Friday, October 30, 2026
Latestରାଜ୍ୟ

ଜୁଲାଇ ୧ ରୁ ବନ୍ଦ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଓ ଥର୍ମୋକୁଲ

ବନ୍ଦ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଓ ଥର୍ମୋକୁଲ। ରାଜ୍ୟର ସମସ୍ତ ସହରାଞ୍ଚଳରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଏହାକୁ ଲାଗୁ କରାଯିବ।
ସିଙ୍ଗଲ ୟୁଜ ପ୍ଲାଷ୍ଟିକର ପ୍ରସ୍ତୁତି, ଷ୍ଟକିଂ, ବିତରଣ ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପ୍ଲାଷ୍ଟିକ ଷ୍ଟିକ ଥିବା ଇୟର ବଡ, ବେଲୁନରେ ବ୍ୟବହୃତ ପ୍ଲାଷ୍ଟିକ, ପ୍ଲାଷ୍ଟିକ ପତାକା, କ୍ୟାଣ୍ଡି ଷ୍ଟିକ୍ସ, ଆଇସକ୍ରିମ ଷ୍ଟିକ ଏବଂ ଘର ସଜ୍ଜା ପାଇଁ ବ୍ୟବହୃତ ସୋଲକୁ ବନ୍ଦ ହେବ। ଏହା ସହ ଶହେ ମାଇକ୍ରନରୁ କମ୍ କ୍ଷମତାରେ ନିର୍ମିତ ଥର୍ମୋକୁଲ ପ୍ଲେଟ, କପ୍, ଗ୍ଲାସ, ମିଠା ବାକ୍ସକୁ ଗୁଡ଼ାଇବା ପାଇଁ ପ୍ୟାକିଂ ଫିଲ୍ମ ଆଦିକୁ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ୭୫ ମାଇକ୍ରନରୁ କମ୍ କ୍ଷମତା ବିଶିଷ୍ଟ ପଲିଥିନକୁ ବନ୍ଦ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

2 × 4 =