Friday, October 30, 2026
Latestରାଜନୀତି

ପିଏମ-କିଷାନ ଯୋଜନାରେ ଭୂମୀହୀନ, ଭାଗଚାଷୀଙ୍କୁ ସାମିଲ ଦାବି

ଭୁବନେଶ୍ବର () ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଭୂମୀହୀନ, ଭାଗଚାଷୀ ଏବଂ ଦୁର୍ଦ୍ଦଶାରେ ଥିବା କୃଷି ପରିବାରକୁ ସାମିଲ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମର୍ମରେ ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।

କେନ୍ଦ୍ର ସରକାର ପ୍ରମାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ଦେବାକୁ କରିଥିବା ଘୋଷଣାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ  । ସେ କହିଛନ୍ତି ଯେ, ରାଜ୍ୟ ସରକାର ଗତ ଡିସେମ୍ବର ମାସରେ କାଳିଆ ଯୋଜନା ଘୋଷଣା କରିଥିବା ବେଳେ 2019 ଜାନୁଆରୀ ମାସରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ରାଜ୍ୟର 92 ପ୍ରତିଶତ ଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଯୋଜନାରେ ପ୍ରକୃତ ଚାଷୀଙ୍କ ସହ ଭାଗଚାଷୀ ଓ ଭୁମୀହୀନ ଚାଷୀ ମଧ୍ୟ ସାମିଲ ହୋଇଛନ୍ତି ।

ରାଜ୍ୟରେ ଭୂମୀହୀନ ଚାଷୀ ବିଭିନ୍ନ କାରଣରୁ କେବଳ କୃଷି ଶ୍ରମିକ ଭାବେ କାର୍ଯ୍ୟ କରି ଆବଶ୍ୟକ ରୋଜଗାର କରିପାରୁନଥିବାରୁ ଗୋପାଳନ, କୁକୁଡା ଚାଷ, ଛେଳି ଚାଷ ଏବଂ ମତ୍ସ ଚାଷ ଦ୍ବାରା ଗ୍ରାମୀଣ ଅର୍ଥନୀତିର ବିକାଶ ହୋଇପାରିବ ବୋଲି ସରକାର ବିଚାର କରିଛନ୍ତି । ଏହି ଯୋଜନାରେ ଦୁର୍ଦ୍ଦିନରେ ଥିବା ଚାଷୀ ପରିବାର ଯେଉଁମାନେ କି ଜୀବନ ଜୀବିକା ପାଇଁ ଗୋପାଳନ କିମ୍ବା କୃଷି ଶ୍ରିମିକ ଭାବେ କାର୍ଯ୍ୟ କରିପାରିବେ ନାହିଁ ସେମାନଙ୍କୁ ମଧ୍ୟ କାଳିଆ ଯୋଜନାରେ ସହାୟତା ପ୍ରଦାନ କରାଯାଉଛି ।

ଗତ ଜାନୁଆରୀ ମାସରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନା ରାଜ୍ୟର ଚାଷୀ ପରିବାର ମଧ୍ୟରେ ବେଶ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଛି । ତେଣୁ ଏଦିଗରେ କୌଣସି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ଯେପରି ସହାୟତା ପାଇବାରୁ ବଂଚିତ ନହୁନ୍ତି ତାହା ଆମର ପ୍ରଚେଷ୍ଟା ହେବା ଆବଶ୍ୟକ । ତେଣୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଆହୁରି ବ୍ୟାପକ କରିବା ପାଇଁ ଏଥିରେ ଭାଗଚାଷୀ, ଭୂମୀହୀନ ଚାଷୀ ଏବଂ ଦୁର୍ଦ୍ଦିନରେ ଥିବା ଚାଷୀ ପରିବାରକୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଦୃଢ ଭାବେ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 + 8 =