8ରୁ କାର୍ଯ୍ୟ କରିବ ଲୋକାୟୁକ୍ତ

ରାଜ୍ୟରେ ଏପ୍ରିଲ ୮ ତାରିଖରୁ କାର୍ୟ୍ୟ କରିବ ଲୋକାୟୁକ୍ତ । ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ଚୟନ ଶେଷ ହେବ । ଏନେଇ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ଏହି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ଆଡ୍ଭୋକେଟ୍ ଜେନେରାଲ ସୂର୍ୟ୍ୟପ୍ରସାଦ ମିଶ୍ର କୋର୍ଟରେ ଉପସ୍ଥିତ ଥିଲେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଗତ ବର୍ଷ ଅକ୍ଟୋବର ୨୪ ତାରିଖରେ ଏହି ମାମଲାର ଶୁଣାଣି କରିବା ପରେ ରାଜ୍ୟ ସରକାରଙ୍କ ସତ୍ୟପାଠକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ । ଏହା ପରେ ରାଜ୍ୟ ସରକାର ୭ ଜଣିଆ ଚୟନ କମିଟି ଗଠନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

15 − thirteen =