Friday, October 30, 2026
Latestରାଜ୍ୟ

ରୁପାରେ ଛାଉଣୀ ହେବ ଶ୍ରୀମନ୍ଦିରର ୮ ଦ୍ୱାର

ପୁରୀ () ରୁପାରେ ଆଛାଦିତ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାର। ଏଥିଲାଗି ବିନିଯୋଗ ହେବ ଅଢ଼େଇ ଟନ୍ ରୁପା। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧକ୍ଷତାରେ ଆଜି ଅପରାହ୍ନରେ ବସିବ ସ୍ଵତନ୍ତ୍ର ବୈଠକ। ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ, ପ୍ରତିହାରୀ ନିଯୋଗ ସହ ଆଲୋଚନା କରାଯିବ।

ପୂର୍ବରୁ ୩ ଟି ଦ୍ୱାର ରୁପା ଛାଉଣୀ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଆଉ ୫ଟି ଦ୍ୱାରକୁ ରୁପାରେ ଛାଉଣୀ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର ଏବଂ ବେହରଣ ଦ୍ୱାର ସହ ମହାଲକ୍ଷ୍ମୀଙ୍କ ଗର୍ଭ ଦ୍ୱାର, ବିମଳା, ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାର ରୁପାରେ ଛାଉଣୀ ହେବ। ଏଥିଲାଗି ଜୋରସୋରରେ ଆରମ୍ଭ ହୋଇଛି ପ୍ରସ୍ତୁତି।

Share

Leave a Reply

Your email address will not be published. Required fields are marked *

14 − 12 =