।

ଉଲ୍ଲେଖଯୋଗ୍ୟ, ନିକଟରେ କଂପାନିର କର୍ମଚାରୀମାନେ ବ୍ରାହ୍ମଣୀପାଳ ଫେରୋ ଆଲଏଜ୍ ପ୍ଲାଂଟ୍ ପରିସରରେ ଚାର୍ଜ କ୍ରୋମ ପ୍ଲାଂଟ୍ ୟୁପି (ଏମ୍‌ଇ) ସ୍କୁଲ ପାଇଁ ଏକ ଜୋତା ବଂଟନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସମାଜର ଉନ୍ନତି ଏବଂ ପରବର୍ତୀ ପିଢ଼ି ଲାଗି ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରୁଥିବା କାର୍ଯ୍ୟକ୍ରମକୁ ସମର୍ଥନ କରିବା ଲାଗି ଟାଟା ଷ୍ଟିଲ୍ ପ୍ରତିବଦ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

4 × 4 =