Friday, October 30, 2026
Latestରାଜ୍ୟ

ଆସନ୍ତା ୫ ଦିନ ରାଜ୍ୟର ପାଗ ଶୁଖିଲା ରହିବ

ଆସନ୍ତା ୫ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ୫ ଦିନ ପରେ ରାଜ୍ୟର ପାରଦ ବଢ଼ିବା ସହ ଗରମ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୭ରୁ ୧୨ ତାରିଖ ଭିତରେ ଗରମ ଦ୍ରୁତ ଗତିରେ ବୃଦ୍ଧି ପାଇବା ସମ୍ଭାବନା ରହିଛି ।ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ରାଜ୍ୟର ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିବ। ତାପମାତ୍ରା ପ୍ରାୟ ୩ ଡିଗ୍ରିରୁ ଅଧିକ ବଢ଼ିପାରେ। ଅନୁଗୁଳ ସମେତ କେନ୍ଦ୍ରୀୟ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାପମାତ୍ରା ପ୍ରାୟ ୪ ଡିଗ୍ରିରୁ ଅଧିକ ବଢ଼ିବ। ଭୁବନେଶ୍ବର ସମେତ ଉପକୂଳରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବା ହେତୁ ଦିନରେ ଗରମ ଓ ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବ। କୁହୁଡ଼ି ଜାରି ରହିବ।

Share

Leave a Reply

Your email address will not be published. Required fields are marked *

3 × 1 =