Friday, October 30, 2026
Latestରାଜ୍ୟ

ଫୁଲରେ ସଜେଇ ହେଉଛି ସିଂହଦ୍ବାର

ପୁରୀ()  ନୂଆ ବର୍ଷ ନିମନ୍ତେ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।ନୂଆ ବର୍ଷ ପାଇଁ ସଜେଇ ହେଉଛି ଶ୍ରୀମନ୍ଦିର । ସିଂହଦ୍ବାର ସାମ୍ନାରେ ନବନିର୍ମିତ ସେଡକୁ ସୁନ୍ଦର ଭାବେ ଫୁଲ ସଜା ଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସେଡ଼କୁ ଲାଗି ବ୍ୟାରିକେଡ଼ କରାଯାଇଛି।ବାରିକେଡ୍ କଡ଼ରେ ଭକ୍ତଙ୍କ ବସିବା ପାଇଁ ବି ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଂଖଳା ଲାଗି ଅତ୍ୟାଧୁନିକ ସିସି ଟିଭି କ୍ୟାମେରା ଲଗାଯାଇଛି ।ଏହାସହ ମେଘନାଦ ପାଚେରିର ଚତୁଃପାର୍ଶ୍ୱରେ ଗଛ ଲଗାଯାଇଥିବା ବେଳେ ରାତିରେ ରଙ୍ଗବେରଙ୍ଗ ଆଲୋକମାଳାରେ ସାଜସଜ୍ଜା କରାଯାଇଛି।ସମ୍ଭାବ୍ୟ ଭିଡକୁ ଆଖିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × 1 =