ପ୍ରବାସୀ ଫେରନ୍ତା ନିୟମରେ ପରିବର୍ତ୍ତନ, ଓଡିଶା ପାଇଁ ବଢୁଛି ଚିନ୍ତା

ଚାରୋଟି ପର୍ଯ୍ୟାୟ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ମିଳିଛି ସଫଳତା । ଯଦିଓ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଲଢେଇର ଶେଷ ଦୁଇ ସପ୍ତାହରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଛି, ଗୋଷ୍ଠି ସଂକ୍ରମଣକୁ କିନ୍ତୁ ଚେକ୍‌ ଦେଇପାରିଛନ୍ତି ରାଜ୍ୟ ସରକାର । ତୃତୀୟ ପର୍ଯ୍ୟାୟରେ ପ୍ରବାସୀମାନେ ଟେ୍ରନ ଓ ବସରେ ଫେରିଥିଲେ । ସେମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଦୁଇ ରାଜ୍ୟର ସହମତିରେ ଟେ୍ରନରେ ପ୍ରବାସୀଙ୍କ ଘରବାହୁଡା ବ୍ୟବସ୍ଥା କରାଯାଉଥିଲା । ଏବେ ସହମତି ଭିତ୍ତିକ ପ୍ରବାସୀଙ୍କ ସ୍ୱତନ୍ତ୍ର ଶ୍ରମିକ ସେ୍ପଶାଲ ଟେ୍ରନ ଚଳାଚଳା ନିୟମରେ ପରିବତ୍ର୍ତନ କରାଯାଇଛି । ଆଉ ରାଜ୍ୟର ସହମତି ନିଆଯାଉନି । ଫଳରେ ଗତକାଲି ତେଲେଙ୍ଗାନାରୁ ବାହାରିଥିବା ୧୨ଟି ସ୍ୱତନ୍ତ୍ର ଟେ୍ରନ ସମ୍ପର୍କରେ ଓଡିଶା ସରକାରଙ୍କୁ ସୂଚନା ଦିଆଯାଇଛି । ଏହି ଟ୍ରେନରେ ପ୍ରାୟ ୨୦ ହଜାର ପ୍ରବାସୀ ଫେରୁଥିବା ରେଳବାଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇଛି । ଏଭଳି କେ୍ଷତ୍ରରେ ପ୍ରବାସୀ ନିଜ ରାଜ୍ୟରେ ପହଁଚିବା ପରେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।

ଏହାର ସମାଧାନ ସହ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ପ୍ରବାସୀ, ଓଡିଆ ସଂଗଠନ ଓ ସାଧାରଣ ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି ସରକାର । ଯେଉଁମାନେ ଫେରୁଛନ୍ତି ସେମାନେ ନିଜ ତଥ୍ୟ ଓଡିଶା ସରକାରଙ୍କୁ ଜଣାଇବାକୁ ସଂପୃକ୍ତ ରାଜ୍ୟ ପ୍ରଶାସନ ନିକଟରେ ଦାବି କରନ୍ତୁ । ଏଦିଗରେ ଓଡିଆ ସଂଗଠନମାନେ ବି ଆଗେଇ ଆସନ୍ତୁ । ସହରାଞ୍ଚଳରେ ସାଧାରଣ ଲୋକେ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ସମ୍ପର୍କରେ ପୌର ପ୍ରଶାସନକୁ ଅବଗତ କରନ୍ତୁ । ସରକାରଙ୍କ ପାଖରେ ସୂଚନା ରହିଲେ ହିଁ ସରକାର ପ୍ରବାସୀଙ୍କୁ ନିଜ ଗାଁରେ ପହଁଚିବା ପାଇଁ ବ୍ୟବସ୍ଥା କରିପାରିବେ । ଏଥିସହିତ ଯେଉଁମାନେ ଫେରୁଛନ୍ତି ସେମାନେ ନିଜ ଆଡୁ କ୍ୱାରେଣ୍ଟାନ ନିୟମର ଅନୁପାଳନ କରିବାକୁ ଅନୁରୋଧ କରିଛନ୍ତି ସରକାର ।

ପ୍ରବାସୀଙ୍କ ଘରବାହୁଡା ପାଇଁ ରାଜ୍ୟ ସରକାର ସମସ୍ତ ଟେ୍ରନ ଖର୍ଚ୍ଚ ବହନ କରୁଛନ୍ତି । ଏଥିପାଇଁ ରେଳବାଇକୁ ଆଗୁଆ ସାଢେ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । କିନ୍ତୁ ପ୍ରାକ ସୂଚନା ନଦେଇ ଫେରୁଥିବା ବ୍ୟକ୍ତିଙ୍କ ଟିକେଟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ନାହିଁ ବୋଲି ସତର୍କ କରାଇଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

Share

Leave a Reply

Your email address will not be published. Required fields are marked *

eleven − 5 =