ପାଠ୍ୟକ୍ରମରେ ଯୋଡ଼ା ହେବ ଭଗବଦ୍ ଗୀତା: କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ

ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କ ସିଲାବସ ବଦଳିବାକୁ ଲାଗିଛି। ଏମିତିକି ବିଭିନ୍ନ ପ୍ରକାର ପ୍ରଶ୍ନ ସହିତ ନୂଆ ସିଲାବସ ମଧ୍ୟ ଆସୁଛି। ଯେମିତିକି ଏବେ ଗୁଜୁରାଟ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି କର୍ଣ୍ଣାଟକର ଶିକ୍ଷା ମନ୍ତ୍ରୀ ବିସି ନାଗେଶ। ସେ କହିଛନ୍ତି ଯେ ଭଗବଦ୍ ଗୀତା ସମସ୍ତଙ୍କ ପାଇଁ ଓ ଏହାକୁ ସମସ୍ତେ ପଢ଼ିବା ଦରକାର।

ବିଶେଷଜ୍ଞଙ୍କ ଅନୁମୋଦନ ପରେ ଶାସ୍ତ୍ରକୁ ପାଠ ପଢ଼ାରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ନାଗେଶ। ଉଭୟ ରାଜ୍ୟରେ ବିଜେପି ସରକାର ଅଛି। ଗୁଜୁରାଟରେ ୬ ରୁ ୧୨ ଶ୍ରେଣୀ ପାଇଁ ବିଦ୍ୟାଳୟ ସିଲାବସରେ ଶ୍ରୀମଦ୍  ଭଗବଦ୍ ଗୀତା ଆଡ କରିବାକୁ ସ୍ଥିର ହୋଇଥିବା ବେଳେ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ମଧ୍ୟ କହିଛନ୍ତି ଭଗବଦ୍ ଗୀତା ସମସ୍ତଙ୍କ ପାଇଁ। ନିଶ୍ଚିତ ଭାବରେ ଛାତ୍ରମାନଙ୍କ ପାଇଁ ସିଲାବସରେ ଏହାକୁ ଅନ୍ତର୍ଭୂକ୍ତ କରିବା ଦରକାର।
ଭଗବଦ୍ ଗୀତା କେବଳ ହିନ୍ଦୁମାନଙ୍କ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ। ଯଦି ବିଶେଷଜ୍ଞମାନେ କୁହନ୍ତି ଏହାକୁ ନିଶ୍ଚିତ ଭାବରେ ସ୍କୁଲରେ ପରିଚିତ କରାଯିବ।

ତେବେ ଏହା ଚଳିତ ବର୍ଷ ପାଇଁ ନୁହେଁ ବରଂ ଆସନ୍ତା ବର୍ଷ ଠାରୁ କରାଯିବ ବୋଲି କର୍ଣ୍ଣାଟକର ଶିକ୍ଷା ମନ୍ତ୍ରୀ ବିସି ନାଗେଶ କହିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ନାଗେଶ ଏହି କଥା କହିଛନ୍ତି। ଛାତ୍ର ଛାତ୍ରୀଙ୍କ ନୈତିକ ଓ ଭୌତିକ ଜ୍ଞାନକୁ ଏହା ପ୍ରଭାବିତ କରିବ। ତେବେ ଏହି ସିଲାବସ ଆଗାମୀ ବର୍ଷ ପାଠ୍ୟକ୍ରମରେ ମିଶାଯାଇ ପାରେ ବୋଲି ମନ୍ତ୍ରୀ ମତ ରଖିଛନ୍ତି। କର୍ଣ୍ଣାଟକ ସରକାରଙ୍କ ନିର୍ଦ୍ଦେଶକୁ ନେଇ ଶିକ୍ଷାନୁଷ୍ଠାନରେ ହିଜାବ ସମେତ ଧାର୍ମିକ ପୋଷାକ ପିନ୍ଧିବାକୁ ବାରଣ କରାଯାଇଥିବା ନେଇ ଦକ୍ଷିଣ ରାଜ୍ୟରେ ଚାଲିଥିବା ବିବାଦ ମଧ୍ୟରେ ନାଗେଶଙ୍କ ମନ୍ତବ୍ୟ ଆସିଛି।

Share

Leave a Reply

Your email address will not be published. Required fields are marked *

twenty − 17 =