Latestରାଜ୍ୟ

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ । ନକଲି ସିବିଆଇ ଅଧିକାରୀ ନିଖିଳ ସ୍ବାଇଁକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ନିରୀହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା ଏହି ଠକ । ସୂଚନା ମୁତାବକ ନିଖିଳ ଜଣେ ଭିନ୍ନକ୍ଷମ ବୋଲି ଜଣା ପଡ଼ିଛି । ଜଣେ ମୋବାଇଲ ଦୋକାନୀଙ୍କୁ ତାଙ୍କ ଝିଅର ଚିକିତ୍ସା କରାଇ ଦେବାକୁ କହି 30 ହଜାର ଠକି ନେଇଥିଲା ଠକ ।

ପରବର୍ତ୍ତୀ ସମୟରେ ଏୟାରପୋର୍ଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସେକ୍ରେଟେରିଏଟ ଚାକିରୀ ଦେବାକୁ କହି ୪୦  ହଜାର ଟଙ୍କା ଠକି ନେଇଥିଲା । ଏମିତି କିଛି ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା  । ଶେଷରେ  ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ତମାଣ୍ଡୋ ପୋଲିସ  । ଗିରଫ ପରେ ଅଭିଯୁକ୍ତକୁ  କୋର୍ଟ ଚାଲାଣ କରାଯାଇଛି  ।

Share

Leave a Reply

Your email address will not be published. Required fields are marked *

17 + 12 =